ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଲା ରୁଷିଆ

ମସ୍କୋ/କିଭ୍‌/ଲଣ୍ଡନ,୧୪ା୧୦: ଆମେରିକା ନେତୃତ୍ୱାଧୀନ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସାମରିକ ମେଣ୍ଟରେ ୟୁକ୍ରେନ୍‌ ସାମିଲ ହେଲେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରରେ ଘମାଘୋଟ ଲଢ଼େଇ ହେବ। ଏହି ସଂଘର୍ଷରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ ବୋଲି ଗୁରୁବାର ରୁଷିଆ ସୁରକ୍ଷା ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହାକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିଛନ୍ତି।
ପାଇଁ ନାଟୋର ପୂର୍ଣ୍ଣ ସଦସ୍ୟତା ଏତେ ପାଖରେ ନାହିଁ। କାରଣ ଏହି ସାମରିକ ମେଣ୍ଟରେ ସାମିଲ ହେବା ପାଇଁ ୩୦ ସଦସ୍ୟ ରାଷ୍ଟ୍ରର ସହମତି ଆବଶ୍ୟକ। ରୁଷିଆ ସିକ୍ୟୁରିଟି କାଉନସିଲ ଡେପୁଟି ସେକ୍ରେଟାରୀ ଆଲେକ୍‌ଜାଣ୍ଡର ଭେନେଡିକ୍‌ଟୋଭ୍‌ କହିଛନ୍ତି, ନାଟୋ ସଦସ୍ୟତା ମାଗିବା ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ବୃଦ୍ଧିର କାରଣ ହେବ ବୋଲି କିଭ୍‌ ଜାଣିବା ସତ୍ତ୍ୱେ ଏପରି ପଦକ୍ଷେପ ନେଇଛି। ଏହାର ପରିଣାମ ପାଶ୍ଚାତ୍ୟ ମଧ୍ୟ ଜାଣିଛି। ଏହି ଆବେଦନ ଏକ ପ୍ରୋପାଗଣ୍ଡା (ମିଛ ଅଭିଯାନ)। ସେପଟେ ନାଟୋର ଜଣେ ଅଧିକାରୀ କହିଛନ୍ତି, ରୁଷିଆ ଆଣବିକ ଅସ୍ତ୍ର ପ୍ରୟୋଗ କଲେ ନାଟୋ ସମେତ ଏହାର ସହଯୋଗୀଙ୍କ ପକ୍ଷରୁ କଡ଼ା ଜବାବ ଦିଆଯିବ। ବ୍ରସେଲ୍ସରେ ଆୟୋଜିତ ପ୍ରତିରକ୍ଷା ମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକରେ ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ୍‌ କହିଛନ୍ତି, ନାଟୋ ଭୂଖଣ୍ଡର ପ୍ରତି ଇଞ୍ଚ ଜାଗାକୁ ସୁରକ୍ଷା ଦେବୁ। ପ୍ରକାଶ ଯେ, ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ବେଆଇନ ଭାବେ ଦଖଲ କରିଥିବା ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆ ଅଞ୍ଚଳର ମିଶ୍ରଣ ରୁଷୀୟ ମହାସଂଘ ସହ ହୋଇସାରିଛି। ସେପ୍ଟେମ୍ବର ୩୦ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଅନ୍ତର୍ଜାତୀୟ ଆଇନକୁ ଅବଜ୍ଞା କରି ଏହି ୪ ଅଞ୍ଚଳ (ୟୁକ୍ରେନ୍‌ର ପ୍ରାୟ ୧୮%)କୁ ନିଜ ଦେଶ ସହ ମିଶାଇବା ପାଇଁ ସେଣ୍ଟଜର୍ଜ ହଲ୍‌ରେ ଏକ ଦସ୍ତାବିଜ୍‌ରେ ସ୍ବାକ୍ଷର କରିଥିଲେ। ଏହି ଅବସରରେ ସେ କହିଥିଲେ, ନୂଆ କରି ସାମିଲ ହୋଇଥିବା ୟୁକ୍ରେନୀୟ ଅଞ୍ଚଳ ସବୁଦିନ ପାଇଁ ରୁଷିଆର ହୋଇଗଲା। ଅର୍ଥାତ୍‌ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କିମ୍ବା ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟ ଭବିଷ୍ୟତରେ ଏହାକୁ ପୁନଃ ଦଖଲ ଉଦ୍ୟମ କଲେ ବି ଫେରାଇନେଇ ପାରିବେ ନାହିଁ। ପୁଟିନ୍‌ଙ୍କ ଏହି ଘୋଷଣା ବେଳେ ଜେଲେନ୍‌ସ୍କି ଏକ ଭିଡିଓ ଜାରି କରିଥିଲେ। ନାଟୋ ସଦସ୍ୟତା ପାଇଁ ଅନୁରୋଧ ପତ୍ରରେ ସେ ସ୍ବାକ୍ଷର କରୁଥିବା ଏଥିରେ ଦେଖିବାକୁ ମିଳିଥିଲା। ଆନେକ୍ସେଶନ୍‌ ଘୋଷଣା କରିବାବେଳେ ପୁଟିନ୍‌ କହିଥିଲେ, ୟୁକ୍ରେନ୍‌ ଶାନ୍ତି ଆଲୋଚନା ଟେବୁଲକୁ ଆସୁ। ଏହାର ଜବାବରେ ଜେଲେନ୍‌ସ୍କି କହିଥିଲେ, ପୁଟିନ୍‌ଙ୍କ ସହ କଦାପି ଆଲୋଚନା ହୋଇ ପାରିବ ନାହିଁ। କଥାବାର୍ତ୍ତା ପାଇଁ ଆମେ ପ୍ରସ୍ତୁତ କିନ୍ତୁ ରୁଷିଆର ଅନ୍ୟ କୌଣସି ରାଷ୍ଟ୍ରପତିଙ୍କ ସହ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri