ସାଇ ସବୁରୀ ଶିକ୍ଷାର୍ଥୀଙ୍କ ‘କୁପୋଷଣ ହଟାଅ ଅଭିଯାନ’

ଭୁବନେଶ୍ୱର,୨୩।୮: କୁପୋଷଣ ଓ ଅପପୁଷ୍ଟି ଦ୍ୱାରା ଅନେକ ଭୟଙ୍କର ସ୍ବାସ୍ଥ୍ୟାବସ୍ଥା ସୃଷ୍ଟି ହୋଇଥାଏ। ବିଶେଷକରି ବନ୍ୟା ବିପନ୍ନଙ୍କ କ୍ଷେତ୍ରରେ ଏହା ଆହୁରି ସାଂଘାତିକ ରୂପ ନେଇଥାଏ। ତେଣୁ ବନ୍ୟା ପୀଡ଼ିତଙ୍କ ନିକଟରେ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ପହଞ୍ଚାଇବା ପାଇଁ ସାଇ ସବୁରୀ ହସ୍ପିଟାଲ ଆଣ୍ଡ ନର୍ସିଂ ହେଲ୍‌ଥ ସାଇନ୍ସ କଲେଜ ବାଳକାଟୀର ଛାତ୍ରୀଛାତ୍ରମାନେ ‘କୁପୋଷଣ ହଟାଅ ଅଭିଯାନ’ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ କଲେଜର ଛାତ୍ରୀଛାତ୍ରମାନେ ବନ୍ୟାପୀଡ଼ିତ ପରିବାରଙ୍କୁ ସୁଷମ ଓ ଉଚ୍ଚମାନର ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ମେଡିସିନ ଓ କ୍ଷୀର ପ୍ୟାକେଟ ବାଣ୍ଟିଛନ୍ତି। ସୂଚନା ଅନୁଯାୟୀ, ସ୍ଥାନୀୟ ରଥିଜମାସ୍ଥିତ କୁଆଖାଇ ନଦୀ ଗର୍ଭରୁ ୧୫ଟି ପରିବାରର ପ୍ରାୟ ୮୦ଜଣଙ୍କୁ ସରକାରୀ ଭାବେ ବିସ୍ଥାପିତ କରାଯାଇଛି। ହେଲେ ସେମାନେ ବର୍ତ୍ତମାନ ଅସ୍ଥାୟୀ ଭାବେ ପ୍ର୍ରତାପଶାସନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରହୁଛନ୍ତି। ନିକଟରେ ସାଇ ସବୁରୀ ଅନୁଷ୍ଠାନର ଛାତ୍ରୀଛାତ୍ରମାନେ ସେଠାରେ ପହଞ୍ଚତ୍ ଖାଦ୍ୟ ସାମଗ୍ରୀ ବାଣ୍ଟିଥିଲେ, କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟଠାରୁ ହୀରାପୁର ଗ୍ରାମ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ। କିନ୍ତୁ ଆଉ ୧୨ଟି ପରିବାରର ପ୍ରାୟ ୭୦ଜଣଙ୍କୁ ଏଯାଏ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନଥିବା ପୀଡିତ ଓ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଉକ୍ତ ବନ୍ୟା ପୀଡ଼ିତ ଲୋକଙ୍କ ଉଦ୍ଦେଶ୍ୟରେ ସାଇ ସବୁରୀ କଲେଜର ଛାତ୍ରୀଛାତ୍ରମାନେ ରନ୍ଧାଖାଦ୍ୟ ବଣ୍ଟନ କରିଛନ୍ତି। ଉକ୍ତ ଅନୁଷ୍ଠାନର ଡାକ୍ତର ମଧ୍ୟ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଥିଲେ। ସଙ୍କଟ ବେଳେ ଏଭଳି ଅଭିଯାନ ଲାଗି କଲେଜର ଛାତ୍ରଛାତ୍ରୀ ଚର୍ଚ୍ଚାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଲ୍ଡ ଟ୍ରମ୍ପଙ୍କ ଧମକର ଜବାବ କାହିଁକି ଦିଅନ୍ତି ଇରାନୀ ବାଚସ୍ପତି? ମୋଜତାବା ଖାମେନେଇ କିମ୍ବା ଆରାଘଚି କାହିଁକି ନୁହଁନ୍ତି? ଜାଣନ୍ତୁ…

ତେହରାନ,୯।୭: ଇରାନ-ଆମେରିକା ବିବାଦରେ ଏକ ସ୍ବତନ୍ତ୍ର ନମୁନା ଦେଖାଦେଇଛି: ଯେତେବେଳେ ବି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଏକ କଡ଼ା ବିବୃତ୍ତି ଦିଅନ୍ତି, ସେତେବେଳେ…

ଶ୍ୱଶୁର ଘରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ, କାରଣ ଜାଣିଲେ ହେବେ…

ଵ୍ରହ୍ମପୁର,୯।୭(ସୁବାସ ଚନ୍ଦ୍ର ପାଢ଼ୀ): ଶାଶୁ ଘରେ ଆତ୍ମାହୁତି ଉଦ୍ୟମ କଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଶାକର୍ମୀଙ୍କ ଆନ୍ଦୋଳନ

ଛତ୍ରପୁର,୯।୭(ଦିଲ୍ଲୀପି ସାମଲ): ଭାରତୀୟ ମଜଦୁର ସଂଘ ଅନୁମୋଦିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ୯ ଦଫା ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

ସରକାରଙ୍କ ଅଣଦେଖା! ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆଶାକର୍ମୀ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ ଆଣି ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ରଣହୁଙ୍କାର ଦେଇଛନ୍ତି…

ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟ ମ୍ୟାଚ ସହ ଟସ ବିଷୟରେ କାହିଁକି କହିଲେ? ହସ ରୋକି ପାରିଲେନି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ

ମେଲବୋର୍ନ,୯।୭: ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନରେ ତାଙ୍କ ଭାଷଣ ସମୟରେ କ୍ରିକେଟ ବିଷୟ ଉଠାଇ ପରିବେଶକୁ ହାଲୁକା କରିଥିଲେ। ଏକ ମିଳିତ ପ୍ରେସ…

ଔଷଧୀୟ ଚାରାରୋପଣ କଲେ ବିଧାୟକ

ଛତ୍ରପୁର,୯।୭(ଦିଲ୍ଲୀପ ସାମଲ): ରୋଗୀଙ୍କ ନିରୋଗ ସ୍ବାସ୍ଥ୍ୟ କାମନା ନିମନ୍ତେ ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀ ଗଣେଶଙ୍କ ମୂର୍ତ୍ତୀ ଗୁରୁବାର ସ୍ଥାନୀୟ ଉପକଣ୍ଠ ଚିକିତ୍ସାଳୟରେ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri