ରକ୍ଷଣାବେକ୍ଷଣ ଅଭାବରୁ ସୌନ୍ଦର୍ଯ୍ୟ ହରାଇଛି ରୁରାଲ ପାର୍କ: ପାଲଟିଛି ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି । ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଦିଗପହଣ୍ଡି ବ୍ଲକ ଗୋକର୍ନପୁର ଗ୍ରାମର ରୁରାଲ ପାର୍କ ରକ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ୧ ବର୍ଷ ହେଲା ଶ୍ରୀହୀନ ହୋଇପଡିଛି।

ଗୋକର୍ନପୁର ଗ୍ରାମ ବାଙ୍କେଶ୍ବରୀ ମୁଖ୍ୟରାସ୍ତା କଡ଼ରେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ନିର୍ମିତ ହୋଇଥିବା ରୁରାଲ ପାର୍କ ବର୍ତ୍ତମାନ ତାର ସୋନ୍ଦର୍ଯ୍ୟ ହରାଇଛି । ସୁନ୍ଦର ପରିବେଶରେ ସୁସଜ୍ଜିତ ଓ ଆଲୋକ ସଂଯୋଗୀକରଣରେ ପରିବେଷ୍ଟିତ ପାର୍କରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ସନ୍ଧ୍ୟା ହେଲେ ଅନ୍ଧକାରମୟ ହୋଇପଡୁଛି । ଏଥିସହ ଜନସାଧାରଣଙ୍କୁ ଆକର୍ଷିତ କରୁଥିବା ପାର୍କର ସୌନ୍ଦର୍ଯ୍ୟମୟ ସାମଗ୍ରୀ ଗୁଡିକ ଭାଙ୍ଗିରୁଜି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେବାକୁ ବସିଲାଣି। ପାର୍କରେ ରକ୍ଷଣାବେକ୍ଷଣ ଅଭାବ ଦେଖିବାକୁ ମିଳିଥିବା ବେଳେ ତାହା ବର୍ତ୍ତମାନ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସନ୍ଧ୍ୟା ହେଲେ ସେଠାରେ ମଦ୍ୟପଙ୍କ ରାଜୁତି ଚାଲୁଛି। ସକାଳୁ ସନ୍ଧ୍ୟା ଯାଏ ପାର୍କ ପରିସର ଗୃହପାଳିତ ଗାଈ,ଛେଳି ମେଣ୍ଢାଙ୍କ ଚରାଭୂମି ପାଲଟି ଯାଇଛି। ଏପରିକି ଗାଈ ଓ ଛେଳିପଲ ଧରି ଯାଉଥିବା ଚରାଳିମାନେ ନିର୍ଭୟରେ ପାର୍କ ମଧ୍ୟକୁ ଛେଳି ଓ ଗାଈ ପଲ ଛାଡି ଦେଉଥିଲେ ମଧ୍ୟ ସେମାନଙ୍କୁ ଆକଟ କରିବାକୁ ସେଠାରେ କାହାର ଦେଖାନାହିଁ।

ଗତ ୨୦୨୦ରେ ପାର୍କ ନିର୍ମାଣ ସକାଶେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପଞ୍ଚାୟତ ସମିତି ପାଣ୍ଠି ଏବଂ ଗ୍ରାମ ପଞ୍ଚାୟତ ପାଣ୍ଠିରୁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇ ପାର୍କଟି ଖୁବ ଆକର୍ଷଣୀୟ ହୋଇପାରିଥିଲା। ତତ୍କାଳୀନ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ବାରା ପାର୍କର ଉଦଘାଟନ ହୋଇଥିଲା । ଅତି ସୁନ୍ଦରମୟ ପରିବେଶରେ ପାର୍କଟି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । ଏପରିକି ରାଜ୍ୟ ତଥା ବିଭିନ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ବ୍ଳକ ଗସ୍ତରେ ଆସି ଏହି ପାର୍କ ପରିଦର୍ଶନ କରିବା ସମୟରେ ମନୋରମ ପାର୍କର ନିର୍ମାଣ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଉଦଘାଟନ ପରେ ପାର୍କରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଥିଲା । ଏପରିକି ପର୍ଯ୍ୟଟନ କ୍ଷେତ୍ର ମାଁ ବାଙ୍କେଶରୀ ପୀଠକୁ ଦର୍ଶନ ନିମନ୍ତେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଉକ୍ତ ପାର୍କରେ ପରିଭ୍ରମଣ କରି ମଜା ନେଉଥିଲେ । ଆଜି ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ପଞ୍ଚାୟତବାସ ଦାବି କରିଛନ୍ତି। ଏନେଇ ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ ବ୍ଲକ ପ୍ରଶାସନର ଅବହେଳା ଏବଂ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱହୀନତା ଯୋଗୁ ସୌନ୍ଦର୍ଯ୍ୟପୂର୍ଣ୍ଣ ପାର୍କଟି ଜରାଜୀର୍ଣ୍ଣ ହୋଇପଡିଛି ବୋଲି କହିଛନ୍ତି । ସେହିପରି ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା ପାର୍କର ନିର୍ମାଣ କାର୍ଯ୍ୟ ପ୍ଲାନିଂ ଅନୁସାରେ ହୋଇନାହିଁ । ଏପରିକି ପାର୍କର ଚତୁଃପାର୍ଶ୍ୱରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବୃକ୍ଷରୋପଣ କରାଯାଇଥିବା ବେଳେ ଜଳ ବନ୍ଦୋବସ୍ତ କରାଯାଇ ନ ଥିବା, ପାର୍କରେ ଆଲୋକ ସଂଯୋଗୀକରଣ ହୋଇ ନ ଥିବାବେଳେ ବେଆଇନ ଭାବେ ହୁକ ପକାଯାଇ ବିଦ୍ୟୁତ ସଂଯୋଗ କରାଯାଇଥିଲା। ଯାହାଦ୍ବାରା ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସରବରାହ କାଟି ଦିଆଯିବା ସହ ପଞ୍ଚାୟତକୁ ୧୧ ହଜାର ଟଙ୍କାର ଜରିମନା ଦାଖଲ କରିବାକୁ ପଡ଼ିଥିଲା। ଯାହାକୁ ନେଇ ସରପଞ୍ଚ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri