ସାହାରା ରିଫଣ୍ଡ ଲାଗି ଆସିଛି କି ଏଭଳି ମେସେଜ? ନୂଆ ପୋର୍ଟାଲରେ ଏଭଳି କରନ୍ତୁ ପୁନଃ ଆବେଦନ…

ନୂଆଦିଲ୍ଲୀ,୭।୧୨:ସାହାରା ଇଣ୍ଡିଆରେ ରଖିଥିବା ଟଙ୍କା ଫେରିପାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୪ରେ ‘ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରାଯାଇଥିଲା। ଯଦି କାହା ଟଙ୍କା ଫସି ରହିଛି ସେ ଏହି ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ହେଲେ ନିକଟରେ କିଛି ଲୋକଙ୍କ ପାଖକୁ ଆବେଦନ ପ୍ରକ୍ରିୟା ଭୁଲ ଥିବା ନେଇ ମେସେଜ ଆସିଛି। ଏବେ କାହାକୁ ସେଭଳି ମେସେଜ ଆସିଲେ ଚିନ୍ତା କରିବାର ନାହିଁ। ସେମାନେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ନୂଆ ପୋର୍ଟାଲରେ ଯାଇ ପୁଣିଥରେ ଆବେଦନ କରିପାରିବେ। ଜାଣନ୍ତୁ ସବିଶେଷ ପ୍ରକ୍ରିୟା:-

ଏସବୁ କମ୍ପାନୀରେ ଫସିରହିଥିବା ଟଙ୍କା ମିଳିବ:
ସାହାରା ଗ୍ରୁପର ୪ ସହକାରୀ ସମିତିର ଡିପୋଜିଟର୍ସ CRCS-Sahara Refund Portal ଅର୍ଥାତ https://mocrefund.crcs.gov.in/କୁ ଯାଆନ୍ତୁ। ଏହି ସହକାରୀ ସମିତିରେ ସାହାରା କ୍ରେଡିଟ୍‌ କୋଅପରେଟିଭ୍‌ ସୋସାଇଟି ଲିମିଟେଡ୍‌, ସାହାରାୟାନ ୟୁନିଭର୍ସାଲ ମଲ୍ଟିପର୍ପୋଜ୍‌ ସୋସାଇଟି ଲିମିଟେଡ୍‌, ହମାରା ଇଣ୍ଡିଆ କ୍ରେଡିଟ୍‌ କୋଅପରେଟିଭ ସୋସାଇଟି ଲିମିଟେଡ୍‌ ଏବଂ ଷ୍ଟାର୍ସ ମଲ୍ଟିପର୍ପୋଜ କୋଅପରେଟିଭ୍‌ ସୋସାଇଟି ଲିମିଟେଡ ସାମିଲ ଅଛି।

କିଭଳି କରିବେ ଆବେଦନ:
https://mocrefund.crcs.gov.in/ ଲିଙ୍କକୁ ଯାଆନ୍ତୁ

-ଏଠାରେ ରିସବ୍‌ମିଶନ୍‌ ଲଗ୍‌ଇନ୍‌ରେ କ୍ଲିକ୍‌ କରନ୍ତୁ।
– ଏଠାରେ ରି-ସବମିଶନ୍‌ ଲାଗି ୧୨ ନମ୍ବର ବିଶିଷ୍ଟ ସିଆର୍‌ଏନ୍‌(claim request number) ନମ୍ବର ଦାଖଲ କରନ୍ତୁ
-ଏହାପରେ କ୍ୟାପ୍‌ଚା ଦେଇ ଆଧାରକାର୍ଡର ଶେଷ ୪ ସଂଖ୍ୟା ଏବଂ ମୋବାଇଲ ନମ୍ବର ଦିଅନ୍ତୁ
-ମୋବାଇଲରେ ଆସିଥିବା ଓଟିପି ଦିଅନ୍ତୁ। ପରେ ଫର୍ମରେ ଫଟୋ ଦିଅନ୍ତୁ
-ପରେ ଆପଣଙ୍କୁ ପାନ କାର୍ଡ ନମ୍ବର ସହ ଫର୍ମ ସବ୍‌ମିଟ୍‌ କରିବାକୁ ହେବ।
-ଏହାର ୪୫ ଦିନ ମଧ୍ୟରେ ଆପଣଙ୍କୁ ଟଙ୍କା ମିଳିଯିବ

ଏସବୁ ରଖିବା ଅତ୍ୟନ୍ତ ଜରୁରୀ:
-ମେମ୍ବରଶିପ୍‌ ନମ୍ବର
-ଡିପୋଜିଟେଡ୍‌ ଆକାଉଣ୍ଟ ନମ୍ବର
-ଆଧାର ଆକ୍ଟିଭ୍‌ ମୋବାଇଲ ନମ୍ବର ସହ ଲିଙ୍କ ହେବା ଆବଶ୍ୟକ
-ଡିପୋଜିଟ୍‌ର ସାର୍ଟିଫିକେଟ/ପାସବୁକ୍‌ ଡିଟେଲ

କେତେ ମିଳିବ ରିଫଣ୍ଡ:
ସରକାରଙ୍କ ବୟାନ ମୁତାବକ ସାହାରା ଗ୍ରୁପ୍‌ର ଉକ୍ତ ୪ ସହକାରୀ ସମିତିରେ ପ୍ରାୟ ୧୦ କୋଟି ନିବେଶକଙ୍କୁ ୯ ମାସ ମଧ୍ୟରେ ଟଙ୍କା ଫେରସ୍ତ ମିଳିବ। ସୁପ୍ରିମକୋର୍ଟ ୫୦୦୦ କୋଟି ଟଙ୍କା ସାହାରା-ସେବି ରିଫଣ୍ଡ ଖାତାରୁ ସିଆର୍‌ସିଏସ୍‌କୁ ଟ୍ରାନ୍ସଫର କରିବାକୁ ଆଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri