ଚାଲିବ ଯୁଦ୍ଧ, ଦୁଇ ଘଣ୍ଟାରୁ କମ୍‌ ସମୟରେ ହିଁ ଶେଷ ହୋଇଗଲା…

ଇସ୍ତାନବୁଲ୍‌,୧୬ା୫ : ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିବାବେଳେ ୨ ଦେଶର ପ୍ରତିନିଧି ତୁର୍କୀର ଇସ୍ତାନବୁଲ୍‌ରେ ଶୁକ୍ରବାର ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଶାନ୍ତି ଆଲୋଚନାରେ ସାମିଲ ହୋଇଛନ୍ତି। ଦୁଇ ଘଣ୍ଟାରୁ କମ୍‌ ସମୟ ଧରି ଚାଲିଥିବା ଏହି ଆଲୋଚନାରେ ଯୁଦ୍ଧ ବନ୍ଦ ନେଇ ସହମତି ହୋଇ ନ ଥିବାବେଳେ ଯୁଦ୍ଧବନ୍ଦୀ ବିନିମୟ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଆଲୋଚନାର ଫଳାଫଳ ସମ୍ପର୍କରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଓମେତ ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍‌ ଓ ପୋଲାଣ୍ଡ ନେତାମାନଙ୍କୁ ଜଣାଇଛନ୍ତି। ସର୍ତ୍ତବିହୀନ ପୂର୍ଣ୍ଣକାଳୀନ ଯୁଦ୍ଧବିରତି ପ୍ରସ୍ତାବକୁ ମସ୍କୋ ଯଦି ଅଗ୍ରାହ୍ୟ କରେ ତେବେ କଠୋର କଟକଣା ଲଗାଇବାକୁ ଜେଲେନ୍‌ସ୍କି ଆହ୍ବାନ ଦେଇଛନ୍ତି।

Russia-Ukraine

ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଚାପ ପକାଇ ଆସୁଛନ୍ତି। ବୋସ୍‌ଫୋରସ୍‌ର ଡୋଲ୍‌ମାବାଚେ ପ୍ୟାଲେସ୍‌ରେ ଅନୁଷ୍ଠିତ ଏହି ବୈଠକରେ ତୁର୍କୀ ବହିର୍ବ୍ୟାପାର ମନ୍ତ୍ରୀ ହାକନ ଫିଦାନ ଓ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ପରିବା ପରେ ୨୦୨୨ ମାର୍ଚ୍ଚରୁ ଦୁଇ ଦେଶର ନେତା ଏକାଠି ସାମ୍‌ନାସାମ୍‌ନି ହୋଇ ନ ଥିଲେ। ଟ୍ରମ୍ପ୍‌ ତାଙ୍କ ମଧ୍ୟପ୍ରାଚ୍ୟ ଗସ୍ତ ଶେଷ କରି ଓ୍ବାଶିଂଟନ ଫେରିଥିବାବେଳେ ସେ ଖୁବ୍‌ଶୀଘ୍ର ରୁଷିଆ ନେତାଙ୍କୁ ଭେଟିବେ ବୋଲି କହିଛନ୍ତି। ୟୁକ୍ରେନ୍‌ ତୁରନ୍ତ ଯୁଦ୍ଧବିରତି ଚାହୁଁଛି। ଅନ୍ୟପକ୍ଷରେ ରୁଷିଆ କୂଟନୈତିକ ପଦକ୍ଷେପ ଜରିଆରେ ଯୁଦ୍ଧ ବନ୍ଦ ଚାହୁଁଥିବା ଓ ଅସ୍ତ୍ରବିରତି ପାଇଁ ରାଜି ଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରୁ ଉଠୁନି ଧାନ, ମାଡି ଆସିଲାଣି ବର୍ଷା

ବରଗଡ଼,୧୫।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିବାର ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତିଛି। ମାତ୍ର ଏପର୍ଯ୍ୟନ୍ତ ଧାନବିକ୍ରି ସମସ୍ୟା ଲାଗି ରହିଛି। ବିକ୍ରି ପାଇଁ...

ବ୍ରିଜ୍‌ ଭୁଶୁଡ଼ି ୨ ମୃତ, ଅନେକେ ନିଖୋଜ

ପୁଣେ,୧୫ା୬: ମହରାଷ୍ଟ୍ରର ପୁଣେରେ ପ୍ରବଳ ବର୍ଷା ଯୋଗୁ ରବିବାର ଏକ ବ୍ରିଜ୍‌ ଭୁଶୁଡ଼ିଥିଲା। ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ...

ସାଇପ୍ରସ୍‌ରେ ପ୍ରଧାନମନ୍ତ୍ରୀ ମୋଦି

ନିକୋସିଆ, ୧୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାଇପ୍ରସ୍‌ରେ ପହଞ୍ଚିଛନ୍ତି। ୨ ଦିନିଆ ଗସ୍ତର ପ୍ରଥମ ଭାଗରେ ସେ ସାଇପ୍ରସ୍‌ ଓ କ୍ରୋଏସିଆରେ ଦ୍ୱିପାକ୍ଷିକ ଆଲୋଚନାରେ...

ପ୍ରଶାସନର ବଡ଼ ପଦକ୍ଷେପ: ବନ୍ଦ ରହିବ ହୋଟେଲ, ଢାବା

ବରୀ,୧୫।୬: ଯାଜପୁର ଜିଲାରେ ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଯାଜପୁର ଜିଲା ବରୀ ଅଞ୍ଚଳରେ...

ଚଳନ୍ତା ବସ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଶୋ’

ଝାରସୁଗୁଡ଼ା,୧୫ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ୪୯ ନମ୍ବର ଜାତୀୟ ରାଜପଥ ଏବଂ ବିଜୁ ଏକ୍ସପ୍ରେସ୍‌ ଓ୍ବେ ମରଣଯନ୍ତା ପାଲିଟିଛି। ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା...

ପଡ଼ିଆରେ ଚରୁଥିବା ବେଳେ ହେଲା ବଜ୍ରପାତ

ଛତ୍ରପୁର,୧୮।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଚିକଲଖଣ୍ଡି ଗାଁ ନିକଟ ରାସ୍ତାରେ ଛେଳି ଚାଷୀମାନେ ଛେଳି ଚରାଇବା ବେଳେ ବଜ୍ରପାତ ଘଟି ୪୩ ଛେଳିଙ୍କ...

ଛେଳି ଗୋଟରେ ବଜ୍ରପାତ: ଆଉ ତା’ପରେ…

ପଡ଼ିଆବାହାଲ,୧୫।୬(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ନୂଆଁ ବରଙ୍ଗାମାଳ ପଞ୍ଚାୟତ ସାପଲହରା ନିକଟରେ ରବିବାର ସାରେ ବଜ୍ରପାତ ଘଟି ୧୦ ଛେଳିଙ୍କ ମୃତ୍ୟୁ ଘଟିଛି।...

ପିତୃ ଦିବସରେ ଲଜ୍ଜା: ନାବାଳିକା ଝିଅକୁ ବଳାତ୍କାର ଅଭିଯୋଗରେ ବାପା ଗଲେ ଜେଲ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଆଜି ପିତୃ ଦିବସ। ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୧୬ ବର୍ଷୀୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri