କରୀନାଙ୍କୁ ବିବାହ ଦିନ ଏପରି ପଦକ୍ଷେପ ନେଇଥିଲେ ସୈଫ୍‌

କରୋନା କାରଣରୁ ବଲିଉଡ୍‌ କଳାକାରମାନେ ଏବେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହିପରି ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଏକ ପୁରୁଣା ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓଟି କରଣ ଜୋହରଙ୍କ ଟିଭି ଶୋ’ ‘କଫି ଓ୍ବଥ୍‌ କରଣ’ର। ଏଥିରେ ସୈଫ୍‌ କରୀନା କପୁର ଏବଂ ଅମୃତା ସିଂହକୁ ନେଇ ବିବାହ ବିଷୟରେ କହୁଛନ୍ତି। ସୈଫ୍‌ କରୀନାଙ୍କୁ ବିବାହ କରିବା ଦିନ ଅମୃତାଙ୍କୁ ମନେ ପକାଇ ନର୍ଭସ ହୋଇଯାଇଥିଲେ। ଉକ୍ତ ସମୟରେ କରୀନା ତାଙ୍କୁ ସପୋର୍ଟ କରିବା ସହ ଅମୃତାଙ୍କ ପାଖକୁ ଏକ ଚିଠି ଲେଖିବା ପାଇଁ କହିଥିଲେ। ସୈଫ୍‌ କରୀନାଙ୍କ କଥା ମାନି ଏକ ଚିଠି ଲେଖିଥିଲେ। ଅମୃତାଙ୍କ ପାଖକୁ ପଠାଇବା ପୂର୍ବରୁ ପ୍ରଥମେ ଚିଠିକୁ କରୀନାଙ୍କୁ ପଢ଼ାଇଥିବା ସୈଫ୍‌ ଭିଡିଓରେ କହୁଛନ୍ତି।
ସୈଫ୍‌ ନିଜଠାରୁ ୧୦ ବର୍ଷ ସାନ କରୀନାଙ୍କୁ ୧୬ ଅକ୍ଟୋବର, ୨୦୧୨ରେ ବିବାହ କରିଥିଲେ। ପୂର୍ବରୁ ସେ ନିଜଠାରୁ ୧୩ ବର୍ଷ ବଡ଼ ଅମୃତା ସିଂଙ୍କୁ ୧୯୯୧ରେ ବିବାହ କରିଥିଲେ। ୧୩ ବର୍ଷ ଏକତ୍ର ରହିବା ପରେ ୨୦୦୪ରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।


All Right Reserved By Dharitri.Com

ହୃଦୟ ଜିତିଲେ ରଣବୀର ସିଂ

ଫିଲ୍ମ ‘୮୩’ରେ ୧୯୮୩ ବିଶ୍ୱକପର ହିରୋ କପିଳ ଦେବଙ୍କ ଲୁକରେ ନଜର ଆସିବେ ରଣବୀର ସିଂ। କପିଳଙ୍କ ଲୁକରେ ରଣବୀରଙ୍କୁ ଠିକ ଭାବରେ ଚିହ୍ନି ମଧ୍ୟ...

ନିର୍ଦ୍ଦେଶକ ମନମୋହନଙ୍କ ସ୍ମରଣେ

‘ପ୍ରାଣୀର ଭଲମନ୍ଦ ବାଣୀ ମରଣକାଳେ ତାହା ଜାଣି।’ ଏ କଥାର ଯଥାର୍ଥତା ରହିଛି। ସେହିପରି ଏକ ନୀରବ ସାଧକ, ଚିତ୍ର ନିର୍ମାତା, ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ...

ଚୁଜି ହେଲେଣି ଅନନ୍ୟା

‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରୁ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ ଅନନ୍ୟା ପାଣ୍ଡେ। କରନ୍‌ ଜୋହରଙ୍କ ପରି ନାମୀ ପ୍ରଯୋଜକ ତାଙ୍କୁ ବ୍ରେକ୍‌ ଦେଇଥିଲେ। ହେଲେ...

ବିଗ୍‌ ବସ୍‌ ୧୩ ଯୋଗୁ ବ୍ୟାପୁଛି ଅଶ୍ଳୀଳତା, ରୋକ ଲଗାଇବା ପାଇଁ ମନ୍ତ୍ରୀଙ୍କୁ ଚିଠି

ରିୟଲିଟି ଶୋ’ ବିଗ୍‌ ବସ୍‌ ଯୋଗୁ ଅଶ୍ଲୀଳତା ବ୍ୟାପୁଥିବା ଅଭିଯୋଗ କରି ଅଲ୍‌ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକଙ୍କୁ...

ଓଡ଼ିଶା ଅପେରାରୁ ସୂର୍ଯ୍ୟମନ୍ଦିର

ଓଡ଼ିଆ ଯାତ୍ରା ଜଗତରେ ଜଣେ ପରିଚିତା ମଦର ଆର୍ଟିଷ୍ଟ (ମା’ କଳାକାର) ହେଉଛନ୍ତି ଅମିତା ସେନାପତି। ତେବେ କଳାକାରମାନଙ୍କ ନିକଟରେ ସେ ତାରିଣୀ ବୋଲି ବେଶି...

ଗିନ୍ନିଙ୍କ ସହ ସେଲ୍‌ଫି ଶେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କପିଲ

ବମ୍ବେ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମାଙ୍କ ସ୍ତ୍ରୀ ଗିନ୍ନି ଗତରଥଙ୍କ ମଙ୍ଗଳବାର ଜନ୍ମଦିନ। ଏହି ଅବସରରେ କପିଲ ଉଭୟଙ୍କର ଏକ ସେଲ୍‌ଫି ଶେୟାର କରି ଜନ୍ମଦିନର...

୧୫ କୋଟି ଟଙ୍କା କ୍ଷତି ସହିବେ ଭଂସାଲୀ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀ ଏବେ ୧୫ କୋଟି ଟଙ୍କା କ୍ଷତି ସହିବେ ବୋଲି ଜଣାପଡିଛି। କାରଣ ସେ ତାଙ୍କ ଆଗାମୀ...

ଭୁଲରେ ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍‌ ଆସିଗଲେ କଟ୍ରିନା

ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍‌ କଳାକାରମାନେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସେମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିବା ଦେଖିବାକୁ ମିଳୁଛି। ଏଥିରୁ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *