ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ କଂଗ୍ରେସ ଭବନରେ ଶତାଧିକ ସମର୍ଥକଙ୍କ ଗହଣରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉପସ୍ଥିତିରେ ଦଳରେ ପୁଣି ଯୋଗଦାନ କରିବେ। ନେପାକ କଂଗ୍ରେସର ଜଣେ ବରିଷ୍ଠ ନେତା ଥିବାବେଳେ ୨୦୦୯ରେ ବରଗଡ଼ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ତାଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗଦାନ କରିଥିଲେ । ବିଜେଡି ତାଙ୍କୁ ରାଜ୍ୟ ଯୋଜନା ବୋର୍‌ ସଦସ୍ୟ ମନୋନୀତ କରିଥିଲା। ମାତ୍ର ୨୦୨୪ ନିର୍ବାଚନ ଅବ୍ୟବହିତ ପୂର୍ବରୁ ନେପାକ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ।

Dharitri – Odisha’s No.1 Odia Daily

Share