ଆୱାର୍ଡ ଶୋ’କୁ ନେଇ ରାଗିଲେ ଶୈଫ

ମୁମ୍ବାଇ: ବଲିଉଡ୍ ନୱାବ ଶୈଫ ଅଲି ଖାଁ ଖୋଲାଖୋଲି କଥା ହେବାକୁ ପସନ୍ଦ କରନ୍ତି । ନେପୋଟିଜମକୁ ନେଇ ନିଜର ମତ ରଖିଥିବା ଏହି ନାୟକ ଏବେ ଆୱାର୍ଡ ଶୋ’କୁ ନେଇ ବଡ କଥା କହିଛନ୍ତି । ସେ କହିଛନ୍ତି ଆୱାର୍ଡ ସୋ ହେଉଛି ଏକ ତମାସା । ତାଙ୍କର ଏହି ଆୱାର୍ଡ ଶୋ’ ଊପରୁ ସମ୍ପୂର୍ଣ୍ଣ ରୂପେ ଭରସା ହଟି ଯାଇଛି ବୋଲି ସେ କହିଛନ୍ତି । ନିକଟରେ ଏକ ସାକ୍ଷାତ୍‌କାରରେ ଆୱାର୍ଡ ଶୋ’କୁ ନେଇ ଶୈଫ ଯାହା କହିଛନ୍ତି ତାହା ସମସ୍ତଙ୍କ ହୋସ୍ ଉଡାଇ ଦେଇଛି । ସେ କହିଛନ୍ତି ତାଙ୍କ ଅଭିନୀତ ଫିଲ୍ମ ହମ ତୁମ ପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା । ହେଲେ କେତେ ଲୋକଙ୍କ ନଜରରେ ସେ ଏହାପାଇଁ ଯୋଗ୍ୟ ନ ଥିଲେ । ସେ ମଧ୍ୟ ମାନିଛନ୍ତି କ୍‌ିଛି ବର୍ଷ ହେବ ସେ ନିଜକୁ ପ୍ରମାଣ କରି ପାରି ନାହାନ୍ତି ବା କିଛି ଭଲ ଫିଲ୍ମରେ କାମ କରି ନାହାନ୍ତି । ହେଲେ ବି ଆୱାର୍ଡ େ ଶା’କୁ ନେଇ ତାଙ୍କର ମତ ବଦଳି ନାହିଁ । ସେ କହିଛନ୍ତି ଏବେ ଆୱାର୍ଡ ଶୋ’ କରାଯାଉଛି କେବଳ ଟଙ୍କା ରୋଜଗାର କରିବାକୁ । ସବୁକିଛି ସେଠି କର୍ମର୍ସିଆଲ ହୋଇଯାଇଛି । କଳାକାର ଷ୍ଟେଜରେ ପରଫର୍ମ କରିବାକୁ ବି ଟଙ୍କା ନେଉଛନ୍ତି । ବର୍ତ୍ତମାନ ଶୈଫଙ୍କର ଏହି ବୟାନ ଚର୍ଚ୍ଚାକୁ ଆସିଯାଇଛି । କାରଣ ସେ ବଲିଉଡ୍‌ର ଜଣେ ନାମୀ କଳାକାର ହୋଇଥିବା ବେଳେ ତାଙ୍କର ବେଶ୍‌କିଛି ଦିନର ଅଭିଜ୍ଞତା ମଧ୍ୟ ରହିଛି । ଏହାସହ ସେ ସବୁକଥା ରୋକ୍‌ଠୋକ କହୁୁଥିବାରୁ ଏବେ ତାଙ୍କ କଥାକୁ ଅବିଶ୍ୱାସ କରାଯାଇ ନ ପାରେ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri