ୟୁକ୍ରେନବାସୀଙ୍କୁ ଘର ଖାଲି କରିବାକୁ ଚେତାବନୀ ଦେଲା ରୁଷିଆ; ଆଜି ରାତିରେ କ୍ୱିଭ୍‌ରେ ଧ୍ୱଂସଲୀଳା

କ୍ୱିଭ୍‌, ୧ା୩: ୬ଷ୍ଠ ଦିନରେ ବି ଜାରି ରହିଛି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ। ରୁଷିଆ ମଙ୍ଗଳବାର ମଧ୍ୟ ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ଆକ୍ରମଣ କରିଛି। ରାଜଧାନୀ କ୍ୱିଭ୍‌ ଏବଂ ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖର୍କିଭକୁ କବ୍‌ଜା କରିବାକୁ ରୁଷିଆ ସୈନ୍ୟ ଘନଘନ ମିଶାଇଲ, ବୋମା ମାଡ଼ କରୁଛନ୍ତି। ପ୍ରାୟ ୬୪ କି.ମି. ପର୍ଯ୍ୟନ୍ତ ବିରାଟ ରୁଷୀୟ ସୈନ୍ୟ କନେ୍‌ଭେ ୟୁକ୍ରେନ୍‌ ସହର ଆଡ଼କୁ ମାଡ଼ି ଚାଲିଛି। ଏସବୁ ମଧ୍ୟରେ ରୁଷିଆ ଆହୁରି ଘାତକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। କ୍ୱିଭ୍‌ରେ ଥିବା ମୁଖ୍ୟାଳୟ ନିକଟରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ଚେତାବନୀ ଦେଇଛି ରୁଷିଆ। ମଙ୍ଗଳବାର ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରୁଷିଆର ସୈନିକ ୟୁକ୍ରେନ୍‌ର ସୁରକ୍ଷା ସେବା ଭିତ୍ତିଭୂମି ଉପରେ ଆକ୍ରମଣ କରିବେ। ରିଲେ ନୋଡ୍‌ ନିକଟରେ ରହୁଥିବା କ୍ୱିଭ୍‌ ନିବାସୀ ନିଜ ଘର ଛାଡ଼ନ୍ତୁ ବୋଲି ଆହ୍ବାନ କରୁଛୁ।

ପ୍ରକାଶ ଯେ, ଖର୍କିଭ ଏବଂ କ୍ୱିଭ୍‌ ମଧ୍ୟରେ ଓଖତିର୍କା ସହରରେ ଥିବା ୟୁକ୍ରେନ୍‌ ସେନା ଘାଟି ଉପରେ ରୁଷିଆ ଆକ୍ରମଣ କରିଛି। ଏଥିରେ ପ୍ରାୟ ୭୦ ୟୁକ୍ରେନ୍‌ ସୈନ୍ୟ ନିହତ ହୋଇଥିବା ଜଣାଯାଇଛି। ରକେଟ ମାଡ଼ରେ ୟୁକ୍ରେନର ଆଉ ୧୦ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିବା ବେଳେ ୩୭ ଜଣ ଆହତ ହୋଇଥିବା ଖର୍କିଭ ମେୟର କହିଛନ୍ତି। ଏପରି କି ରୁଷିଆ ୟୁକ୍ରେନ୍‌ ସହରରେ ଭାକ୍ୟୁମ ବୋମା ବିସ୍ଫୋରଣ କରିଥିବା କ୍ୱିଭ୍‌ ପକ୍ଷରୁ ଅଭିଯୋଗ ହୋଇଛି। ଆକ୍ରମଣ ଦିନଠାରୁ ଅନୂ୍ୟନ ୧୩୬ ୟୁକ୍ରେନ୍‌ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ଏବଂ ୪୦୦ ଜଣ ଆହତ ହୋଇଥିବା ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆକ୍ରମଣରେ ୩୬୦ରୁ ଊର୍ଦ୍ଧ୍ୱ ନାଗରିକଙ୍କ ଜୀବନ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri