ରୁଙ୍ଗ୍‌ଟା ଷ୍ଟିଲ୍‌ର ଡିଲର୍‌ ମିଟ୍‌

ଭୁବନେଶ୍ୱର,୨୮।୮: ଦେଶର ଅଗ୍ରଣୀ ଟିଏମ୍‌ଟି ବାର୍‌ ଓ ସମନ୍ବିତ ଇସ୍ପାତ ଉପତ୍ାଦ ନିର୍ମାତା ରୁଙ୍ଗଟା ଷ୍ଟିଲ୍‌ ପକ୍ଷରୁ ଦେବରାଜ ପଣ୍ଡା ଆଣ୍ଡ୍‌ କୋ ସହଯୋଗରେ କନ୍ଧମାଳଠାରେ ଏକ ଡିଲର ମିଟ୍‌ର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡ଼ିଶାର ବିଭିନ୍ନ ଅଞ୍ଚଳର ଡିଲରମାନଙ୍କୁ ଏକତ୍ରିତ କରି ସେମାନଙ୍କ ଭିତରେ ଯୋଗାଯୋଗ ବଢ଼ାଇବା, ଚିନ୍ତାଧାରାର ଆଦାନପ୍ରଦାନ କରିବା ଏବଂ ରୁଙ୍ଗଟା ମାଇନ୍‌ସର ଉପତ୍ାଦ ଓ ଭବିଷ୍ୟତ ଯୋଜନା ବିଷୟରେ ଜଣାଇବା। ସେହିଭଳି ଏହି କାର୍ଯ୍ୟକ୍ରମ ଅବସରରେ ରୁଙ୍ଗଟା ଷ୍ଟିଲ୍‌ ପକ୍ଷରୁ ଉନ୍ନତ ଉପତ୍ାଦ ଓ ନବସୃଜନ ପ୍ରତି ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯାଇଛି। ଉକ୍ତ ଡିଲର ମିଟ୍‌ରେ ରୁଙ୍ଗଟା ଷ୍ଟିଲ୍‌ ପକ୍ଷରୁ ଇସ୍ପାତ ଓ ଟିଏମ୍‌ଟି ଶିଳ୍ପର ଅଭିବୃଦ୍ଧି ସମ୍ଭାବନା ଉପରେ ବିସ୍ତୃତ ଆଲୋକପାତ କରଯାଇଥିଲା। ଏହି ପରିପ୍ରେକ୍ଷୀରେ ରୁଙ୍ଗଟା ଷ୍ଟିଲ୍‌ର ମୁଖ୍ୟ ମହାପ୍ରବନ୍ଧକ ଓ ସେଲ୍‌ସ ଓ ମାର୍କେଟିଂ ମୁଖ୍ୟ (ଟିଏମ୍‌ଟି ଓ ଓୟାର ରଡ୍‌) ଅରବିନ୍ଦ କୁମାର କହିଛନ୍ତି, ଡିଲର ମିଟ୍‌ଗୁଡ଼ିକ କମ୍ପାନୀ କାର୍ଯ୍ୟଧାରାକୁ ଆଗକୁ ନେବା ସହିତ ନିରନ୍ତର ଭାବେ ଉଭୟ ଗ୍ରାହକ ଓ ଡିଲରମାନଙ୍କ ସ୍ବପ୍ନ ପୂରଣ କରୁଥିବା ବେଳେ ରୁଙ୍ଗଟା ଷ୍ଟିଲ୍‌ ନବସୃଜନ ଓ ସହଯୋଗିତାକୁ ସର୍ବଦା ଗୁରୁତ୍ୱ ଦେଉଛି।

ବିଶେଷ କରି ଇସ୍ପାତ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନକୁ ଆଗକୁ ବଢ଼ାଇବା ଓ ଅଂଶୀଦାରଙ୍କ ନେଟ୍‌ୱର୍କକୁ ସମ୍ପ୍ରସାରଣ ଲାଗି ସେମାନଙ୍କ ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ରୁଙ୍ଗଟା ଷ୍ଟିଲ୍‌ ସହଯୋଗୀମାନଙ୍କ କଥାକୁ ବେଶ ଗୁରୁତ୍ୱ ପ୍ରଦାନ କରୁଛି, ଫଳରେ ରୁଙ୍ଗଟା ଷ୍ଟିଲ୍‌ ଓ ତା’ର ଡିଲର୍‌ମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରି ଖୋଲା ଆଲୋଚନା ଏବଂ ମତାମତ ପାଇଁ ଏକ ମଞ୍ଚ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri