Posted inଫୁରସତ

ଇଲେକ୍ଟ୍ରି ବିଲ୍‌ ଅଧିକ ଆସୁଛି କି? ଏହି ଉପାୟରେ କମିପାରିବ ୫୦ ପ୍ରତିଶତ

ସାଧାରଣତଃ ଘରେ ଏସି, ଫ୍ରିଜ୍‌, ଫ୍ୟାନ୍‌, କୁଲର, ଲାଇଟ୍‌ ଇତ୍ୟାଦି ଲାଗିଥିବାରୁ ଅଧିକ ଇଲେକ୍ଟ୍ରି ବିଲ୍‌ ଆସିଥାଏ। ମାତ୍ର କିଛି ଟିପ୍ସ ଆପଣାଇଲେ ବିଜୁଳି ସଞ୍ଚୟ ହେବା ସହ ଆପଣଙ୍କର ବିଲ୍‌ ମଧ୍ୟ କମ୍‌ ଆସିବ। ଜାଣନ୍ତୁ ଏ ସମ୍ପର୍କରେ…


ଧ୍ୟାନ ରଖନ୍ତୁ ଘରେ ଆଲୋକୀକରଣ ପାଇଁ ବଲ୍‌ବ ସ୍ଥାନରେ ଏଲଇଡି ବ୍ୟବହାର କରନ୍ତୁ। ଆବଶ୍ୟକ ନ ଥିଲେ ତୁରନ୍ତ ଲାଇଟ୍‌ ବନ୍ଦ କରିଦିଅନ୍ତୁ। ଟ୍ୟୁବ୍‌ଲାଇଟ୍‌ ଏବଂ ଲ୍ୟାମ୍ପ୍‌କୁ କିଛି ସମୟ ଅନ୍ତରରେ ସଫା କରନ୍ତୁ। କାରଣ ମଇଳା ଲାଇଟ୍‌ରେ ଆଲୋକ କମ୍‌ ହୋଇଥାଏ। ଏହାର ପ୍ରଭାବ ଇଲେକ୍ଟ୍ରି ବିଲ୍‌ ଉପରେ ପଡ଼ିଥାଏ। ଫ୍ଲୋରୋସେଣ୍ଟ୍‌ ଟ୍ୟୁବ୍‌ ଲାଇଟ୍‌ ଏବଂ ସିଏଫ୍‌ଏଲ୍‌ ସାଧାରଣ ବଲ୍‌ବଠାରୁ ୫ ଗୁଣ ଭଲ ହୋଇଥାଏ। ଖାଲି ଏତିକି ନୁହେଁ, ଏହା ଦ୍ୱାରା ଇଲେକ୍ଟ୍ରି ବିଲ୍‌ ମଧ୍ୟ କମ୍‌ ଆସିଥାଏ।


ଦେଶରେ ସୌରଶକ୍ତିର ବ୍ୟବହାର କରାଯାଉଛି। ବିଜୁଳି ବଞ୍ଚାଇବା ପାଇଁ ସୌରଶକ୍ତି ହିଁ ସବୁଠୁ ଭଲ ବିକଳ୍ପ। ସୌର ପ୍ୟାନେଲକୁ ଦୋକାନ କିମ୍ବା ଘରର ଛାତ ଉପରେ ଆରାମରେ ରଖି ପାରିବେ। ଥରେ ପଇସା ଖର୍ଚ୍ଚ ହେଲେ ମଧ୍ୟ ଦୀର୍ଘଦିନ ଏହା ଇଲେକ୍ଟ୍ରି ବିଲ୍‌ କମ୍‌ କରିବ। ବୈଜ୍ଞାନିକଙ୍କ ଅନୁଯାୟୀ, 1kwp ସୋଲାର ରୁଫ୍‌ ଟପ୍‌ ପ୍ଲାଣ୍ଟ ପ୍ରତିଦିନ 4.6kwh ବିଜୁଳି ଉତ୍ପନ କରିଥାଏ।

ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀକୁ ଠିକ୍‌ ସ୍ଥାନରେ ରଖିବା ଜରୁରୀ। ଫ୍ରିଜ୍‌କୁ ଏମିତି ସ୍ଥାନରେ ରଖନ୍ତୁ ଯେଉଁଠି ସିଧାସଳଖ ଖରା ପଡ଼ିବ ନାହିଁ। ଗରମ ହେଉଥିବା ସ୍ଥାନଠାରୁ ଦୂରେଇ ରଖନ୍ତୁ। ଫ୍ରିଜ୍‌ରେ ଗରମ ଖାଦ୍ୟ ନ ରଖି ଥଣ୍ଡା ହେବା ପରେ ରଖନ୍ତୁ। କଏଲକୁ ନିୟମିତ ଭାବେ ସଫା କରନ୍ତୁ। ଫଳରେ ଠିକ୍‌ ଭାବରେ ବାୟୁ ଚଳାଚଳ ହୋଇପାରିବ।

ଏସିକୁ ସଠିକ୍‌ ତାପମାତ୍ରାରେ ଚଲାନ୍ତୁ। ଧ୍ୟାନ ରଖନ୍ତୁ ଏସିକୁ ପ୍ରାୟ ୨୫ ଡିଗ୍ରୀ ମଧ୍ୟରେ ଚଲାନ୍ତୁ। ଯାହାଦ୍ୱାରା ଆପଣଙ୍କ ବିଜୁଳି ବଞ୍ଚିପାରିବ। ଏସି ଅପେକ୍ଷା ସିଲିଂ କିମ୍ବା ଟେବୁଲ୍‌ ଫ୍ୟାନ୍‌ ସର୍ବଦା ବ୍ୟବହାର କରନ୍ତୁ। ଏମିତି କଲେ ଏଥିରୁ ୪୦ ପ୍ରତିଶତ କମ୍‌ ବିଲ୍‌ ଆସିବ।

ଏହାବ୍ୟତୀତ କମ୍ପ୍ୟୁଟର, ଟିଭି ମଧ୍ୟ ଇଲେକ୍ଟ୍ରି ବିଲ୍‌ ବଢ଼ାଇଥାନ୍ତି। ବ୍ୟବହାର କରୁ ନ ଥିବା ସମୟରେ ତୁରନ୍ତ ଏହାକୁ ବନ୍ଦ କରି ରଖନ୍ତୁ। କମ୍ପ୍ୟୁଟର, ମନିଟରର ବ୍ୟବହାର ନ ଥିଲେ ସ୍ଲିପ୍‌ ମୋଡ୍‌ରେ ସେଟ୍‌ କରନ୍ତୁ। ଏପରି କଲେ ଏଥିରୁ ମଧ୍ୟ ଆସୁଥିବା ବିଲ୍‌ ୪୦ ପ୍ରତିଶତ କମିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

ଆଜି ଯନ୍ତରମନ୍ତର ଘେରାଉ ପାଇଁ ସିଜେପିର ଆହ୍ୱାନ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?