Posted inଖେଳ

ଏସିଆ କପ୍‌ରେ ଲଜ୍ଜାଜନକ ପ୍ରଦର୍ଶନ ଯୋଗୁ ଦଣ୍ଡ: ଏହି କ୍ରିକେଟରଙ୍କୁ ବିଦା କଲା ପାକିସ୍ତାନ ଟିମ୍‌ 

ନୂଆଦିଲ୍ଲୀ,୩୦।୯: ପାକିସ୍ତାନର ଅଲରାଉଣ୍ଡର ସାଇମ ଅୟୁବଙ୍କୁ ଏସିଆ କପ୍‌ ୨୦୨୫ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନର ମୂଲ୍ୟ ଦେବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷିତ ୧୮ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳି ନାହିଁ। ଦଳର ଘୋଷଣା ହୋଇସାରିଛି ଏବଂ ଏଥିରେ ବାବର ରିଜୱାନଙ୍କୁ ସୁଯୋଗ ଦିଆଯାଇଛି। ଏହି ସିରିଜ ପାକିସ୍ତାନ ପାଇଁ ସ୍ବତନ୍ତ୍ର ହେବାକୁ ଯାଉଛି।
ଏସିଆ କପ୍‌ ୨୦୨୫ରେ ଖେଳାଯାଇଥିବା ୭ ମ୍ୟାଚ ମଧ୍ୟରୁ ଅୟୁବ ୪ ଥର ଖାତା ନ ଖୋଲି ପାଭିଲିୟନକୁ ଫେରିଥିଲେ। ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଭାରତ ବିପକ୍ଷ ସୁପର-୪ ମୁକାବିଲାରେ ଆସିଥିଲା, ଯେଉଁଠାରେ ସେ ୨୧ ରନ ସଂଗ୍ରହ କରିଥିଲେ, କିନ୍ତୁ ଦଳକୁ ପରାଜୟର ସାମନା କରିବାକୁ ପଡ଼ିଥିଲା। ତେବେ ବୋଲିଂରେ ଅୟୁବ କିଛି ପରିମାଣରେ ସନ୍ତୁଳନ ରକ୍ଷା କରିଥିଲେ। ସେ ସମଗ୍ର ଟୁର୍ନାମେଣ୍ଟରେ ୮ଟି ଉଇକେଟ ହାସଲ କରିଥିଲେ।
ସାଇମ ଅୟୁବ ପାକିସ୍ତାନର ଟେଷ୍ଟ ଦଳରେ ଅପେକ୍ଷାକୃତ ନୂଆ ଖେଳାଳି। ସେ ୨୦୨୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଷେକ କରିଥିଲେ ଏବଂ ଏଯାଏ ୮ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡ଼ିକରେ ସେ ୩୬୪ ରନ ସଂଗ୍ରହ କରିଛନ୍ତି, ଯାହାର ହାରାହାରି ୨୬ ରହିଛି। ବୋଲିଂରେ ମଧ୍ୟ ସେ ଲାଲ ବଲ ଫର୍ମାଟରେ ୪ ୱିକେଟ ହାସଲ କରିଛନ୍ତି।
ଘରୋଇ ପରିସ୍ଥିତିର ଫାଇଦା ଉଠାଇବା ପାଇଁ ପାକିସ୍ତାନ ଏଥର ତିନିଜଣ ଅଣକ୍ୟାପ୍ଡ ଖେଳାଳିଆସିଫ ଆଫ୍ରିଦି, ଫୈସଲ ଅକ୍ରମ ଏବଂ ରୋହେଲ ନାଜିରଙ୍କୁ ଦଳରେ ସ୍ଥାନ ଦେଇଛି। ପ୍ରଥମ ଟେଷ୍ଟ ଲାହୋରରେ ଖେଳାଯିବ ଏବଂ ଦ୍ୱିତୀୟ ଟେଷ୍ଟ ରାୱଲପିଣ୍ଡିରେ ହେବ। ଏହାପରେ ଉଭୟ ଦଳ ତିନୋଟି ଟି-୨୦ ଏବଂ ତିନୋଟି ଏକଦିବସୀୟ ମ୍ୟାଚ ମଧ୍ୟ ଖେଳିବେ, ଯାହା ୨୮ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ ଚାଲିବ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?