Posted inଖେଳ

ରଗ୍‌ବୀ ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ମୁମ୍ବାଇ,୧୫ା୬: ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରବିବାରଠାରୁ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌) ଉଦ୍‌ଘାଟିତ ହୋଇଯାଇଛି। ଜଣାଶୁଣା ବଲିଉଡ୍‌ ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ ପ୍ରଥମେ ଟୁର୍ନାମେଣ୍ଟର ଆନ୍ଥେମ ‘ରଗ୍‌ ରଗ୍‌ ମେ ରଗ୍‌ବୀ’ ଗାଇ ଉଦ୍‌ଘାଟନୀ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଟ୍ରଫି ଉନ୍ମୋଚନ କରିଥିଲେ। ଏହି ଅବସରରେ ସମସ୍ତ ୬ ଫ୍ରାଞ୍ଚାଇଜର ଖେଳାଳି ଓ କୋଚ୍‌ଙ୍କ ସହ ଭାରତୀୟ ରଗ୍‌ବୀ ଫୁଟବଲ ୟୁନିଅନ ବା ରଗ୍‌ବୀ ଇଣ୍ଡିଆ ସଭାପତି ତଥା ବଲିଉଡ୍‌ ଅଭିନେତା ରାହୁଲ ବୋଷ ଓ ମହାସଂଘର ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ।

ମ୍ୟାଚ୍‌ରେ ବେଙ୍ଗାଲୁରୁ ବ୍ରେଭହାଟର୍‌ସ ଓ ଦିଲ୍ଲୀ ରେଜ ପରସ୍ପରକୁ ଭେଟିଥିଲେ। ଏଥିରେ ଦୁଇ ଦଳ ୨୧ ଲେଖାଏ ପଏଣ୍ଟ ସ୍କୋର କରିବାରୁ ମ୍ୟାଚ୍‌ଟି ଡ୍ର’ ଭାବେ ଶେଷ ହୋଇଥିଲା। ଦୁଇ ଦଳ ପକ୍ଷରୁ ୩ଟି ଲେଖାଏ ଟ୍ରାଇ ହୋଇଥିଲା। ବେଙ୍ଗାଲୁରୁ ପକ୍ଷରୁ ଆକୁଲିଆ ରୋକୋଲିସୋଆ ଦୁଇଟି ଓ ଫିଲିପ ଓ୍ବକୋରଚ ଗୋଟିଏ ଟ୍ରାଇ ସ୍କୋର କରିଥିଲେ।

ସେହିଭଳି ଦିଲ୍ଲୀ ପାଇଁ ପାଟ୍ରିକ ଓକୋଙ୍ଗୋ ଦୁଇଟି ଓ ମାଟିଆସ ଓସାଦଜୁକ ଗୋଟିଏ ଟ୍ରାଇ କରିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇ ବୁଲ୍ସ ୨୪-୫ ପଏଣ୍ଟରେ ମୁମ୍ବାଇ ଡ୍ରିମର୍ସକୁ ପରାସ୍ତ କରିଛି। ଚେନ୍ନାଇ ପାଇଁ ଟେରି କେନେଡି ଦୁଇଟି ଟ୍ରାଇ ସ୍କୋର କରିଥିବା ବେଳେ ଭାଫାୟୁଜ ମାଲିକୋ ଓ ମହମ୍ମଦ ଏପି ଗୋଟିଏ ଟ୍ରାଇ କରିଥିଲେ। ମୁମ୍ବାଇ ଲାଗି ହେନରୀ ହୁତ୍‌ଚିସନ ଗୋଟିଏ ଟ୍ରାଇ କରିଥିଲେ।

ତୃତୀୟ ମ୍ୟାଚ୍‌ରେ କଳିଙ୍ଗ ବ୍ଲାକ ଟାଇଗର୍ସ ୧୪-୨୪ ବ୍ୟବଧାନରେ ହାଇଦ୍ରାବାଦ୍‌ ହିରୋଜଠାରୁ ପରାସ୍ତ ହୋଇଛି। ଓଡ଼ିଶା ପାଇଁ ପ୍ରଥମ କ୍ୱାର୍ଟରରେ ମୌରିସି ଲଙ୍ଗବଟମ ଓ ଦ୍ୱିତୀୟ କ୍ୱାର୍ଟରରେ ହ୍ୟାରୀ ମ୍ୟାକନଲଟି ଟ୍ରାଇ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ଜୋଜି ନସୋଭା, ମାନୁଏଲ ମୋରେନୋ, ