ବୋନ୍‌ ଟ୍ୟୁମର କୁନିଙ୍କୁ ସବ୍ୟସାଚୀଙ୍କ ସହାୟତା

ପୁରୀ ଅଫିସ,୨୭।୨: ପୁରୀ ସଦର ବ୍ଲକ୍‌ ବାଲିପଡ଼ାର କୁନି ପଣ୍ଡା ବୋନ୍‌ ଟ୍ୟୁମରରେ ପୀଡ଼ିତ ହୋଇ ଯନ୍ତ୍ରଣାରେ ରହୁଥିଲେ। ୨୪ ବର୍ଷ.ବୟସର କୁନିର ଏହି ଦୁଃଖର ଭିଡିଓ ସୋସିଆଲ ମିଡିଆରେ ଦେଖିବା ପରେ ଓଲିଉଡ ଅଭିନେତା ସବ୍ୟସାଚୀ ମହାପାତ୍ର ସହାୟତାର ହାତ ବଢ଼ାଇଥିଲେ। ସବ୍ୟସାଚୀଙ୍କ ଆର୍ଥତ୍କ ସହଯୋଗ ପରେ ବୋନ ଟ୍ୟୁମର କୁନି ମୁହଁକୁ ହସ ଫେରିଛି। ଏମ୍ସ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ପରେ ସେ ନିଜ ଗାଁ ବାଲିପଡ଼ାକୁ ଫେରିଛନ୍ତି। ଅସ୍ତ୍ରୋପଚାର ପରେ ଶୁକ୍ରବାର ଅଭିନେତା ସବ୍ୟସାଚୀ ତାଙ୍କୁ ଭେଟିଥିବାବେଳେ କୁନି ତାଙ୍କ ହାତରେ ରାଖୀ ବାନ୍ଧି ଖୁସିବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, କୁନିଙ୍କ ହାତରେ ବୋନ୍‌ ଟ୍ୟୁମର୍‌ ହୋଇଥିଲା। ପିଲାବେଳୁ ବାପାଙ୍କୁ ହରାଇବା ସହ ଦାରିଦ୍ର୍ୟରେ ମା’ ଝିଅର ଜୀବନ ଯୁଝୁଥିବାବେଳେ କୁନିର ବୋନ ଟ୍ୟୁମର ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡ଼ିଥିଲା। ହେଲେ ପାରିବାରିକ ସମ୍ବଳ ଅଭାବରୁ ସେ ଚିକିତ୍ସା ଆଶା ଛାଡ଼ି ଦେଇଥିଲେ। ଏହାପରେ କୁନି ସୋସିଆଲ୍‌ ମିଡିଆର ସାହାରା ନେଇ ନିଜ ପାଇଁ ଆର୍ଥିକ ସହାୟତା ମାଗିଥିଲେ। ଏହି ଘଟଣା ସବ୍ୟସାଚୀ ଦେଖିବା ପରେ ତାଙ୍କୁ ଭିଡିଓ କଲ୍‌ ମାଧ୍ୟମରେ ଯୋଗାଯୋଗ କରି ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ପରେ ତାଙ୍କ ସହ ଭେଟି ସମସ୍ତ ଚିକିତ୍ସା ଦାୟିତ୍ୱ ନେଇଥିଲେ। ତେବେ କୁନି ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଇଥିବା ବେଳେ ଏବେ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି। ଏ ନେଇ କୁନି କହିଛନ୍ତି, ମୋ ଜୀବନରେ ସେ ଦେବଦୂତ ସାଜି ଆସିଲେ। ତାଙ୍କର ଏହି ଭଲପାଇବାକୁ ଜୀବନ ସାରା ମନେ ରଖିବି। ସବ୍ୟସାଚୀ ମୋ ଭାଇ ଓ ତାଙ୍କ ପାଖରେ ମୁଁ ଚୀରଋଣୀ। ଉଲ୍ଲେଖଯୋଗ୍ୟ, ସବ୍ୟସାଚୀ କୁନିଙ୍କର ପୂର୍ବ ଓ ପର ଫଟୋ ପୋଷ୍ଟ କରି ଖୁସି ଜାହିର କରିଛନ୍ତି। ସେ କହିଛନ୍ତି, କୁନି ପାଇଁ ଓଡ଼ିଶାବାସୀଙ୍କ ପ୍ରାର୍ଥନା ସଫଳ ହୋଇଛି। ଖୁସି ଲାଗୁଛି ପ୍ରାର୍ଥନା ଫଳପ୍ରଦ ହୋଇଛି ଓ ଅସ୍ତ୍ରୋପଚାର ପରେ କୁନିଙ୍କ ହସ ଫେରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ

କଟକ,୧୯।୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ।…

ବିକଶିତ ବରଗଡ଼ରେ ଆଇନଶୃଙ୍ଖଳା ବ୍ୟବସ୍ଥା ହୁଗୁଳା

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକାଶପଥକୁ ମୁହଁାଉଛି। ରାସ୍ତା ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଭାବେ ଡ୍ରେନ ନିର୍ମାଣ ହେଉଛି। ସେହିପରି ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri