ନୂଆ ମୋଡ଼ରେ ସା ରେ ଗା ମା ପା ସ୍ବରର ମହାମଞ୍ଚ

ଭୁବନେଶ୍ୱର,୨୭।୧୦: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନ ଭିତ୍ତିକ ଚ୍ୟାନେଲ ‘ଜୀ ସାର୍ଥକ’ରେ ପ୍ରସାରିତ ହେଉଥିବା ‘ସା ରେ ଗା ମା ପା ସ୍ବରର ମହାମଞ୍ଚ’ ୨ୟ ପର୍ଯ୍ୟାୟ ଶେଷ ହୋଇଛି। ଏପରିକି ସା ରେ ଗା ମା ପାରେ ଆଗକୁ ଆହୁରି ରୋମାଞ୍ଚକର ପ୍ରଦର୍ଶନ ହେବାକୁ ଯାଉଛି। ବିଶେଷକରି ନୂଆ ମୋଡ଼ରେ ସା ରେ ଗା ମା ପା ସ୍ବରର ମହାମଞ୍ଚ। କାରଣ ଆଗକୁ ହେବାକୁ ଯାଉଛି ଏଲିମିନେଶନ ରାଉଣ୍ଡ। ତା’ପରେ ଆସିବେ ନୂଆ ଚ୍ୟାଲେଞ୍ଜର ଆଉ ଦେବାକୁ ହେବ କଡ଼ା ଟକ୍କର।

ସେହିଭଳି ସଙ୍ଗୀତର ଏହି ମହାମଞ୍ଚରେ ହେବ ମହା ମୁକାବିଲା। ସାରେଗାମାପାରେ ଏଥର ଦର୍ଶକ ଦେଖିବେ ପ୍ରତିଭାମାନଙ୍କର ଧମାକାଦାର ପରିବେଷଣ। ଅପରପକ୍ଷରେ ରକ୍‌ଷ୍ଟାର ସାଇ ପ୍ରଜ୍ଞା, ରୋମାଣ୍ଟିକ ସ୍ପେଶିଆଲିଷ୍ଟ ସୌଜନ୍ୟା ଏବଂ ରଶ୍ମିରେଖା ଓ ଅଭିସଙ୍ଗୀତାଙ୍କ ଭଳି ମା-ଝିଅ ଯୋଡ଼ି ସେମି-କ୍ଲାସିକାଲ ଗୀତ ଗାଇ ନିଜର ସ୍ବପ୍ନକୁ ପୂରଣ କରିବା ନେଇ ଆଗକୁ ବଢ଼ିବେ ପ୍ରତିଯୋଗୀ। ସେହିପରି ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କୁ ମିଳିଛି ଭରପୂର ସୁଯୋଗ। ବର୍ତ୍ତମାନ ଆଗାମୀ ଏପିସୋଡ୍‌ଗୁଡ଼ିକରେ ଏହା ଦେଖିବାକୁ ମିଳିବ ଯେ ପ୍ରତିଯୋଗୀଙ୍କ ପ୍ରକୃତ ପ୍ରତିଭା। ପୂର୍ବରୁ ଏହି ମଞ୍ଚ ମାଧ୍ୟମରେ ଅନେକ କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି। ଏପରିକି ଦର୍ଶକଙ୍କ ଉତ୍ସାହ ଓ ଉତ୍କଣ୍ଠାକୁ ଆଖିରେ ରଖି ଏବେ ନୂଆ ପ୍ରତିଭା ଖୋଜା ମଧ୍ୟ ଚାଲିଛି। ଉଲ୍ଲେଖଯୋଗ୍ୟ, ସାରେଗାମାପା ସ୍ବରର ମହାମଞ୍ଚ ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ରେ ଜୀ ସାର୍ଥକରେ ପ୍ରସାରିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri