ସରକାରୀ କର୍ମଚାରୀଙ୍କ ଆଇଫୋନ ବ୍ୟବହାର ଉପରେ କଟକଣା ଜାରି କଲା ରୁଷିଆ…

ମସ୍କୋ,୧୨।୮ : ୟୁକ୍ରେନ ସହିତ ଚାଲିଥିବା ବିବାଦ ମଧ୍ୟରେ, ରୁଷିଆର ଡିଜିଟାଲ ବିକାଶ ମନ୍ତ୍ରଣାଳୟ ଆପଲ ଆଇଫୋନ ବ୍ୟବହାରକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି। ଇଣ୍ଟରଫ୍ୟାକ୍ସ ନ୍ୟୁଜ ଏଜେନ୍ସି କହିଛି ମନ୍ତ୍ରୀ ମକସୁଟ ଶାଦେଭ ରୁଷିଆର ଡିଜିଟାଲ ବିକାଶ ମନ୍ତ୍ରଣାଳୟ କର୍ମଚାରୀଙ୍କ ଦ୍ୱାରା ଆପଲ ଆଇଫୋନ ଏବଂ ଆଇପ୍ୟାଡ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ରୁଷିଆର ବିକାଶ ମନ୍ତ୍ରଣାଳୟର ମାକସୁଟ ଶାଦେଭ ଏକ ଡିଜିଟାଲ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି ସରକାରୀ ଇମେଲ ବିନିମୟ ପାଇଁ ଆପଲ ସ୍ମାର୍ଟଫୋନ ଏବଂ ଟାବଲେଟ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ ଏହା ମଧ୍ୟ କୁହାଯାଇଛି କର୍ମଚାରୀମାନେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଆଇଫୋନ ବ୍ୟବହାର କରିପାରିବେ।

ରୁଷିଆର ମୁଖ୍ୟ ଘରୋଇ ସୁରକ୍ଷା ସେବା(ଏପଏସବି) ଦାବିର ଦୁଇ ମାସ ପରେ ରୁଷର ଡିଜିଟାଲ ବିକାଶ ମନ୍ତ୍ରଣାଳୟ ଏଭଳି ପ୍ରତିବନ୍ଧକ ଜାରି କରିଛି। ଆମେରିକାର ଜାତୀୟ ସୁରକ୍ଷା ଏଜେନ୍ସି ଗୁପ୍ତଚରୀ ପାଇଁ ହଜାର ହଜାର ଆପଲ ଉତ୍ପାଦ ବ୍ୟବହାର କରିଛି ବୋଲି ଏଫଏସବି ଦାବି କରିଛି। ତେବେ ଆପଲ ଏଭଳି ଅଭିଯୋଗକୁ ଅସ୍ବୀକାର କରିଛି। ଏଫଏସବିର ସମସ୍ତ ଅଭିଯୋଗ ଉପରେ ଆପଲ ମନ୍ତବ୍ୟ ଦେବାକୁ ମନା କରିଦେଇଛି।

ଗତ ମାସ ଆରମ୍ଭରେ ରୁଷିଆ ସରକାର ଆପଲକୁ ଆମେରିକାର ଗୁପ୍ତଚର ସଂସ୍ଥା ସହିତ ମିଳିତ ଭାବେ କାମ କରୁଥିବା ଅଭିଯୋଗ କରିଥିଲେ। ଦୀର୍ଘ ଦିନ ଧରି ପେଶାଦାରମାନଙ୍କ ପାଇଁ ଆଇଫୋନ ବ୍ୟବହାରକୁ ନେଇ ଏଫଲସବି ଚିନ୍ତିତ ଥିଲା । ଏଥି ସହିତ, ମାର୍ଚ୍ଚ ମାସରେ, ରୁଷିଆ ସରକାର ଏହାର ସରକାରୀ କର୍ମଚାରୀମାନଙ୍କୁ ଆଇଫୋନ ବ୍ୟବହାର ବିଷୟରେ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ଅନୁସାରେ ଆମେରିକା ଏହା ଦ୍ୱାରା ହ୍ୟାକିଂ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri