କ୍ରିସ୍‌ମସ୍‌ରେ ବି ଛାଡ଼ିଲାନି ରୁଷିଆ

କିଭ୍‌,୨୬ା୧୨: ଧରାପୃଷ୍ଠରେ ଯୀଶୁଙ୍କ ଅବତରଣକୁ ନେଇ ବୁଧବାର ବିଶ୍ୱବାସୀ କ୍ରିସ୍‌ମସ ପାଳନରେ ମସ୍‌ଗୁଲ ଥିବାବେଳେ ୟୁକ୍ରେନ୍‌ ଉପରେ ଘନ ଘନ ଆକ୍ରମଣ କରିଛି ରୁଷିଆ। ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମି ଉପରେ ରୁଷୀୟ ସୈନ୍ୟ ତୁହାକୁ ତୁହା ମିଶାଇଲ ଓ ଡ୍ରୋନ୍‌ ମାଡ଼ କରିଛନ୍ତି। ଏଥିରେ ଏକ ତାପଜ ବିଦ୍ୟୁତ୍‌ ଶକ୍ତି ପ୍ରକଳ୍ପ ଧସ୍ତବିଧ୍ୱସ୍ତ ହୋଇଯାଇଛି। ଫଳରେ ଅନେକ ୟୁକ୍ରେନୀୟ ଏକ ମେଟ୍ରୋ ଷ୍ଟେଶନରେ ଆଶୟ ନେବାକୁ ବାଧ୍ୟ ହୋଇଛନ୍ତି।

ୟୁକ୍ରେନୀୟ ତୈଳ ଓ ଶକ୍ତି ଉତ୍ସଗୁଡ଼ିକ ଉପରେ ରୁଷିଆ ଜଳ, ସ୍ଥଳ ଓ ଆକାଶମାର୍ଗରୁ ୭୮ ମିଶାଇଲ୍‌ ଛାଡ଼ିଛି। ଏତିକି ନୁହେଁ, ୧୦୬ ଡ୍ରୋନ୍‌ ଆକ୍ରମଣ ମଧ୍ୟ କରିଥିବା ୟୁକ୍ରେନୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେଥିରୁ ୫୯ ମିଶାଇଲ ଓ ୫୪ ଡ୍ରୋନ୍‌କୁ ୟୁକ୍ରେନ୍‌ ଖସାଇ ଦେଇଥିବା କିଭ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ଖସିପଡ଼ିଥିବା ଏକ ଡ୍ରୋନ୍‌ ଯୋଗୁ ରୁଷିଆର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଆଣ୍ଡ୍ରି ସିବିହା କହିଛନ୍ତି, ରୁଷିଆର ଏକ ମିଶାଇଲ୍‌ ମୋଲଡୋଭାନ୍‌ ଓ ରୋମାନୀୟ ବାୟୁସୀମା ଦେଇ ଗତି କରିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନ୍‌ସ୍କି କହିଛନ୍ତି, ପୁଟିନ୍‌ ଜାଣିଶୁଣି ଆକ୍ରମଣ ପାଇଁ କ୍ରିସ୍‌ମାସକୁ ବାଛିଛନ୍ତି। ଏହାଠୁ ବଳି ଅମାନବୀୟ କାର୍ଯ୍ୟ କ’ଣ ହୋଇପାରେ ବୋଲି ଜେଲେନ୍‌ସ୍କି ପ୍ରଶ୍ନ କରିଛନ୍ତି।

୨୦୨୨ ଫେବୃଆରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରଠୁ ରୁଷିଆର ମୋଟ ୬ ଲକ୍ଷରୁ ଊର୍ଦ୍ଧ୍ୱ ମୃତାହତ ହୋଇଥିବାବେଳେ ୟୁକ୍ରେନ୍‌ର ୮୦ ହଜାର ସୈନ୍ୟ ନିହତ ଓ ୪ ଲକ୍ଷ ଆହତ ହୋଇଛନ୍ତି। ଆଉ କେତେଜଣ ପର୍ଯ୍ୟବେକ୍ଷକଙ୍କ ମତରେ ଉଭୟ ରୁଷିଆ ଓ ୟୁକ୍ରେନ୍‌ର ମୃତାହତଙ୍କ ସଂଖ୍ୟା ଅଧିକ ହୋଇପାରେ। ଗତ ୨୧ରେ ୟୁକ୍ରେନ୍‌ ରୁଷିଆର କାଜାନ ସହରରେ ୯/୧୧ ଶୈଳରେ ୨ଟି ସୁଉଚ୍ଚ ଅଟ୍ଟାଳିକାକୁ ଡ୍ରୋନ୍‌ ଆକ୍ରମଣ କରିଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ରୁଷିଆ ସୈନ୍ୟ ଏଭଳି ଆକମ୍ରଣ କରିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri