Posted inଖେଳ

ନିବେଶ ପିଚ୍‌ରେ ବି ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି ସଚିନ ତେନ୍ଦୁଲକର: ୫ କୋଟି କରିଥିଲେ ନିବେଶ, ଏବେ ହେଲାଣି…

ମୁମ୍ବାଇ,୨୪।୧୨: ଗଡ ଅଫ କ୍ରିକେଟ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ସ୍ମରଣୀୟ ଇନିଂସ ଏବଂ ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ଜଣାଶୁଣା। କ୍ରିକେଟ୍‌ରେ ପରେ ଏବେ ସେ ନିବେଶ ପିଚ୍‌ରେ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଛନ୍ତି। ସେ ୯ ମାସ ପୂର୍ବରୁ ଏକ କମ୍ପାନୀରେ ୫ କୋଟି ଟଙ୍କା ବିନିଯୋଗ କରିଥିଲେ, ଯାହା ବର୍ତ୍ତମାନ ପ୍ରାୟ ୨୩ କୋଟି ଟଙ୍କା ହୋଇଛି।
ମାର୍ଚ୍ଚ ୬ରେ ସଚିନ ତେନ୍ଦୁଲକର ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ସମାଧାନ ପ୍ରଦାନ କରୁଥିବା କମ୍ପାନୀ ଆଜାଦ ଇଞ୍ଜିନିୟରିଂ ଆଇପିଓ(Azad Engineering IPO)ରେ ୫ କୋଟି ଟଙ୍କା ବିନିଯୋଗ କରିଥିଲେ। ଏହି କମ୍ପାନୀ ଶକ୍ତି, ଏରୋସ୍ପେସ, ପ୍ରତିରକ୍ଷା, ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ସେବା ଯୋଗାଏ। ଆଜାଦ ଇଞ୍ଜିନିୟରିଂ ନିକଟରେ ଏହାର ଆଇପିଓ ବଜାରରେ ଲଞ୍ଚ କରିଥିଲା। ବଜାରରୁ ଏହା ଜବରଦସ୍ତ ପ୍ରତିକ୍ରିୟା ପାଇଛି। ଏହି କମ୍ପାନୀରେ ସଚିନ ତେନ୍ଦୁଲକରଙ୍କର ୪,୩୮,୨୧୦ ଶେୟାର ଅଛି।
ଆସନ୍ତା ସପ୍ତାହରେ ଆଜାଦ ଇଞ୍ଜିନିୟରିଂର ଆଇପିଓ ବଜାରରେ ତାଲିକାଭୁକ୍ତ ହେବ। କମ୍ପାନୀ ଏହାର ଆଇପିଓରେ ଇସ୍ୟୁ ମୂଲ୍ୟ ୫୨୪ ଟଙ୍କା ରଖିଛି। ଯଦି ଏହି ହାରରେ ତାଲିକାଭୁକ୍ତ ହୁଏ, ତେବେ ସଚିନ ତେନ୍ଦୁଲକରଙ୍କ ୫ କୋଟି ଟଙ୍କା ସିଧାସଳଖ ୨୨.୯୬ କୋଟି ହେବ। ସଚିନ ଆଇପିଓରୁ ମଲ୍ଟିବ୍ୟାଗର୍‌ ରିଟର୍ନ ପାଇବେ। ତେବେ, ତାଲିକାଭୁକ୍ତ ଦିନ ସମସ୍ତଙ୍କ ନଜର ଏହି କମ୍ପାନୀର ଶେୟାର ମୂଲ୍ୟ ଉପରେ ରହିବ। ଏହାର ବୃଦ୍ଧି କିମ୍ବା ହ୍ରାସ ହେତୁ ସଚିନଙ୍କ ରିଟର୍ନ ମଧ୍ୟ ଉପରକୁ କିମ୍ବା ତଳକୁ ଯାଇପାରେ।
ସଚିନ ତେନ୍ଦୁଲକରଙ୍କ ବ୍ୟତୀତ ଏହି କମ୍ପାନୀକୁ ଅନେକ ଖେଳାଳି ପସନ୍ଦ କରିଛନ୍ତି। ଜଣେ ପରେ ଜଣେ ଖେଳାଳି ତାଙ୍କ ପଦାଙ୍କ ଅନୁସରଣ କରି ଏଥିରେ ଟଙ୍କା ବିନିଯୋଗ କରିଥିଲେ। ସଚିନଙ୍କ ପ୍ରବେଶର ମାତ୍ର ୫ ଦିନ ପରେ ପିଭି ସିନ୍ଧୁ, ସାଇନା ନେହୱାଲ ଏବଂ ଭିଭିଏସ ଲକ୍ଷ୍ମଣ ଆଜାଦ ଇଞ୍ଜିନିୟରିଂରେ ପ୍ରତ୍ୟେକ ୧ କୋଟି ଟଙ୍କା ବିନିଯୋଗ କରିଥିଲେ। ବର୍ତ୍ତମାନ ତାଙ୍କ ପରିମାଣ ମଧ୍ୟ ୨.୩ କୋଟିରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri