ହୋମ୍‌ଗାର୍ଡ ପାଇଁ ଚାଲିଥିଲା ଦୌଡ଼ ପରୀକ୍ଷା, ଅସୁସ୍ଥ ହୋଇପଡ଼ିଲେ ପରୀକ୍ଷାର୍ଥୀ

ଛତ୍ରପୁର,୧୪ା୯(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଛତ୍ରପୁରସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ହୋମଗାର୍ଡ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ନିୟମ ଅନୁସାରେ ହୋମଗାର୍ଡ ପଦ ପାଇଁ ଦୌଡ଼ ପରୀକ୍ଷା କରାଯାଉଥିଲା। ଦୌଡ଼ ପରୀକ୍ଷା ବେଳେ ତାରସିଂଥାନା ଅଞ୍ଚଳର ଶିବରାମ ପ୍ରଧାନ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରୁ ସଙ୍ଗେ ସଙ୍ଗେ ତାଙ୍କୁ ଛତ୍ରପୁର ମେଡିକାଲ ନିଆଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ସେଠାରେ ସେ ଏବେ ଚିକିତ୍ସାଧୀନ ଅଛନ୍ତି।

Share