Posted inଫୁରସତ

ଇଲେକ୍ଟ୍ରି ବିଲ୍‌ ଅଧିକ ଆସୁଛି କି? ଏହି ଉପାୟରେ କମିପାରିବ ୫୦ ପ୍ରତିଶତ

ସାଧାରଣତଃ ଘରେ ଏସି, ଫ୍ରିଜ୍‌, ଫ୍ୟାନ୍‌, କୁଲର, ଲାଇଟ୍‌ ଇତ୍ୟାଦି ଲାଗିଥିବାରୁ ଅଧିକ ଇଲେକ୍ଟ୍ରି ବିଲ୍‌ ଆସିଥାଏ। ମାତ୍ର କିଛି ଟିପ୍ସ ଆପଣାଇଲେ ବିଜୁଳି ସଞ୍ଚୟ ହେବା ସହ ଆପଣଙ୍କର ବିଲ୍‌ ମଧ୍ୟ କମ୍‌ ଆସିବ। ଜାଣନ୍ତୁ ଏ ସମ୍ପର୍କରେ…


ଧ୍ୟାନ ରଖନ୍ତୁ ଘରେ ଆଲୋକୀକରଣ ପାଇଁ ବଲ୍‌ବ ସ୍ଥାନରେ ଏଲଇଡି ବ୍ୟବହାର କରନ୍ତୁ। ଆବଶ୍ୟକ ନ ଥିଲେ ତୁରନ୍ତ ଲାଇଟ୍‌ ବନ୍ଦ କରିଦିଅନ୍ତୁ। ଟ୍ୟୁବ୍‌ଲାଇଟ୍‌ ଏବଂ ଲ୍ୟାମ୍ପ୍‌କୁ କିଛି ସମୟ ଅନ୍ତରରେ ସଫା କରନ୍ତୁ। କାରଣ ମଇଳା ଲାଇଟ୍‌ରେ ଆଲୋକ କମ୍‌ ହୋଇଥାଏ। ଏହାର ପ୍ରଭାବ ଇଲେକ୍ଟ୍ରି ବିଲ୍‌ ଉପରେ ପଡ଼ିଥାଏ। ଫ୍ଲୋରୋସେଣ୍ଟ୍‌ ଟ୍ୟୁବ୍‌ ଲାଇଟ୍‌ ଏବଂ ସିଏଫ୍‌ଏଲ୍‌ ସାଧାରଣ ବଲ୍‌ବଠାରୁ ୫ ଗୁଣ ଭଲ ହୋଇଥାଏ। ଖାଲି ଏତିକି ନୁହେଁ, ଏହା ଦ୍ୱାରା ଇଲେକ୍ଟ୍ରି ବିଲ୍‌ ମଧ୍ୟ କମ୍‌ ଆସିଥାଏ।


ଦେଶରେ ସୌରଶକ୍ତିର ବ୍ୟବହାର କରାଯାଉଛି। ବିଜୁଳି ବଞ୍ଚାଇବା ପାଇଁ ସୌରଶକ୍ତି ହିଁ ସବୁଠୁ ଭଲ ବିକଳ୍ପ। ସୌର ପ୍ୟାନେଲକୁ ଦୋକାନ କିମ୍ବା ଘରର ଛାତ ଉପରେ ଆରାମରେ ରଖି ପାରିବେ। ଥରେ ପଇସା ଖର୍ଚ୍ଚ ହେଲେ ମଧ୍ୟ ଦୀର୍ଘଦିନ ଏହା ଇଲେକ୍ଟ୍ରି ବିଲ୍‌ କମ୍‌ କରିବ। ବୈଜ୍ଞାନିକଙ୍କ ଅନୁଯାୟୀ, 1kwp ସୋଲାର ରୁଫ୍‌ ଟପ୍‌ ପ୍ଲାଣ୍ଟ ପ୍ରତିଦିନ 4.6kwh ବିଜୁଳି ଉତ୍ପନ କରିଥାଏ।

ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀକୁ ଠିକ୍‌ ସ୍ଥାନରେ ରଖିବା ଜରୁରୀ। ଫ୍ରିଜ୍‌କୁ ଏମିତି ସ୍ଥାନରେ ରଖନ୍ତୁ ଯେଉଁଠି ସିଧାସଳଖ ଖରା ପଡ଼ିବ ନାହିଁ। ଗରମ ହେଉଥିବା ସ୍ଥାନଠାରୁ ଦୂରେଇ ରଖନ୍ତୁ। ଫ୍ରିଜ୍‌ରେ ଗରମ ଖାଦ୍ୟ ନ ରଖି ଥଣ୍ଡା ହେବା ପରେ ରଖନ୍ତୁ। କଏଲକୁ ନିୟମିତ ଭାବେ ସଫା କରନ୍ତୁ। ଫଳରେ ଠିକ୍‌ ଭାବରେ ବାୟୁ ଚଳାଚଳ ହୋଇପାରିବ।

ଏସିକୁ ସଠିକ୍‌ ତାପମାତ୍ରାରେ ଚଲାନ୍ତୁ। ଧ୍ୟାନ ରଖନ୍ତୁ ଏସିକୁ ପ୍ରାୟ ୨୫ ଡିଗ୍ରୀ ମଧ୍ୟରେ ଚଲାନ୍ତୁ। ଯାହାଦ୍ୱାରା ଆପଣଙ୍କ ବିଜୁଳି ବଞ୍ଚିପାରିବ। ଏସି ଅପେକ୍ଷା ସିଲିଂ କିମ୍ବା ଟେବୁଲ୍‌ ଫ୍ୟାନ୍‌ ସର୍ବଦା ବ୍ୟବହାର କରନ୍ତୁ। ଏମିତି କଲେ ଏଥିରୁ ୪୦ ପ୍ରତିଶତ କମ୍‌ ବିଲ୍‌ ଆସିବ।

ଏହାବ୍ୟତୀତ କମ୍ପ୍ୟୁଟର, ଟିଭି ମଧ୍ୟ ଇଲେକ୍ଟ୍ରି ବିଲ୍‌ ବଢ଼ାଇଥାନ୍ତି। ବ୍ୟବହାର କରୁ ନ ଥିବା ସମୟରେ ତୁରନ୍ତ ଏହାକୁ ବନ୍ଦ କରି ରଖନ୍ତୁ। କମ୍ପ୍ୟୁଟର, ମନିଟରର ବ୍ୟବହାର ନ ଥିଲେ ସ୍ଲିପ୍‌ ମୋଡ୍‌ରେ ସେଟ୍‌ କରନ୍ତୁ। ଏପରି କଲେ ଏଥିରୁ ମଧ୍ୟ ଆସୁଥିବା ବିଲ୍‌ ୪୦ ପ୍ରତିଶତ କମିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri