ଡଲାର ତୁଳନାରେ ଟଙ୍କା ୮୪ ପଇସା ଦୁର୍ବଳ

ଭୁବନେଶ୍ୱର,୯।୫(ଅନୁରାଧା ମହାରଣା): ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ମଧ୍ୟରେ ଗୁରୁବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୮୪ ପଇସା ହ୍ରାସ ପାଇ ୮୫.୬୧ରେ ପହଞ୍ଚିଛି। ପାକିସ୍ତାନ ସେନା ଡ୍ରୋନ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରି ଉତ୍ତର ଓ ପଶ୍ଚିମ ଭାରତରେ ଏକାଧିକ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବା ପରେ ନିବେଶକମାନେ ଘରୋଇ ବଜାରରେ ବିପଦ ଆଶଙ୍କା କରିଥିବା ଫୋରେକ୍ସ ବ୍ୟବସାୟୀମାନେ କହିଛନ୍ତି। ଏହା ବ୍ୟତୀତ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ଟଙ୍କା ଉପରେ ଚାପ ପକାଇଛି। ଆନ୍ତଃବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ ଟଙ୍କା ୮୪.୬୧ରେ ଖୋଲିଥିଲା ଏବଂ ଡଲାର ତୁଳନାରେ ଦିନର ସର୍ବୋଚ୍ଚ ୮୪.୫୨ ଏବଂ ସର୍ବନିମ୍ନ ୮୫.୭୭ ମଧ୍ୟରେ ରହିଥିଲା। କାରବାର ଶେଷ ହେବା ସମୟରେ, ଟଙ୍କା ଡଲାର ପିଛା ୮୫.୬୧ (ଅସ୍ଥାୟୀ)ରେ ପହଞ୍ଚିଥିଲା ଯାହାକି, ପୂର୍ବ ବନ୍ଦ ତୁଳନାରେ ୮୪ ପଇସା ହ୍ରାସ ପାଇଥିଲା। ବୁଧବାର ଟଙ୍କା ୪୨ ପଇସା ହ୍ରାସ ପାଇ ଡଲାର ପିଛା ୮୪.୭୭ରେ ପହଞ୍ଚିଥିଲା। ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନାର ଆକ୍ରମଣ ପରେ ବୁଧବାର ଟଙ୍କା ଆମେରିକୀୟ ଡଲାର ତୁଳନାରେ ୪୨ ପଇସା ହ୍ରାସ ପାଇ ୮୪.୭୭ରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂଙ୍କୁ ବଳାତ୍କାର ଉଦ୍ୟମ, ଦେଢ଼ଶୂର ଗିରଫ

ପାଣିକୋଇଲି,୧୭ା୫(ବିକାଶ ମଲ୍ଲିକ): ଯାଜପୁର ଜିଲା ପାଣିକୋଇଲି ଥାନା ଅଞ୍ଚଳରେ ଭାଇବୋହୂଙ୍କୁ ଦେଢ଼ଶୂର ବଳାତ୍କାର ଉଦ୍ୟମ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ...

ଲକ୍ଷ୍ମୀ ବସ୍‌- କାର ମୁହାଁମୁହିଁ ଧକ୍କା: କାର ଚାଳକ ମୃତ, ୧୫ ଗୁରୁତର

ଖଲ୍ଲିକୋଟ,୧୭।୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କନ୍ଦିଗାଁ କାକୁଡ଼ିଆ ବନ୍ଧ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ...

କରୋନାକୁ ନେଇ କୌଣସି ଭୟଭୀତ ହେବାର କାରଣ ନାହିଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୭।୫: ଏସିଆ ମହାଦେଶର ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହି ସ୍ଥାନଗୁଡିକରେ ନୂତନ କରୋନା ରୋଗୀ ଚିହ୍ନଟ...

ଆସିଲା କଂଗ୍ରେସ ପଦାଧିକାରୀଙ୍କ ତାଲିକା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ…

ଭୁବନେଶ୍ୱର,୧୭।୫: ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଶନିବାର ରାଜ୍ୟର ବିଭିନ୍ନ ପଦାଧିକାରୀଙ୍କ ତାଲିକା ଜାରି କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୋଷାଧ୍ୟକ୍ଷ ଭାବେ...

ଜଣେ ନୁହେଁ ଦୁଇଦୁଇ ଜଣ ସରକାରୀ ଅଧିକାରିଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର/ବାସୁଦେବପୁର,୧୭।୫(କାଳିପଦ ରାୟ): ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ୨ ସରକାରୀ ଅଧିକାରୀ ଗିରଫ। ବାସୁଦେବପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ୧୦,୦୦୦ ଟଙ୍କା ଲାଞ୍ଚ...

ବିଜେଡି ଓପରେ ଫିଡିକିଲେ ଶଶି: କେବଳ ଏହି ଗୋଟିଏ କାରଣ ପାଇଁ, ଯିଏ ନିର୍ବାଚନ ପରିଚାଳନା କରୁଥିଲେ…

ଭୁବନେଶ୍ୱର,୧୭।୫: ବିଜେଡିକୁ ନେଇ ପୁଣି ବଡ଼ ବୟାନ ଦେଲେ ପୂର୍ବତନ ବିଜେଡି ବିଧାୟକ ଶଶିଭୂଷଣ ବେହେରା। ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଥିବା କହିଲେ ଶଶିଭୂଷଣ। ଦଳରେ...

ଭତ୍ତାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ବିଡିଓଙ୍କୁ ଘେରିଲେ…

ପୁରୁଷତ୍ତମପୁର,୧୭ା୫(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଗରିବ, ବୟସାଧିକ ହିତାଧିକାରୀମାନେ ଭତ୍ତା ପାଉ ନ...

ଚାଞ୍ଚଲ୍ୟକର ବୟାନ ଦେଲେ ଲବ ହାଁସଦାଙ୍କ ଭାଇ, କହିଲେ ସେ ପୂର୍ବରୁ ବିବାହିତ…

ଭୁବନେଶ୍ୱର,୧୭ା୫: ବିବାଦରେ ବହୁ ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା । ତାଙ୍କ ନାଁରେ ରୁଜୁ ହୋଇଛି ସାଂଘାତିକ ମାମଲା। ପ୍ରେମିକାଙ୍କ ଆତ୍ମହତ୍ୟା ଘଟଣାରେ ଗୁରୁତର ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri