Posted inଫୁରସତ

ରୁଷୀୟ କନ୍ୟା, ୟୁକ୍ରେନୀୟ ବର

ଥିରୁଭାନନ୍ତପୁରମ: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଗତ ୩ ବର୍ଷ ଧରି ଯୁଦ୍ଧ ଜାରି ରହିଛି। ୨ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ରହିଥିବା ସତ୍ତ୍ୱେ କେରଳର କୋଲ୍ଲମସ୍ଥିତ ଅମୃତପୁରୀ ଆଶ୍ରମର ମାତା ଅମୃତାନନ୍ଦମୟୀ ମନ୍ଦିରରେ ମଙ୍ଗଳବାର ୟୁକ୍ରେନୀୟ ଯୁବକ ସାଶା ଓଷ୍ଟ୍ରଭିକ୍‌ ଓ ରୁଷୀୟ ଯୁବତୀ ଓଲ୍ୟା ଓଷ୍ଟ୍ରଭିକ୍‌ ପରସ୍ପରକୁ ବିବାହ କରିଛନ୍ତି। ଏହି ବିବାହ କେବଳ କେରଳରେ ନୁହେଁ ବରଂ ପୂରା ଭାରତରେ ଚର୍ଚ୍ଚା ସାଉଣ୍ଟିଛି।
ରାଜଧାନୀ କିଭ୍‌ ନିବାସୀ ସାଶା ସମ୍ପ୍ରତି କେରଳର ଅମୃତ ବିଶ୍ୱ ବିଦ୍ୟାପୀଠମ ବିଶ୍ୱବିଦ୍ୟାଳୟରେ ମାନସିକ ସ୍ବାସ୍ଥ୍ୟ ବିଷୟରେ ପିଏଚ୍‌ଡି କରୁଛନ୍ତି। ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ ସହଯୋଗ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସେହିପରି ଅମୃତପୁରୀ ଆଶ୍ରମରେ ସାବିତ୍ରୀ ନାମରେ ପରିଚିତ ଓଲ୍ୟା ହେଉଛନ୍ତି ରୁଷିଆର ରାଜଧାନୀ ମସ୍କୋର ମୂଳ ନିବାସୀ। ୨୦୦୯ରେ ଭାରତକୁ ଆସିଥିବା ଓଲ୍ୟା ଅମୃତପୁରୀ ଆଶ୍ରମରେ ଦୀର୍ଘ ବର୍ଷ ଧରି ଜଣେ ଭଲ୍ୟୁଣ୍ଟିଅର ଭାବେ କାର୍ଯ୍ୟ କରୁଛନ୍ତି। ସେ ରୁଷିଆର ଏକ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ ଯୋଗେ ମନୋବିଜ୍ଞାନ ଅଧ୍ୟୟନ କରୁଛନ୍ତି। ଅମୃତପୁରୀ ଆଶ୍ରମରେ ଦୁହେଁ ବିଭିନ୍ନ ଦେଶ ତଥା ପୃଷ୍ଠଭୂମିର ୨ ହଜାରରୁ ଅଧିକ ଲୋକଙ୍କ ସହ ରହୁଛନ୍ତି। ସାଶା ଓ ଓଲ୍ୟା ୨୦୧୯ରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ତେବେ କୋଭିଡ୍‌ ମହାମାରୀ ସମୟରେ ସାଶା ୟୁକ୍ରେନ୍‌ ଚାଲିଯାଇଥିଲେ। ତେଣୁ ମଝିରେ ଲମ୍ବା ସମୟ ଧରି ଉଭୟ ପରସ୍ପରକୁ ଭେଟି ପାରି ନ ଥିଲେ। ତେବେ ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସାଶା ଅମୃତପୁରୀ ଆଶ୍ରମକୁ ଫେରି ଆସିଥିଲେ। ଏନେଇ ସାଶା କୁହନ୍ତି, ଯୁଦ୍ଧ ପୂର୍ବରୁ ଅମୃତପୁରୀ ଫେରି ଆସିବା ନିଶ୍ଚିତ ଭାବେ ତାଙ୍କ ପାଇଁ ଚମତ୍କାର ଘଟଣା ଥିଲା। ୨ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଅତ୍ୟନ୍ତ ଭୟଙ୍କର ଓ ପୀଡ଼ାଦାୟକ ହୋଇଥିବା ସେ କହିଛନ୍ତି। ତେବେ ଯୁଦ୍ଧ ଆରମ୍ଭ ହେବା ପରେ ସେମାନେ ଆହୁରି ନିକଟତର ହୋଇଛନ୍ତି ବୋଲି ଓଲ୍ୟା କହିଛନ୍ତି। ୨ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ଜାରି ରହିଥିଲେ ମଧ୍ୟ ସେମାନଙ୍କ ପ୍ରେମ ଧୀରେ ଧୀରେ ଆହୁରି ମଜଭୁତ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri