ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛି । ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଏନେଇ ସେମାନେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଖୁସି ଖବର ଦେଇଛନ୍ତି ।

ଲିଙ୍ଗରାଜ ମନ୍ଦିର ନିକଟରେ ଛିଡା ହୋଇ ଉଭୟେ ଏକ ଭିଡିଓ ସେୟାର କରି ଏନେଇ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ଦୁହିଁଙ୍କ ବିବାହକୁ ୫ ବର୍ଷ ହୋଇଥିବା ବେଳେ ପ୍ରଥମ ସନ୍ତାନର ମାଆ ହେବାକୁ ଯାଉଛନ୍ତି ଅର୍ଚ୍ଚିତା ସାହୁ । ଭିଡିଓ ସୋସିଆଲ ମିଡିଆ ସେୟାର କରିବା ପରେ ଫ୍ୟାନ୍ସଙ୍କ ସମେତ ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି ।

୨୦୨୧ ମସିହା ମାର୍ଚ୍ଚ ୧ ତାରିଖ ଦିନ ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୦୮ ମସିହାରେ ସବ୍ୟ ସୀମା ମିଶ୍ରଙ୍କୁ ବିବାହ କରିଥିଲେ । କିନ୍ତୁ କୌଣସି କାରଣ ଯୋଗୁଁ ୨୦୧୫ ମସିହାରେ ବିବାହ ବିଚ୍ଛେଦ ହୋଇଥିଲେ । ଏହାପରେ ଅର୍ଚ୍ଚିତା ସହ ପ୍ରେମରେ ପଡି ଦୁହେଁ ୨୦୨୧ ମସିହାରେ ବିବାହ କରିଥିଲେ ।

ସବ୍ୟ ଏବଂ ଅର୍ଚ୍ଚିତା ମିଶି ଅନେକ ଫିଲ୍ମ କରିଥିବା ବେଳେ ଦର୍ଶକଙ୍କ ଅଧିକ ଭଲପାଇବା ପାଇଛନ୍ତି । ରିଲ ଲାଇଫରେ ଦର୍ଶକଙ୍କ ଭଲ ପାଇବା ମିଳିଥିବା ବେଲେ ରିଅଲ ଲାଇଫରେ ମଧ୍ୟ ଖୁବ ଭଲ ପାଇବା ଦେଇ ଗ୍ରହଣ କରିଛନ୍ତି ଫ୍ୟାନ୍ସ । ଦୀର୍ଘ ୫ ବର୍ଷ ପରେ ମାଆ ହେବାକୁ ଯାଉଛନ୍ତି ଅର୍ଚ୍ଚିତା ସାହୁ ।