ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ

ନୂଆଦିଲ୍ଲୀ,୧୯।୭: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବକାଳୀନ ଦୁର୍ବଳ ହୋଇଛି। ମଙ୍ଗଳବାର ବଜାର ୭୯.୯୯ରେ ଖୋଲିବା ପରେ ଡଲାର ତୁଳନାରେ ଟଙ୍କା ୮୦.୦୨ ରେ ପହଞ୍ଚିଥିଲା। ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଦେଖିବାକୁ ମିଳିଛି।
ମଙ୍ଗଳବାର ସକାଳ ୯.୧୦ରେ ଟଙ୍କା ଡଲାର ତୁଳନାରେ ୮୦.୦୧ ଡଲାରରେ କାରବାର କରିଥିଲା, ଯାହା ପୂର୍ବ ତୁଳନାରେ ୦.୦୩% ହ୍ରାସ ପାଇଥିଲା। ଆଜି ସକାଳୁ ବଜାର ଆରମ୍ଭରେ ଟଙ୍କାର ୭୯.୯୯ ରେ ଖୋଲି ୮୦.୦୨ ର ଏକ ନୂତନ ରେକର୍ଡ ଛୁଇଁଥିଲା। ଚଳିତ ବର୍ଷ ଭାରତୀୟ ମୁଦ୍ରା ୭% ରୁ ଅଧିକ ହ୍ରାସ ପାଇଛି।
ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର କହିଥିଲେ ଯେ, ଡିସେମ୍ବର ୨୦୧୪ଠାରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୨୫ ପ୍ରତିଶତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ଗତ ଫେବୃଆରୀରୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ବିଗତ ଦିନରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି।
ଆମେରିକାରେ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ସେଠାରେ ଥିବା ନିବେଶକମାନେ ବାହାର ଦେଶରୁ ସେମାନଙ୍କ ନିବେଶକୁ ହ୍ରାସ କରି ଘରୋଇ ବଜାରରେ ଅଧିକ ନିବେଶ କରୁଛନ୍ତି। ଏହି କାରଣରୁ ଡଲାର ଅଧିକ ଶକ୍ତିଶାଳୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଲମ୍ବିତ ହେଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୨୧।୧୨: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ରାଜ୍ୟସଭା ସଦସ୍ୟ ଡେରେକ ଓ’ବ୍ରାଏନ ଶୀତକାଳିନ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି । ଫଳରେ ସଂସଦୀୟ ରାଜ୍ୟ କାର୍ଯ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ...

ପିଏଫ୍‌ ସୁଧ ହାର ଘୋଷଣା କଲା ଇପିଏଫ୍‌ଓ

ନୂଆଦିଲ୍ଲୀ, ୩ା୬: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ୨୦୨୧-୨୨ ବର୍ଷ ପାଇଁ ଆଧିକାରିକ ଭାବେ ସୁଧ ହାର ଘୋଷଣା କରିଛି। ୨୦୨୧-୨୨ ବର୍ଷ ପାଇଁ ଏବେ...

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ, ସମସ୍ତଙ୍କ ପାଖରେ ରହିବ ହେଲଥ୍‌ ଆଇଡି…

ନୂଆଦିଲ୍ଲୀ,୨୭।୯: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ପୁଣି ପାଦେ ଆଗକୁ ବଢ଼ିଛି। ଏହା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ...

ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ, ୨୦୦ ବର୍ଷ ପରେ ୪ ଗ୍ରହ ବକ୍ରି…

ନୂଆଦିଲ୍ଲୀ,୩୧।୧୦ : ସୂର୍ଯ୍ୟ ପରାଗ ପରେ ଏବେ ନଭେମ୍ବର ୮(ମଙ୍ଗଳବାର)ରେ ଦେବ ଦୀପାବଳିରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସୂର୍ଯ୍ୟପରାଗର ୧୫ ଦିନ ପରେ ଏହି ଚନ୍ଦ୍ରଗ୍ରହଣ...

ବିକଶିତ-ବିକାଶଶୀଳ ଦେଶ ମଧ୍ୟରେ ମଧ୍ୟସ୍ଥତା ଦ୍ୱାରା ପୃଥିବୀର ସନ୍ତୁଳନ ବଜାୟ ରହିବ, ସିଜେଆଇ…

ନୂଆଦିଲ୍ଲୀ, ୨୧।୬ : ବିକଶିତ ତଥା ବିକାଶଶୀଳ ଦେଶ ମଧ୍ୟରେ ଅନ୍ତର୍ଜାତୀୟମଧ୍ୟସ୍ଥତା ଦ୍ୱାରା ପୃଥିବୀର ସନ୍ତୁଳନ ବଜାୟ ରହିବ ବୋଲି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି (ସିଜେଆଇ)...

‘ପିଓକେ’ରେ ୩୦୦ ଆତଙ୍କବାଦୀ ସକ୍ରିୟ

ନୂଆଦିଲ୍ଲୀ,୧୧ା୧(ପି.ଟି.): ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଲାଗି ସୀମା ସେପଟେ ଅପେକ୍ଷା କରିଛନ୍ତି। ପାକ୍‌ ଅଧିକୃତ କଶ୍ମୀରରେ ୫୦ ଆଫଗାନ୍‌ ଆତଙ୍କବାଦୀଙ୍କ ସହ ଏମାନେ...

ନୁପୁରଙ୍କ ଗିରଫ ଦାବି କଲେ ଓଓ୍ବାଇସି

ନୂଆଦିଲ୍ଲୀ,୬।୬: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ବିବୃତ୍ତିକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। ଗୋଟିଏ ପଟେ ଆରବ...

‘ନିବେଶ ଲାଗି ଭାରତ ସବୁଠୁ ଅନୁକୂଳ’

ଧର୍ମଶାଳା(ହି.ପ୍ର.),୮-୧୧(ପି.ଟି.):ପୁଞ୍ଜିନିବେଶ ଲାଗି ଭାରତ ଏବେ ସବୁଠୁ ଅନୁକୂଳ ଲକ୍ଷ୍ୟସ୍ଥଳ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୨୦୧୪ରୁ ୨୦୧୯ ମଧ୍ୟରେ ବିଶ୍ୱ ଇଜ୍‌ ଅଫ୍‌ ଡୁଇଙ୍ଗ...

Advertisement
Archives

Model This Week