ଖାର୍କିଭରେ ରୁଷିଆ ସେନାଙ୍କ ରକେଟ୍ ବର୍ଷା, ୧୫ ମୃତ୍ୟୁ, ବହୁ ଘର ନଷ୍ଟ

କ୍ୱିଭ/ଖାର୍କିଭ,୨୩ ।୬: ରୁଷିଆ ସେନା ୟୁକ୍ରେନର ଦ୍ୱିତୀୟ ବଡ ସହର ଖାର୍କିଭ ଓ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ରାତି ଓ ବୁଧବାର ସକାଳେ ରକେଟ୍ ବର୍ଷା କରିଥିବା ସୂଚନା ମିଳିଛି । ଏଥିରେ ଅତିକମରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବ କୁହାଯାଉଛି । ଏହାସହ ୧୬ରୁ ଅଧିକ ଆହତ ବି ହୋଇଛନ୍ତି । ଏହାର ଉଦ୍ଦେଶ୍ୟ ରହିଛି ୟୁକ୍ରେନ ସେନାଙ୍କୁ ମୁଖ୍ୟ ଯୁଦ୍ଧସ୍ଥଳରୁ ହଟାଇ ସହରକୁ ସୁରକ୍ଷା ଦେବାକୁ ବାଧ୍ୟ କରିବା ।
ସୂଚନାଯୋଗ୍ୟ, ଖାର୍କିଭରେ ସାଧାରଣ ଜୀବନ ପୁଣିଥରେ ଆରମ୍ଭ ହେବାକୁ ଯାଉଥିବା ବେଳେ କିଛି ସପ୍ତାହ ହେବ ଏଠାରେ ଭିଷଣ ଆକ୍ରମଣ ଫଳରେ ସ୍ଥିତି ପୁଣି ବିଗିଡିବାରେ ଲାଗିଛି । ଗତ ମାସରେ ୟୁକ୍ରେନ୍ ସେନା ଖାର୍କିଭରୁ ରୁଷିଆ ସେନାଙ୍କୁ ହଟାଇ ଦେଇଥିଲେ । ୟୁକ୍ରେନ୍ ଅଧିକାରୀମାନେ କହିଛନ୍ତି ରୁଷିଆ ସେନାଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ଖାର୍କିଭ ବାହାରେ ଥିବା ଘର ଗୁଡିକ ବି ନଷ୍ଟ ହୋଇଯାଇଛି ।
ଏହାପରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଓଲେସ୍କେ ଏରେତୋପିଜ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ରୁଷିଆ ସେନାଙ୍କ ଦ୍ୱାରା ସେହିଭଳି ଭାବେ ଆକ୍ରମଣ କରାଯାଇଛି ଯେଉଁଭଳି ଭାବେ ମୋରିଉପୋଲରେ କରାଯାଇଥିଲା । ଏହାର ଗୋଟିଏ ଲକ୍ଷ୍ୟ ଲୋକଙ୍କୁ ଭୟଭୀତ କରାଇବା । ଯଦି ରୁଷିଆ ସେନା ଏଭଳି କାର୍ଯ୍ୟ ଜାରି ରଖିବ ତେବେ ଆମକୁ ଏହାର ପ୍ରତିକ୍ରିୟା ଦେବାକୁ ପଡିବ । ଏଥିପାଇଁ ଆମକୁ ସେନାଙ୍କୁ ସହରକୁ ଆଣିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri