ରୁଷିଆ କହୁଛି ଭାକ୍ସିନ ଆଣିଲା

ମସ୍କୋ/ଜେନେଭା,୧୨ା୮ (ଆଇଏଏନ୍‌ଏସ୍‌): ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଇଚାଲିଥିବା ଆତଙ୍କ ସୃଷ୍ଟିକାରୀ ମହାମାରୀ କରୋନାର ପ୍ରଥମ ଟିକା ରୁଷିଆ ଉଦ୍ଭାବନ କରିଛି। ମଙ୍ଗଳବାର ସକାଳେ ‘ସ୍ପୁଟନିକ୍‌ ଭି’ ଭାକ୍ସିନକୁ ମଞ୍ଜୁରୀ ଦିଆଯାଇଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ଏହି ଟିକା ସ୍ଥିର କୋଷିକା ଓ ଆଣ୍ଟିବଡି ପ୍ରତିଷେଧକ ପ୍ରସ୍ତୁତ କରିବାରେ ସକ୍ଷମ ବୋଲି ସେ ପ୍ରକାଶ କରିଛନ୍ତି। ରୁଷିଆର ଏହି ସଫଳତା ବିଶ୍ୱବାସୀଙ୍କ ପାଇଁ ଆଶାର ଆଲୋକ ଆଣିଦେଇଥିବାବେଳେ ଭାକ୍ସିନକୁ ଅନୁମୋଦନ ଦେବା ପୂର୍ବରୁ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି।
କୋଭିଡ୍‌-୧୯ ଟିକା ପ୍ରସ୍ତୁତିକୁ ନେଇ ବିଶ୍ୱରେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିଥିବା ବେଳେ ରୁଷିଆ ଏହି କ୍ଷେତ୍ରରେ ସଫଳତା ହାସଲ କରିଛି। ରାଷ୍ଟ୍ରପତି ପୁଟିନ କହିଛନ୍ତି, ନୋଭେଲ କରୋନା ଭାଇରସ୍‌ର ଟିକା ମଙ୍ଗଳବାର ସକାଳେ ଅନୁମୋଦନ କରାଯାଇଛି। ତାଙ୍କର ଜଣେ ଝିଅଙ୍କଠାରେ ଏହା ପ୍ରୟୋଗ କରାଯାଇଛି। ଟେଷ୍ଟିଂରେ ଭାଗନେଇଥିବା ଝିଅ ଦ୍ୱିତୀୟ ଥର ଟିକା ନେଇଥିବାବେଳେ ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ତାଙ୍କ ଶରୀରରେ ଆଣ୍ଟିବଡି ମାତ୍ରା ବଢ଼ିଯାଇଥିବାରୁ ଏବେ ସେ ସୁସ୍ଥ ଅଛନ୍ତି। ସେହିପରି ଅନ୍ୟ କେତେଜଣ ଲୋକ ଏହି ଭାକ୍ସିନ ଗ୍ରହଣ କରିବା ପରେ ସେମାନଙ୍କଠାରେ କରୋନାର କୌଣସି ପ୍ରକାର ଲକ୍ଷଣ ଦେଖିବାକୁ ମିଳିନାହିଁ। ପ୍ରକାଶ ଯେ, ପୁଟିନଙ୍କର ଦୁଇ ଝିଅ ଅଛନ୍ତି। ମାରିଆଙ୍କ ଜନ୍ମ ୧୯୮୫ରେ ଓ କାଟେରିନାଙ୍କ ଜନ୍ମ ୧୯୮୬ରେ ହୋଇଥିଲା। ତେବେ ମାରିଆ କି କାଟେରିନା କାହା ଶରୀରରେ ଏହି ଟିକା ପ୍ରୟୋଗ କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଏହି ଭାକ୍ସିନକୁ ଗାମାଲେୟା ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଓ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଛି। ଅଗଷ୍ଟ ୩ରେ ବର୍ଡେନ୍‌କୋ ମେନ୍‌ ମିଲିଟାରି କ୍ଲିନିକାଲ୍‌ ହସ୍ପିଟାଲରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିବା ଭଲ୍ୟୁଣ୍ଟିୟରମାନଙ୍କଠାରେ ଚୂଡ଼ାନ୍ତ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ସେମାନଙ୍କଠାରେ
କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନ ଥିବାବେଳେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥିବା ସେଠାକାର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଥିଲା। ଡବ୍ଲ୍ୟୁଏଚ୍‌ଓ ଅନୁସାରେ ବିଶ୍ୱର ମୋଟ ୧୬୫ ପ୍ରତିଯୋଗୀ କରୋନା ଟିକା ବାହାର କରିବା ପାଇଁ ଗବେଷଣା ଚଳାଇଛନ୍ତି। ସେମାନଙ୍କ ମଧ୍ୟରୁ ତୃତୀୟ ପର୍ଯ୍ୟାୟରେ ପହଞ୍ଚତ୍ଥିବା ଭାକ୍ସିନ ପ୍ରସ୍ତୁତକାରୀ ୬ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ ୩ ହେଉଛନ୍ତି ଚାଇନାର। ଅନ୍ୟ ୩ ପ୍ରସ୍ତୁତକାରୀ ହେଲେ ‘ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକା’, ‘ମୋଡେର୍ନା’ ଏବଂ ‘ପିଫାଇଜର ଓ ବାୟୋନ୍‌ ଟେକ୍‌’। ଜାତିସଂଘର ସ୍ବାସ୍ଥ୍ୟ ସଂସ୍ଥା ଡବ୍ଲ୍ୟୁଏଚ୍‌ଓ ମୁଖପାତ୍ର ତାରିକ୍‌ ଜସାରେଭିକ୍‌ ଜେନେଭାଠାରେ ଖବରଦାତାମାନଙ୍କୁ କହିଛନ୍ତି, ରୁଷିଆ କର୍ତ୍ତୃପକ୍ଷଙ୍କ ସହ ଆମେ ଯୋଗାଯୋଗରେ ରହିଛୁ। ‘ସ୍ପୁଟନିକ୍‌ ଭି’ ଭାକ୍ସିନକୁ ସ୍ବୀକୃତି ଦେବା ପୂର୍ବରୁ ଡବ୍ଲ୍ୟୁଏଚ୍‌ଓର ସମସ୍ତ ମାନଦଣ୍ଡରେ ଏହା ଉତ୍ତୀର୍ଣ୍ଣ ହେବା ଆବଶ୍ୟକ।
କରୋନା ଭାଇରସ୍‌ ବିଶ୍ୱର ୭୪୦,୦୦୦ ଲୋକଙ୍କ ଜୀବନ ନେବାସହ ୨୦ ନିୟୁତ ଲୋକଙ୍କୁ ସଂକ୍ରମିତ କରିଛି। ଏହାସହ କୋଭିଡ୍‌-୧୯ର ମୁକାବିଲା ପାଇଁ ବିଭିନ୍ନ ଦେଶରେ ଜାରି କଟକଣା ଯୋଗୁ ବିଶ୍ୱ ଅର୍ଥନୀତି ଦୋହଲିଯାଇଛି। ଆମେରିକା, ବ୍ରାଜିଲ ଓ ଭାରତ ପରେ ରୁଷିଆ ହେଉଛି କରୋନା ଭାଇରସ୍‌ ପ୍ରଭାବିତ ଚତୁର୍ଥ ରାଷ୍ଟ୍ର। ବିଗତ ୨୪ ଘଣ୍ଟା ମଧ୍ୟରେ ରୁଷିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୪,୯୪୫ ବୃଦ୍ଧି ଘଟି ଏହା ୮୯୭,୫୯୯ରେ ପହଞ୍ଚତ୍ଛି। ଏଭଳି ସମୟରେ ରୁଷିଆ ପକ୍ଷରୁ ଟିକା ବାହାର କରାଯିବା ପରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା କୁହାଯାଉଛି। କାରଣ ଏପ୍ରିଲ ୨୩ ପରଠୁ ପ୍ରଥମଥର ପାଇଁ ଦୈନିକ ନୂଆ ମାମଲା ୫,୦୦୦ରୁ କମ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ କବଜା କରିବ ଆମେରିକା? ପୂର୍ବତନ ଆମେରିକୀୟ ନୌସେନା ଅଧିକାରୀ ଦେଲେ ଚମକାଇବା ଭଳି ଖବର

ଓ୍ବାଶିଂଟନ,୧୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ମାର୍ଚ୍ଚ ୧୩) ଘୋଷଣା କରିଛନ୍ତି ଯେ ଆମେରିକୀୟ ସେନା ଇରାନର ଖାର୍ଗ…

ଟ୍ରକ୍‌ରେ ବେଆଇନ ଚାଲାଣ ହେଉଥିଲା ମୂଲ୍ୟବାନ କାଠ, ବାଟରେ ଫାଟିଲା ଚକା, ଆଉ ତା’ ପରେ…

ମୋରଡ଼ା,୧୪ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ କାଠ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ,ରାଇରଙ୍ଗପୁର ବନାଞ୍ଚଳ ଅଞ୍ଚଳରୁ ଏକ ୧୨ ଚକିଆ…

ରାଜ୍ୟ ସଭା ନିର୍ବାଚନ ନେଇ ଆଜି ନବୀନ ନିବାସରେ ଏକାଠି ହେବେ…

ଭୁବନେଶ୍ୱର,୧୪ା୩: ରାଜ୍ୟ ସଭା ନିର୍ବାଚନ ନେଇ ବିଧାନସଭାରେ ବିଜେଡିର ମକ ପୋଲିଂ ଚାଲିଛି।  ଶନିବାର ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କର ଏକ ବଡ଼ଧରଣର ବୈଠକ ରହିଛି।…

‘ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବରେ ହାରିବା ପରେ ଏବେ ସାଲିସ କରିବାକୁ ଚାହୁଁଛି ଇରାନ’: ଟ୍ରମ୍ପ

ଓ୍ବାଶିଂଟନ,୧୪।୩: ଶନିବାର ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷର ୧୪ତମ ଦିନ। ଆମେରିକା ତେହେରାନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଏହି ମଧ୍ୟରେ,…

ଆମେରିକାକୁ ଖୋଲା ଧମକ: ଖାର୍ଗ ଉପରେ ଆକ୍ରମଣ ପରେ ତାତିଲା ଇରାନ

ତେହରାନ,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକାର ସେନା ଇରାନର ଖାର୍ଗ ଦ୍ୱୀପରେ ପ୍ରବଳ ବୋମା…

‘୧୪ ଦିନରେ ଆମେରିକାକୁ ଭିକ ମଗାଇ ଦେଲୁ’, ଖାର୍ଗ ଦ୍ୱୀପ ଧ୍ୱଂସ ହେବାକୁ ନେଇ କାହିଁକି ଏତେ କନଫିଡେଣ୍ଟରେ ରହିଛି ଇରାନ, ଜାଣନ୍ତୁ…

ତେହରାନ୍‌,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ମଧ୍ୟରେ, ଏହା ସହିତ ବୟାନବାଜି ମଧ୍ୟ ଯଥେଷ୍ଟ ତୀବ୍ର ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନର ଖାର୍ଗ…

ଯୁଦ୍ଧ ଭିତରେ କିମ୍‌ଙ୍କ ଏଣ୍ଟ୍ରି! ଭୟଙ୍କର ମିସାଇଲା ଆଟାକ୍‌, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୧୪।୩: ଗୋଟିଏ ପଟେ, ମଧ୍ୟପ୍ରାଚ୍ୟରେ ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଜଡିତ ବିବାଦ ଏକ ଭୟଙ୍କର ମୋଡ଼ ନେଇଛି। ଏହି ସମୟରେ, ଏସିଆର ଅନ୍ୟ ଏକ…

ପଥର ପ୍ୟାକିଂ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଆସୁନାହାନ୍ତି କ୍ଷେତ୍ର ପରିଦର୍ଶନ ଅଧିକାରୀ, ନିମ୍ନମାନର କାର୍ଯ୍ୟ ନେଇ…

ମହାକାଳପଡ଼ା,୧୪ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ବଡ଼ ଦାଣ୍ଡୁଆ ପଞ୍ଚାୟତ ବଗଗହଣ- ମିଲନମୋଡ଼-ତରପଦା ଗୋବରୀ ନଦୀପାର୍ଶ୍ୱ ଘେରିବନ୍ଧ ନିର୍ମାଣ କାମ ନିମ୍ନମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri