ରୁଷିଆ, ଇରାନ ଓ ଏକଚ୍ଛତ୍ରବାଦ

ବେଳେବେଳେ ନ୍ୟୁଜ୍‌ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ଘଟଣାକୁ ବହୁବାର ପୁନରାବୃତ୍ତି କରାଯାଏ। ଉକ୍ତ ଘଟଣାର ପ୍ରଚ୍ଛଦରେ କ’ଣ ଥାଇପାରେ ସେ ସମ୍ପର୍କରେ ଏହା ଏକ ରହସ୍ୟମୟ ସଙ୍କେତ ପ୍ରଦାନ କରିଥାଏ। ଚଳିତ ମାସରେ ଏଭଳି ସଙ୍କେତ ମିଳିଛି। ନ୍ୟୁଜ୍‌ରେ ପ୍ରକାଶ ପାଇଥିବା ଏକ ଅଧିକ ଆଶାବାଦୀ, ବିପଜ୍ଜନକ ଏବଂ ମୌଳିକ ରୂପେ ଭିନ୍ନ ଭୂରାଜନୈତିକ ସ୍ଥିତିରୁ ଏହା ସାମ୍ନାକୁ ଆସିଛି। ବାସ୍ତବରେ କିଛି ଦିନ ମଧ୍ୟରେ ଏକ ସମୟରେ ପାଖାପାଖିରେ ଦୁଇଟି ଘଟଣାରେ ଆମେ ଏହା ଦେଖିବାକୁ ପାଇଛୁ। ଗୋଟିଏ ହେଲା ୟୁକ୍ରେନ୍‌ରେ ରୁଷୀୟ ସେନାର ଆସନ୍ନ ପତନ ଏବଂ ଅନ୍ୟଟି ଇରାନର ସହରଗୁଡ଼ିକର ରାସ୍ତାରେ ସରକାରଙ୍କ ଅପମାନଜନକ ସ୍ଥିତି। ରୁଷିଆର ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍‌ଙ୍କ ସୈନ୍ୟମାନେ ଏକ ଆନ୍ଦୋଳନରତ ଭିଡ଼ଠାରୁ ସମାନ୍ୟ ଅଧିକ ସ୍ଥିତିରେ ରହିଥିବା ଦେଖାଗଲା। ନାଗରିକମାନଙ୍କୁ ଖରାପ ବ୍ୟବହାର ଏବଂ ନିର୍ଯାତନା ଦେଉଥିବା ସୈନ୍ୟମାନେ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ନିୟନ୍ତ୍ରଣରେ ରହିଥିବା ଅଞ୍ଚଳ ଛାଡିଦେଲେ ଏବଂ ୟୁକ୍ରେନ ସେନାଆଗକୁ ବଢୁୁଥିବା ଦେଖି ସେଠାରୁ ଦୂରକୁ ଚାଲିଗଲେ। ଏହାକୁ ଲକ୍ଷ୍ୟ କଲେ ପୁଟିନ୍‌ଙ୍କ ଫାସିବାଦୀ ଜାତୀୟ ସୁରକ୍ଷା ବିଚାରଧାରାର ସ୍ଥିତି ଧୂଳିସାତ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ତେବେ ଏହା ପୂର୍ବରୁ ପୁଟିନ୍‌ଙ୍କ ଆଣବିକ ଯୁଦ୍ଧ ଧମକ ସୂଚିତ କରୁଛି ଯେ, ତାଙ୍କ ଏକଚ୍ଛତ୍ରବାଦ ଶାସନ ସବୁଠୁ ବିପଜ୍ଜନକ ସ୍ଥିତିରେ ରହିଛି। ଅନ୍ୟପକ୍ଷରେ ଇରାନ ଶାସନ ବ୍ୟବସ୍ଥାରେ ଦେଖାଯାଇଥିବା ଅପମାନଜନକ ସ୍ଥିତି ସ୍ବ ଅଭ୍ୟନ୍ତରୀଣ ପ୍ରସଙ୍ଗଗୁଡ଼ିକ ଦ୍ୱାରା ପ୍ରକାଶ ପାଇଛି। ଅନେକ ସହରକୁ ପ୍ରଭାବିତ କରିଥିବା ବିଶାଳ ପ୍ରତିବାଦ ଓ ସମାବେଶରେ ଇସ୍‌ଲାମିକ ରିପବ୍ଲିକ ଶେଷ କରିବାର ଦାବି ବାସ୍ତବରେ ଶାସନ ପାଇଁ ବଦନାମ ସ୍ଥିତି ଆଣିଛି। ସେଠାରେ ନୈତିକତାର ଦ୍ୱାହି ଦେଉଥିବା ତଥାକଥିତ ପୋଲିସ ଦ୍ୱାରା ୨୨ ବର୍ଷୀୟା ମାଶା ଅମିନ୍‌ଙ୍କ ମୃତ୍ୟୁକୁ ନେଇ ନାଗରିକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ର୍ରୋଧ ସୋସିଆଲ ମିଡିଆରେ ଜୋର୍‌ସୋରରେ ପ୍ରସାରିତ ହୋଇଛି। ଅମିନ୍‌ ହିଜାବ ପିନ୍ଧିବାକୁ ମନା କରିବାରୁ ତାଙ୍କୁ ପୋଲିସର ଏଭଳି ନିର୍ମମ ଦଣ୍ଡ ଭୋଗିବାକୁ ପଡ଼ିଲା। କିନ୍ତୁ ଦେଖିବାକୁ ଗଲେ ଏହା ଥିଲା ଦଶନ୍ଧିବ୍ୟାପୀ ଦମନ ଓ ଦୁର୍ନୀତି ଏବଂ ଧ୍ୱଂସପ୍ରାୟ ଏକ ଅର୍ଥ ବ୍ୟବସ୍ଥା ସହ ଜଡ଼ିତ ଶାସକୀୟ ମନେଭାବର ପ୍ରତିଫଳନ।
ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧ ୟୁରୋପ ଏବଂ ବିଶ୍ୱର ଭୂରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିଦେଇଛି। ଯଦି ପୁଟିନଙ୍କ ଶାସନର ସମାପ୍ତି ହୁଏ ତେବେ ତାହା ଅସଂଖ୍ୟ ପରିବର୍ତ୍ତନ ଆଣିବ। ରୁଷିଆନ ଫେଡେରେଶନ ଖଣ୍ଡ ବିଖଣ୍ଡିତ ହୋଇଯିବ। ନାଟୋ ଏବଂ ୟୁରୋପୀୟ ସଂଘ ପୂର୍ବୋତ୍ତର ଦେଶଗୁଡ଼ିକ ଆଡକୁ ମୁହଁାଇବ। ସେହିଭଳି ଇରାନର ମୁସଲିମ ଧର୍ମଗୁରୁଙ୍କ ଶାସନର ପତନ ଘଟିଲେ ଏହା ବାସ୍ତବରେ ଦୀର୍ଘଦଶନ୍ଧି ବ୍ୟାପୀ ସୁନ୍ନି – ଶିୟା ଗୋଷ୍ଠୀ ସଂଘର୍ଷରେ ପୂର୍ଣ୍ଣଛେଦ ପକାଇବ ଏବଂ ଇସ୍ରାଏଲ ଓ ରକ୍ଷଣଶୀଳ ଆରବ ଦେଶଗୁଡ଼ିକର ରଣନୀତିକ ସ୍ଥିତିରେ ବ୍ୟାପକ ଉନ୍ନତି ଆଣିପାରିବ। ଏସବୁ ଘଟଣା ସମଗ୍ର ମଧ୍ୟପ୍ରାଚ୍ୟକୁ ପରିବର୍ତ୍ତନ କରିଦେବ। ଫଳସ୍ବରୂପ ଇରାକରେ ନିଶ୍ଚିତ ଭାବେ ସ୍ଥିରତା ଆସିବ, ଲେବାନନ୍‌ ଓ ସିରିଆରେ ବି ଏଭଳି ସ୍ଥିତି ଆସିବ ଏଥିରେ କୌଣସି ଦ୍ୱିମତ ନାହିଁ।
ରୁଷିଆ ହେଉ କି ଇରାନ ସରକାର, ବିଶେଷକରି ଏମାନେ ଏବେ କେହି ବିପଦରେ ନାହାନ୍ତି। ଏହି ସରକାରଗୁଡ଼ିକର ପତନ ନିକଟରେ ହେବ ବୋଲି ଆମେ ଯାହା ଭାବୁଛେ ତାହା ନ ଘଟି ନପାରେ। ସେମାନେ ତା’ଠାରୁ ଆହୁରି ଅଧିକ ବର୍ଷ ଏହି ସ୍ଥିତିିରେ ରହିବେ। କିନ୍ତୁ ଚଳିତ ମାସରେ ସେମାନଙ୍କ ପତନର ସାମାନ୍ୟ ସଙ୍କେତ ମିଳିଛି। କାରଣ ପୁଟିନ୍‌ ଯୁଦ୍ଧ ଜିତି ପାରିବେ ନାହିଁ କି ୟୁକ୍ରେନରେ ଆଗକୁ ଆଉ ବଢିପାରିବେ ନାହିଁ। ଅନ୍ୟପକ୍ଷରେ ଇରାନରେ ମୁଲ୍ଲାମାନଙ୍କୁ ବ୍ୟାପକ ଅଞ୍ଚଳରେ ସେମାନଙ୍କ ନିଜ ଲୋକମାନେ ଖୋଲାଖୋଲି ଭାବେ ଘୃଣା