ପରମାଣୁ ଚୁକ୍ତିକୁ ଫେରିବା ପାଇଁ ଆମେରିକା ସମ୍ମୁଖରେ ସର୍ତ୍ତ ରଖିଲା ରୁଷିଆ…

ମସ୍କୋ,୩।୬ :ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆର ଉପ ବୈଦେଶିକ ମନ୍ତ୍ରୀ ସର୍ଗେ ଇ ରାଇବକୋଭ କହିଛନ୍ତି ରୁଷିଆ ଆମେରିକା ସହିତ ନୂତନ ଷ୍ଟାର୍ଟ ଚୁକ୍ତି ପୁନଃ ଆରମ୍ଭ କରିବାକୁ ଚିନ୍ତା କରୁଛି। ତେବେ ଏହି ଚୁକ୍ତି ପାଇଁ ରୁଷିଆ ଆମେରିକା ସମ୍ମୁଖରେ ଏକ ସର୍ତ୍ତ ରଖିଛି। ରୁଷିଆ କହିଛି ଯଦି ରୁଷିଆ ପ୍ରତି ଆମେରିକା ନିଜର ଶତ୍ରୁତା ମନୋଭାବ ଛାଡିଦିଏ, ତେବେ ରୁଷିଆ ଏହି ଚୁକ୍ତିନାମା ଗ୍ରହଣ କରିବାକୁ ବିଚାର କରିପାରିବ।

କିଛି ସପ୍ତାହ ପୂର୍ବରୁ ଆମେରିକା ସୂଚନା ଦେଇଥିଲା ଏହା ରୁଷିଆକୁ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିନାମା ଅନୁଯାୟୀ ଆବଶ୍ୟକ ସୂଚନା ପ୍ରଦାନ ବନ୍ଦ କରିବ। ଏହାର କ୍ଷେପଣାସ୍ତ୍ର ଏବଂ ଲଞ୍ଚର ଅବସ୍ଥାନ ସମ୍ପର୍କିତ ତଥ୍ୟ ମଧ୍ୟ ଏଥିରେ ସାମିଲ ହୋଇଛି। ବାସ୍ତବରେ ଆମେରିକା କହିଥିଲା ରୁଷିଆ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିରୁ ଦୂରେଇ ଯାଇଛି, ଯେଉଁ କାରଣରୁ ଆମେରିକା ଏହି ନିଷ୍ପତ୍ତି ନେଇଛି।

ନୂତନ ଷ୍ଟାଟ ଚୁକ୍ତିରେ, ନୂତନ ଷ୍ଟ୍ରାଟେଜିକ ଅସ୍ତ୍ରଶସ୍ତ୍ର ହ୍ରାସ ପାଇଁ ଚୁକ୍ତି କରାଯାଇଥିଲା। ଶୀତଳ ଯୁଦ୍ଧ ସମୟରୁ ଦୁଇ ଦେଶ ମଧ୍ୟରେ ଶତ୍ରୁତା ଚାଲିଛି, ଯେଉଁ କାରଣରୁ ଉଭୟ ଦେଶ ହଜାର ହଜାର ଅସ୍ତ୍ରଶସ୍ତ୍ର ବିକଶିତ କରିଥିଲେ। ବଢୁଥିବା ଅସ୍ତ୍ରଶସ୍ତ୍ର ସଂଖ୍ୟାକୁ ହ୍ରାସ କରିବାକୁ ଉଭୟ ଦେଶ ପରମାଣୁ ଅସ୍ତ୍ର ସଂଖ୍ୟାକୁ ୧୫୫୦ ପର୍ଯ୍ୟନ୍ତ ସୀମିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ନୂତନ ଷ୍ଟାର୍ଟ ଚୁକ୍ତି ଭାବରେ ନାମିତ କରାଯାଇଥିଲା।

ଏହି ଚୁକ୍ତି ୫ ଫେବୃଆରୀ ୨୦୧୧ରେ ଲାଗୁ ହୋଇଥିଲା। ଏହାର ଅବଧି ଦଶ ବର୍ଷ ଅର୍ଥାତ ୨୦୨୧ ବର୍ଷ ପର୍ଯ୍ୟନ୍ତ ଥିଲା । ପରେ ଏହାକୁ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯିବାରଥିଲା । ଯଦି ଏହି ଚୁକ୍ତି ଭଙ୍ଗ ହୋଇଛି, ତେବେ ଦୁଇ ଦେଶ ମଧ୍ୟରେ ପରମାଣୁ ଅସ୍ତ୍ର ତିଆରି କରିବାର ଦୌଡ଼ ପୁଣି ଥରେ ଆରମ୍ଭ ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ମୋଦି-ଟ୍ରମ୍ପଙ୍କ ଫୋନ କଲ୍‌ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri