Posted inଖେଳ

ଓ୍ବାଙ୍ଖଡେ ଷ୍ଟାଡିୟମରେ ସ୍ଥାପନ ହେଲା ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ,୧।୧୧: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଲାଗି ୧ ନଭେମ୍ବର ୨୦୨୩ ସ୍ମରଣୀୟ ହୋଇ ରହିବ। କାରଣ ଯେଉଁ ମଇଦାନରେ ସେ ୧୦ ବର୍ଷ ପୂର୍ବେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ଅନ୍ତିମ ମ୍ୟାଚ୍‌ ଖେଳିଥିଲେ, ସେହି ଓ୍ବାଙ୍ଖଡେ ଷ୍ଟାଡିୟମରେ ତାଙ୍କର ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନିଜେ ସଚିନ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ବ୍ୟତିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଏନ୍‌ସିପି ନେତା ଏବଂ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଶରଦ ପାଓ୍ବାର, ବିସିସିଆଇ ସଚିବ ଜୟ ଶାହା, ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁଳ୍କା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସଚିନ ତେନ୍ଦୁଲକରଙ୍କ ଜନ୍ମ ମୁମ୍ବାଇରେ, ସେ ଏଠାରେ ହିଁ ପ୍ରଥମେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ, ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ସେ ବିଶ୍ୱ ଚାମ୍ପିୟନ ହୋଇଥିଲେ, ଏଠାରେ ହିଁ କ୍ୟାରିୟରର ଅନ୍ତିମ ମ୍ୟାଚ୍‌ ଖେଳିଥିଲେ। ଏଣୁ ଏହି ମଇଦାନରେ ମୂର୍ତ୍ତି ଲଗାଯିବା ଏବଂ ଏହି କାର୍ଯ୍ୟକ୍ରମରେ ଭାଗ ନେବାଠାରୁ ଅନ୍ୟ କୌଣସି ଗର୍ବର ବିଷୟ ସଚିନଙ୍କ ପାଇଁ ହୋଇ ନ ପାରେ।

ତେବେ ଗ୍ବାଲିୟରରେ ସେ ୨୦୧୦ ଫେବୃୟାରୀ ୨୪ରେ ଦିନିକିଆ ଇତିହାସର ପ୍ରଥମ ଦ୍ୱିଶତକ ମାରିଥିଲେ। ଏହାପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସଚିନଙ୍କ ମୂର୍ତ୍ତିକୁ ଗ୍ବାଲିୟରରେ ଲଗାଇବାକୁ ଘୋଷଣା କରିଥିଲେ। ଏହାପରେ ସଚିନଙ୍କ ମୂର୍ତ୍ତି ସ୍ଥାପନ ହେବା ସହ ଉକ୍ତ ମାର୍ଗକୁ ତାଙ୍କ ନାମରେ ନାମିତ କରାଯାଇଥିଲା। ହେଲେ ସଚିନ ସେହି କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଘଟଣା: ଆଶ୍ୱାସନା ଦେଲେ ଅଧିକାରୀ

ଦାରିଙ୍ଗବାଡି, ୩।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପାଦ୍ରୀପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଗଣିତ ଖାତା ଆଣି ନ ଥିବାରୁ ତୃତୀୟ…

ଟି-୨୦ରେ କମାଲ କଲେ ବାବର ଆଜମ: ଭାଙ୍ଗିଲେ କୋହଲିଙ୍କ ସର୍ବକାଳୀନ ରେକର୍ଡ

ଲାହୋର,୩।୨: ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସେ ଭାରତୀୟ କିମ୍ବଦନ୍ତୀ…

ୟୁଜିସି ବିଲ୍‌କୁ ବିରୋଧ, ଜିଲାପାଳଙ୍କୁ ଦାବିପତ୍ର ଦେଲେ…

ବଲାଙ୍ଗୀର,୩ା୨ (ସୁନିଲ କୁମାର ମହାନ୍ତି): ୟୁଜିସି ବିଲ୍‌କୁ ନେଇ ବିରୋଧ ତୀବ୍ର ହେବାରେ ଲାଗିଛି । ଏହି ବିଲ୍‌କୁ ଶୀଘ୍ର ପ୍ରତ୍ୟାହାର କରିବା ପାଇଁ ବଲାଙ୍ଗୀର ଜିଲା…

ଘରେ ଲଗାଉଛନ୍ତି କି ନେମପ୍ଲେଟ୍‌ : ଜାଣନ୍ତୁ କଣ କହେ ବାସ୍ତୁ

ଘରକୁ ଚିହ୍ନାଇବାରେ ସାହାଯ୍ୟ କରିବା ସହିତ ନେମ୍‌ପ୍ଲେଟ୍‌ ଘରର ସୌନ୍ଦର୍ଯ୍ୟକୁ ବି ବଢାଇଥାଏ। ଘର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ପ୍ରଥମ ନଜର ଏହା ଉପରେ…

ଭାରତକୁ ନେଇ ଏମିତି କଥା କହୁଥିଲେ ପାକିସ୍ତାନୀ ଖବରଦାତା, ମୁହଁ ବନ୍ଦ କଲେ ଏହି ଖେଳାଳି

ନୂଆଦିଲ୍ଲୀ,୩।୨: ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶଙ୍କୁ ପାକିସ୍ତାନର ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ ମ୍ୟାଚ ବର୍ଜନ ଏବଂ ବାଂଲାଦେଶର ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ସମ୍ପର୍କରେ ପ୍ରଶ୍ନର ସମ୍ମୁଖୀନ…

ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା: ଏକା ସଙ୍ଗେ ୨୦୦ ଦମ୍ପତିଙ୍କ ହେଲା ସାମୁହିକ ବିବାହ

ଭୁବନେଶ୍ୱର,୩।୨: ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା। ଗଞ୍ଜାମ ତାରାତାରିଣୀ ପୀଠରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ୨ ଶହ ବର-କନ୍ୟାଙ୍କ…

ବିଶ୍ୱବିଦ୍ୟାଳୟ ଗେଷ୍ଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି

ବାଲେଶ୍ୱର, ୩।୨( ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି । ବିଶ୍ୱବିଦ୍ୟାଳୟକୁ ଏହା ତାଙ୍କର ପ୍ରଥମ ଗସ୍ତ ।…

ରାଜନୀତିରେ ବଡ଼ ହଇଚଇ:  ଭିଣୋଇଙ୍କ ନାଁ ନ ନେଇ ବର୍ଷିଲେ ଅରିନ୍ଦମ, ନାମ ନେ…

ଯାଜପୁର.୩।୨: ଯାଜପୁର ରାଜନୀତି ସର୍ବଦା ଚର୍ଚ୍ଚାରେ। ବିଜେଡି  ଗଡ଼ କୁହାଯାଉଥିବା ଯାଜପୁର ନିର୍ବାଚନମଣ୍ଡଳୀକୁ ୨୦୨୪ ନିର୍ବାଚନରେ ଭାଙ୍ଗିଲା ଭାଜପା। ହାରିଲେ ବିଜେଡିର ହେବିଓ୍ବେଟ୍‌ ନେତା। ପୂର୍ବତନ ବିଜେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri