ଯାତ୍ରା ମଝିରେ ଷ୍ଟେଜ୍‌ରେ ଗଳିପଡିଲେ ସାଇ, ରାତି ଅଧରେ ଗଲେ ମେଡିକାଲ

ଭୁବନେଶ୍ୱର,୬।୨: ଅସୁସ୍ଥ ହେଲେ ତୁଳସୀ ଗଣନାଟ୍ୟର ମୁଖ୍ୟ ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡା। ଅଧାରୁ ବନ୍ଦ ହେଲା ଯାତ୍ରା। ଯାତ୍ରା ଅଧାରୁ ସାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ସେପଟେ ଯାତ୍ରା ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ଏଫଆଇଆର ଆଣିଛନ୍ତି ସାଇଙ୍କ ମା’ ପଦ୍ମିନୀ ଦାଶ। ବାଲିପାଟଣା ଥାନାର ଏତଲା ଦେଇଛନ୍ତି ସାଇଙ୍କ ମା’। ମାନସିକ ନିର୍ଯାତନା ସହ ଧମକ ଦେଉଥିବା ସେ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ତୁଳସୀ ଗଣନାଟ୍ୟରେ ସାଇ ସତ୍ୟଜିତ୍‌ ଖଳନାୟକ ଭୂମିକାରେ ଅଭିନୟ କରନ୍ତି।

 

Dharitri – Odisha’s No.1 Odia Daily

Share
Tags: odisha