କରିଛନ୍ତି। ତେବେ ସେମାନଙ୍କ ଅଧଃପତନ ନିଶ୍ଚିତ, କିନ୍ତୁ କେବେ ଓ କେଉଁ ସମୟରେ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶ୍ୱରେ ଯେଉଁଠି ଏକ ସେନାର ପରାଜୟ କିମ୍ବା ଏକ ପ୍ରତିବାଦ ଅବା ଏକ ଅସ୍ପଷ୍ଟ ଓ ପ୍ରତୀକାମତ୍କ କାର୍ଯ୍ୟ ସୋସିଆଲ ମିଡିଆରେ ତତ୍‌କ୍ଷଣାତ ପ୍ରସାରିତ ହେଉଛି ,ସେଠାରେ ପୁଟିନ୍‌ ଓ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି କେବେ ବି ଶାନ୍ତିରେ ଶୋଇପାରିବେ ନାହିଁ। କିନ୍ତୁ ବାସ୍ତବରେ ଏହି ଏକଚ୍ଛତ୍ରବାଦ ବ୍ୟବସ୍ଥାର କୌଣସିି ଭବିଷ୍ୟତ ନାହିଁ। ଏହି ବ୍ୟବସ୍ଥାଗୁଡ଼ିକରେ ଭୂରାଜନୈତିକ ବିପଦ ମଧ୍ୟ ରହିଛି। ଏହାଯୋଗୁ ସେମାନଙ୍କୁ ବଦଳାଇବାକୁ କୌଣସି ସ୍ପଷ୍ଟ ଏବଂ ସଂସ୍ଥାଗତ ଉପଯୋଗୀ ବିକଳ୍ପ ନାହିଁ। ତେବେ ଏହି ଦୁଇଟି ଦେଶ ନୁହେଁ , ସବୁ ଏକଚ୍ଛତ୍ରବାଦୀ ରାଷ୍ଟ୍ରଗୁଡ଼ିକ ପାଇଁ ଏହା କୁହାଯାଉଛି। ତେବେ ଏବେ ଏଭଳି ଶାସନକୁ ଆପଣାଇଥିବା ରୁଷିଆ ଏକ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ଅନ୍ୟପଟେ ଆଣବିକ ରାଷ୍ଟ୍ର ହେବାକୁ ଯାଉଥିବା ଇରାନ ମଧ୍ୟପ୍ରାଚ୍ୟ ଏବଂ କେନ୍ଦ୍ର ଏସିଆରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଦେଶ ।
ଗଣତାନ୍ତ୍ରିକ ମୌଳିକ ଧାରା ବିନା ଗଣତନ୍ତ୍ରର ସଫଳତା ରାତାରାତି ପ୍ରକାଶ ପାଏ ନାହିଁ। ବହୁ ସମୟରେ ଏଥିପାଇଁ ଅନେକ ବର୍ଷର ଅନିଶ୍ଚୟ ସ୍ଥିିତି ଦେଇ ଆଗକୁ ବଢ଼ିବାକୁ ପଡ଼େ। ୧୯୯୦ ଦଶନ୍ଧିରେ ସୋଭିଏଟ୍‌ ସଂଘର ପତନ ପରେ ରୁଷିଆରେ ଏକ ସମୟ ପଡ଼ିଥଲା ଯେଉଁଥିରେ ଅନିୟନ୍ତ୍ରିତ ଅପରାଧ, ଆର୍ଥିକ ଅବ୍ୟବସ୍ଥା ଏବଂ ସୁଧାରର କୁପ୍ରବନ୍ଧନ ଦେଖାଦେଇଥିଲା। ଏହା ଯୋଗୁ ପ୍ରାୟ ୭୦% ରୁଷୀୟଙ୍କୁ ଦାରିଦ୍ର୍ୟ ସୀମାରେଖା ତଳେ ବଞ୍ଚିବାକୁ ପଡ଼ିଥିଲା। ନିଷ୍କ୍ରିୟ ଗଣତନ୍ତ୍ରର ଏହି ଦ୍ୱନ୍ଦ୍ୱାମତ୍କ ତଥା ହିଂସାପୂର୍ଣ୍ଣ ସ୍ଥିତିରୁ ଶେଷରେ ପୁଟିନ ସାମ୍ନାକୁ ଆସିଥିଲେ। ତୁଳନାମତ୍କ ଭାବେ ଇରାନ ୧୯୭୯ରେ ଖୁବ୍‌ କମ୍‌ ଯନ୍ତ୍ରଣାଦାୟକ ଏବଂ ନୀରବ ରାଜନୈତିକ ପରିବର୍ତ୍ତନ ମଧ୍ୟ ଦେଇ ଗତି କରିଥିଲା, କାରଣ ଗଣତନ୍ତ୍ର କେବେ ବି ମୁଲ୍ଲାମାନଙ୍କ ଲକ୍ଷ୍ୟ ନ ଥିଲା। ସେମାନେ ଧର୍ମଗୁରୁଙ୍କ ସ୍ବେଚ୍ଛାଚାରୀ ବଳରେ ଶିୟା ଏକଚ୍ଛତ୍ରବାଦ ଶାସନକୁ ଶୀଘ୍ର ବଦଳାଇ ଦେଇଥିଲେ। କିନ୍ତୁ ମୁଲ୍ଲାମାନେ ସେମାନଙ୍କ ସମାଜକୁ ଏମିତି କ୍ଷତି କରିଛନ୍ତି ଯେ, ଧର୍ମଶାସିତ ହେବା ପରେ ଇରାନ ଉତ୍ତମ ଶାସନ କରିବାକୁ ଯୋଗ୍ୟ ହୋଇପାରିଲା ନାହିଁ, ବରଂ ବିଭିନ୍ନ ଜାତି ଓ ଭୌଗୋଳିକ ଅଞ୍ଚଳଗୁଡ଼ିକ ମଧ୍ୟରେ ବିଭାଜନ ଦେଖାଦେଲା।
ଏହିସବୁ କାରଣ ଯୋଗୁ ରୁଷିଆ ଓ ଇରାନରେ ଆଗାମୀ କିଛି ବର୍ଷରେ ଏକଚ୍ଛତ୍ରବାଦ ଶାସନର ପତନ ହୋଇ ଯଦି ଗଣତାନ୍ତ୍ରିକ ବ୍ୟବସ୍ଥା ସକ୍ରିୟ ହୁଏ ସେଥିରେ ସଫଳତା ମିଳିବା କଠିନ ହେବ। ମସ୍କୋ ଏବଂ ତେହରାନରେ ଏକ ଭୟାନକ ନିଷ୍ପ୍ରଭାବୀ ରାଜନେତିକ ସ୍ଥିତି ଦେଖାଦେବ। ସମ୍ଭବତଃ, ରୁଷିଆର ଚରମ ଜାତୀୟତାବାଦୀ ଏବଂ ଇରାନର ରିଭଲ୍ୟୁସନାରି ଗାର୍ଡଙ୍କ ଭଳି ଅଧିକ ରୁଢ଼ୀବାଦୀ ଶକ୍ତି ସେମାନଙ୍କ କ୍ଷମତା ପ୍ରୟୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସବୁଠୁ କ୍ଷତିକାରକ ଦମନକାରୀ ବା ଅତ୍ୟାଚାରୀ ଶାସନ ବହୁ ସମୟରେ ଅତ୍ୟଧିକ ଅରାଜତାର କାରଣ ହୋଇଆସିଛି। ଅତ୍ୟାଚାରୀ ଶାସନ ଶେଷରେ ଗଢିଉଠିଥିବା ଅରାଜକ ବିଶ୍ୱରେ ବ୍ୟବସ୍ଥିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସନ୍ଧାନ କରିବାର ମହତ୍ତ୍ୱ ନିଶ୍ଚିତ ଅଧିକ ରହିବ। ବୁଦ୍ଧିଜୀବୀ ଏବଂ ନୀତି ନିର୍ଦ୍ଧାରକମାନଙ୍କ ଏଥିରେ ଭୂୂମିକା ବି ରହିବ। କିନ୍ତୁ ସେମାନଙ୍କ ମଧ୍ୟରେ ଏକଚ୍ଛତ୍ରବାଦ ଶାସନର ଭୟ ବଦଳରେ ଅରାଜକତାର ଭୟ ପ୍ରକାଶ ପାଇବା ଆଶଙ୍କା ରହିଛି। ପୁଟିନ୍‌ ଓ ମୁଲ୍ଲ୍ଲାମାନେ ତାଙ୍କ ତରଫରୁ ଛାଡ଼ଯିବାକୁ ଥିବା ସମ୍ପୂର୍ଣ୍ଣ ବିଖଣ୍ଡିତ ରାଷ୍ଟ୍ର ଓ ସମାଜଗୁଡ଼ିକରେ ସ୍ଥିରତା ଆଣିବା କଷ୍ଟକର ହେବ। ଏକଚ୍ଛତ୍ରବାଦ ଶାସନର ପତନ ହିଁ କେବଳ ଏକ ଅତ୍ୟନ୍ତ କଠିନ ଗଣତାନ୍ତ୍ରିକ କାର୍ଯ୍ୟ ବହନ କରିବ।

  • ରବର୍ଟ ଡି.କପ୍ଲାନ
    ଚେୟାରପର୍ଶନ ଇନ୍‌ ଜିଓପଲିଟିକ୍ସ,
    ଫରେନ ପଲିସି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ, ଆମେରିକା

Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri