ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଲା ରୁଷିଆ

ମସ୍କୋ/କିଭ୍‌/ଲଣ୍ଡନ,୧୪ା୧୦: ଆମେରିକା ନେତୃତ୍ୱାଧୀନ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସାମରିକ ମେଣ୍ଟରେ ୟୁକ୍ରେନ୍‌ ସାମିଲ ହେଲେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରରେ ଘମାଘୋଟ ଲଢ଼େଇ ହେବ। ଏହି ସଂଘର୍ଷରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ ବୋଲି ଗୁରୁବାର ରୁଷିଆ ସୁରକ୍ଷା ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହାକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିଛନ୍ତି।
ପାଇଁ ନାଟୋର ପୂର୍ଣ୍ଣ ସଦସ୍ୟତା ଏତେ ପାଖରେ ନାହିଁ। କାରଣ ଏହି ସାମରିକ ମେଣ୍ଟରେ ସାମିଲ ହେବା ପାଇଁ ୩୦ ସଦସ୍ୟ ରାଷ୍ଟ୍ରର ସହମତି ଆବଶ୍ୟକ। ରୁଷିଆ ସିକ୍ୟୁରିଟି କାଉନସିଲ ଡେପୁଟି ସେକ୍ରେଟାରୀ ଆଲେକ୍‌ଜାଣ୍ଡର ଭେନେଡିକ୍‌ଟୋଭ୍‌ କହିଛନ୍ତି, ନାଟୋ ସଦସ୍ୟତା ମାଗିବା ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ବୃଦ୍ଧିର କାରଣ ହେବ ବୋଲି କିଭ୍‌ ଜାଣିବା ସତ୍ତ୍ୱେ ଏପରି ପଦକ୍ଷେପ ନେଇଛି। ଏହାର ପରିଣାମ ପାଶ୍ଚାତ୍ୟ ମଧ୍ୟ ଜାଣିଛି। ଏହି ଆବେଦନ ଏକ ପ୍ରୋପାଗଣ୍ଡା (ମିଛ ଅଭିଯାନ)। ସେପଟେ ନାଟୋର ଜଣେ ଅଧିକାରୀ କହିଛନ୍ତି, ରୁଷିଆ ଆଣବିକ ଅସ୍ତ୍ର ପ୍ରୟୋଗ କଲେ ନାଟୋ ସମେତ ଏହାର ସହଯୋଗୀଙ୍କ ପକ୍ଷରୁ କଡ଼ା ଜବାବ ଦିଆଯିବ। ବ୍ରସେଲ୍ସରେ ଆୟୋଜିତ ପ୍ରତିରକ୍ଷା ମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକରେ ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ୍‌ କହିଛନ୍ତି, ନାଟୋ ଭୂଖଣ୍ଡର ପ୍ରତି ଇଞ୍ଚ ଜାଗାକୁ ସୁରକ୍ଷା ଦେବୁ। ପ୍ରକାଶ ଯେ, ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ବେଆଇନ ଭାବେ ଦଖଲ କରିଥିବା ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆ ଅଞ୍ଚଳର ମିଶ୍ରଣ ରୁଷୀୟ ମହାସଂଘ ସହ ହୋଇସାରିଛି। ସେପ୍ଟେମ୍ବର ୩୦ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଅନ୍ତର୍ଜାତୀୟ ଆଇନକୁ ଅବଜ୍ଞା କରି ଏହି ୪ ଅଞ୍ଚଳ (ୟୁକ୍ରେନ୍‌ର ପ୍ରାୟ ୧୮%)କୁ ନିଜ ଦେଶ ସହ ମିଶାଇବା ପାଇଁ ସେଣ୍ଟଜର୍ଜ ହଲ୍‌ରେ ଏକ ଦସ୍ତାବିଜ୍‌ରେ ସ୍ବାକ୍ଷର କରିଥିଲେ। ଏହି ଅବସରରେ ସେ କହିଥିଲେ, ନୂଆ କରି ସାମିଲ ହୋଇଥିବା ୟୁକ୍ରେନୀୟ ଅଞ୍ଚଳ ସବୁଦିନ ପାଇଁ ରୁଷିଆର ହୋଇଗଲା। ଅର୍ଥାତ୍‌ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କିମ୍ବା ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟ ଭବିଷ୍ୟତରେ ଏହାକୁ ପୁନଃ ଦଖଲ ଉଦ୍ୟମ କଲେ ବି ଫେରାଇନେଇ ପାରିବେ ନାହିଁ। ପୁଟିନ୍‌ଙ୍କ ଏହି ଘୋଷଣା ବେଳେ ଜେଲେନ୍‌ସ୍କି ଏକ ଭିଡିଓ ଜାରି କରିଥିଲେ। ନାଟୋ ସଦସ୍ୟତା ପାଇଁ ଅନୁରୋଧ ପତ୍ରରେ ସେ ସ୍ବାକ୍ଷର କରୁଥିବା ଏଥିରେ ଦେଖିବାକୁ ମିଳିଥିଲା। ଆନେକ୍ସେଶନ୍‌ ଘୋଷଣା କରିବାବେଳେ ପୁଟିନ୍‌ କହିଥିଲେ, ୟୁକ୍ରେନ୍‌ ଶାନ୍ତି ଆଲୋଚନା ଟେବୁଲକୁ ଆସୁ। ଏହାର ଜବାବରେ ଜେଲେନ୍‌ସ୍କି କହିଥିଲେ, ପୁଟିନ୍‌ଙ୍କ ସହ କଦାପି ଆଲୋଚନା ହୋଇ ପାରିବ ନାହିଁ। କଥାବାର୍ତ୍ତା ପାଇଁ ଆମେ ପ୍ରସ୍ତୁତ କିନ୍ତୁ ରୁଷିଆର ଅନ୍ୟ କୌଣସି ରାଷ୍ଟ୍ରପତିଙ୍କ ସହ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri