ୟୁକ୍ରେନ ସଙ୍କଟ ବଢ଼ାଇବନି ରୁଷିଆ: ମାକ୍ରଁ

କ୍ୱିଭ୍‌, ୯।୨:  ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଭିତରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଭେଟିଛନ୍ତି। କ୍ରେମେଲିନ୍‌ରେ ହୋଇଥିବା ଆଲୋଚନାରେ ରୁଷିଆ ୟୁକ୍ରେନ ସୀମା ନିକଟରେ ଉତ୍ତେଜନା ବଢ଼ାଇବ ନାହିଁ ବୋଲି ପୁଟିନ୍‌ କହିଥିବା ମାକ୍ରଁ ମଙ୍ଗଳବାର ପ୍ରକାଶ କରିଛନ୍ତି। ବିବାଦ ନ ବଢ଼ାଇବାକୁ ରୁଷିଆ ରାଜି ହୋଇଥିବା ରିପୋର୍ଟକୁ କ୍ରେମେଲିନ୍‌ ପକ୍ଷରୁ ପୂର୍ବରୁ ଖଣ୍ଡନ କରାଯାଇଥିଲା। ସମ୍ପ୍ରତି ସ୍ଥିତିରେ ମସ୍କୋ ଏବଂ ପ୍ୟାରିସ୍‌ କୌଣସି ଚୁକ୍ତି କରିପାରିବେ ନାହିଁ ବୋଲି କ୍ରେମେଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ କହିଥିଲେ। କିନ୍ତୁ ମାକ୍ରଁ ୟୁକ୍ରେନ ରାଜଧାନୀ କ୍ୱିଭ୍‌ ଗସ୍ତରେ ଥିବାବେଳେ ଉକ୍ତ ମନ୍ତବ୍ୟ ଦେଇଛନ୍ତି। ଏଥିସହ ମାକ୍ରଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ମଙ୍ଗଳବାର ଭେଟିଛନ୍ତି। ଦୁଇ ଦେଶ ମଧ୍ୟରେ ରହିଥିବା ବିବାଦ ସମାଧାନ ପାଇଁ ମାସାଧିକ ସମୟ ଲାଗିପାରେ ବୋଲି ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ, ୟୁୁକ୍ରେନ ସୀମା ନିକଟରେ ରୁଷିଆ ଲକ୍ଷାଧିକ ସୈନ୍ୟ ମୁତୟନ କରିଥିବାବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଛି। ୟୁକ୍ରେନକୁ ନାଟୋରେ ସାମିଲ ପାଇଁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ଉଦ୍ୟମ କରୁଥିବାବେଳେ ରୁଷିଆ ତାହା ଚାହୁଁ ନ ଥିବାରୁ ଉତ୍ତେଜନା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri