ମହିଳାଙ୍କ ପାଇଁ ସୁରକ୍ଷିତ ସହର: ସପ୍ତମରୁ ୩୪ ନମ୍ବରକୁ ଖସିଲା ଭୁବନେଶ୍ୱର

ଭୁବନେଶ୍ୱର,୯।୧: ଦେଶରେ ମହିଳାଙ୍କ ପାଇଁ କେଉଁ ସହର ସୁରକ୍ଷିତ ତାହାର ଏକ ତାଲିକା ପ୍ରକାଶ ପାଇଛି। ଅବତାର ଗ୍ରୁପ୍‌ ପକ୍ଷରୁ ପ୍ରକାଶିତ ‘ଟପ୍ ସିଟିଜ୍ ଫର୍ ୱିମେନ ଇନ୍ ଇଣ୍ଡିଆ’ ରିପୋର୍ଟ ଅନୁଯାୟୀ, ଦେଶର ୧୨୫ ସହର ମଧ୍ୟରେ ଭୁବନେଶ୍ୱର ୩୪ତମ ସ୍ଥାନ ହାସଲ କରିଛି। ଭୁବନେଶ୍ୱର ସମୁଦାୟ ୨୦.୦୯ ସ୍କୋର କରିବାରେ ସକ୍ଷମ ହୋଇଛି।

ସର୍ଭେର ଆଇଆଇଏସ୍ (ଇଣ୍ଡଷ୍ଟ୍ରିଆଲ ଇନ୍‌କୁ ଜନ ସ୍କୋର) ବର୍ଗରେ ଭୁବନେଶ୍ୱର ୧୩ ନମ୍ବର ସ୍ଥାନରେ ରହିଛି। ଏହା ସୂଚାଉଛି ଯେ ଏହି ସହରରେ ବିଭିନ୍ନ ପ୍ରତିଷ୍ଠାନ ଓ ଶିଳ୍ପସଂସ୍ଥାରେ ମହିଳାଙ୍କ ନିଯୁକ୍ତି, ସୁରକ୍ଷିତ କାର୍ଯ୍ୟକ୍ଷେତ୍ର, ଗମନାଗମନ ସୁବିଧା ଏବଂ ମାନସିକ ସ୍ୱାସ୍ଥ୍ୟର ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଉଛି। ତେବେ, ଏସ୍‌ଆଇଏସ୍ (ସୋସିଆଲ ଇନ୍‌କ୍ରୁଜନ୍ ସ୍କୋର) ବର୍ଗରେ ଭୁବନେଶ୍ୱର ଆହୁରି ତଳେ ଅର୍ଥାତ୍ ୬୧ତମ ସ୍ଥାନରେ ରହିଛି।

ବେଙ୍ଗାଲୁରୁ ସର୍ବାଧିକ ୫୩.୨୯ ସ୍କୋର କରି ତାଲିକାର ଶୀର୍ଷରେ ରହିଥିବାବେଳେ, ଚେନ୍ନାଇ ଦ୍ୱିତୀୟ, ପୁନେ ତୃତୀୟ, ହାଇଦ୍ରାବାଦ ଚତୁର୍ଥ ଏବଂ ମୁମ୍ବାଇ ପଞ୍ଚମ ସ୍ଥାନରେ ଅଛନ୍ତି।

ଗତବର୍ଷ ଅଗଷ୍ଟରେ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ସପ୍ତମ ସୁରକ୍ଷିତ ସହର ଭାବରେ ସ୍ଥାନ ପାଇଥିଲା। ଏହି ତୁଳନାରେ ଏ ବର୍ଷର ମାନ୍ୟତା ୩୪କୁ ଖସି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri