Posted inଖେଳ

ଅର୍ଜୁନ ତେନ୍ଦୁଲକରଙ୍କୁ ଛାଡ଼ିପାରେ ମୁମ୍ବାଇ ଇଣ୍ଡିଆନ୍ସ! ଏହି ବଡ ଖେଳାଳିଙ୍କ ସହ ‘ଟ୍ରେଡ୍’ ଚର୍ଚ୍ଚା

ଭୁବନେଶ୍ୱର,୧୩।୧୧: ଆଇପିଏଲ୍ ୨୦୨୬ ପାଇଁ ଖେଳାଳି ରିଟେନ୍‌ସନ୍‌ର ଡେଡ୍‌ଲାଇନ୍ (ନଭେମ୍ବର ୧୫) ପାଖେଇ ଆସୁଥିବା ବେଳେ, ମୁମ୍ବାଇ ଇଣ୍ଡିଆନ୍ସ (MI) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିପାରେ।

‘କ୍ରିକବଜ୍’ ରିପୋର୍ଟ ଅନୁସାରେ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ ଅର୍ଜୁନ ତେନ୍ଦୁଲକର ଏବଂ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ନେଇ ଆଲୋଚନା ଚାଲିଛି।

ତେବେ ଏହା ସିଧାସଳଖ ଖେଳାଳି ଅଦଳବଦଳ ନ ହୋଇ, ଉଭୟ ଖେଳାଳିଙ୍କୁ ନଗଦ ଅର୍ଥ ମାଧ୍ୟମରେ ନେବା ପାଇଁ ଦଳଗୁଡ଼ିକ ଚାହୁଁଛନ୍ତି। ଅର୍ଜୁନ ତେନ୍ଦୁଲକର ୨୦୨୩ରେ ଆଇପିଏଲ୍‌ରେ ଡେବ୍ୟୁ କରିବା ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମାତ୍ର ୫ଟି ମ୍ୟାଚ୍ ଖେଳି ୩ଟି ୱିକେଟ୍ ନେଇଛନ୍ତି। ଆଇପିଏଲ୍ ୨୦୨୫ର ମେଗା ଅକ୍ସନରେ ତାଙ୍କୁ ମୁମ୍ବାଇ ୩୦ ଲକ୍ଷ ଟଙ୍କାରେ କିଣିଥିଲା।

ଶାର୍ଦ୍ଦୁଲ ଠାକୁରଙ୍କୁ ଆଇପିଏଲ୍ ୨୦୨୫ ନିଲାମରେ କୌଣସି ଦଳ କିଣି ନଥିଲେ, କିନ୍ତୁ ପରେ ସେ ଆହତ ମୋହସିନ ଖାନଙ୍କ ବଦଳରେ LSG ଦଳରେ ସାମିଲ ହୋଇଥିଲେ। ସେ LSG ପାଇଁ ୧୦ଟି ମ୍ୟାଚ୍ ଖେଳି ୧୩ଟି ୱିକେଟ୍ ନେଇଥିଲେ। ନଭେମ୍ବର ୧୫ ରେ ରିଟେନସନ୍ ତାଲିକା ଜମା ହେବା ପରେ ଏହି ‘ଟ୍ରେଡ୍’ର ଚୂଡ଼ାନ୍ତ ନିଷ୍ପତ୍ତି ସାମ୍ନାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

୧୯ ବର୍ଷରୁ କମ ବିଶ୍ବକପ୍‌: ଦଶମ ଥର ଫାଇନାଲରେ ଭାରତ, ଜାଣନ୍ତୁ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪ା୨: ଆଇସିସି ୧୯ ବର୍ଷରୁ କମ ବିଶ୍ବକପ୍‌ରେ ଭାରତର ଦବଦବା ଜାରି ରହିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

ପୁଣି ମେଳି କଲେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ, ନିଲମ୍ବନର ପୁନଃବିଚାର କରିବାକୁ…

କେନ୍ଦ୍ରାପଡା, ୪ା୨ (ଜଗନ୍ନାଥ ଧଳ)- କେନ୍ଦ୍ରାପଡା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଗତ ଜାନୁଆରୀ ୧୫ରୁ ଦଳର ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri