Posted inଖେଳ

ଏସିଆ କପ୍‌ରେ ଲଜ୍ଜାଜନକ ପ୍ରଦର୍ଶନ ଯୋଗୁ ଦଣ୍ଡ: ଏହି କ୍ରିକେଟରଙ୍କୁ ବିଦା କଲା ପାକିସ୍ତାନ ଟିମ୍‌ 

ନୂଆଦିଲ୍ଲୀ,୩୦।୯: ପାକିସ୍ତାନର ଅଲରାଉଣ୍ଡର ସାଇମ ଅୟୁବଙ୍କୁ ଏସିଆ କପ୍‌ ୨୦୨୫ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନର ମୂଲ୍ୟ ଦେବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷିତ ୧୮ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳି ନାହିଁ। ଦଳର ଘୋଷଣା ହୋଇସାରିଛି ଏବଂ ଏଥିରେ ବାବର ରିଜୱାନଙ୍କୁ ସୁଯୋଗ ଦିଆଯାଇଛି। ଏହି ସିରିଜ ପାକିସ୍ତାନ ପାଇଁ ସ୍ବତନ୍ତ୍ର ହେବାକୁ ଯାଉଛି।
ଏସିଆ କପ୍‌ ୨୦୨୫ରେ ଖେଳାଯାଇଥିବା ୭ ମ୍ୟାଚ ମଧ୍ୟରୁ ଅୟୁବ ୪ ଥର ଖାତା ନ ଖୋଲି ପାଭିଲିୟନକୁ ଫେରିଥିଲେ। ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଭାରତ ବିପକ୍ଷ ସୁପର-୪ ମୁକାବିଲାରେ ଆସିଥିଲା, ଯେଉଁଠାରେ ସେ ୨୧ ରନ ସଂଗ୍ରହ କରିଥିଲେ, କିନ୍ତୁ ଦଳକୁ ପରାଜୟର ସାମନା କରିବାକୁ ପଡ଼ିଥିଲା। ତେବେ ବୋଲିଂରେ ଅୟୁବ କିଛି ପରିମାଣରେ ସନ୍ତୁଳନ ରକ୍ଷା କରିଥିଲେ। ସେ ସମଗ୍ର ଟୁର୍ନାମେଣ୍ଟରେ ୮ଟି ଉଇକେଟ ହାସଲ କରିଥିଲେ।
ସାଇମ ଅୟୁବ ପାକିସ୍ତାନର ଟେଷ୍ଟ ଦଳରେ ଅପେକ୍ଷାକୃତ ନୂଆ ଖେଳାଳି। ସେ ୨୦୨୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଷେକ କରିଥିଲେ ଏବଂ ଏଯାଏ ୮ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡ଼ିକରେ ସେ ୩୬୪ ରନ ସଂଗ୍ରହ କରିଛନ୍ତି, ଯାହାର ହାରାହାରି ୨୬ ରହିଛି। ବୋଲିଂରେ ମଧ୍ୟ ସେ ଲାଲ ବଲ ଫର୍ମାଟରେ ୪ ୱିକେଟ ହାସଲ କରିଛନ୍ତି।
ଘରୋଇ ପରିସ୍ଥିତିର ଫାଇଦା ଉଠାଇବା ପାଇଁ ପାକିସ୍ତାନ ଏଥର ତିନିଜଣ ଅଣକ୍ୟାପ୍ଡ ଖେଳାଳିଆସିଫ ଆଫ୍ରିଦି, ଫୈସଲ ଅକ୍ରମ ଏବଂ ରୋହେଲ ନାଜିରଙ୍କୁ ଦଳରେ ସ୍ଥାନ ଦେଇଛି। ପ୍ରଥମ ଟେଷ୍ଟ ଲାହୋରରେ ଖେଳାଯିବ ଏବଂ ଦ୍ୱିତୀୟ ଟେଷ୍ଟ ରାୱଲପିଣ୍ଡିରେ ହେବ। ଏହାପରେ ଉଭୟ ଦଳ ତିନୋଟି ଟି-୨୦ ଏବଂ ତିନୋଟି ଏକଦିବସୀୟ ମ୍ୟାଚ ମଧ୍ୟ ଖେଳିବେ, ଯାହା ୨୮ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ ଚାଲିବ।

Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri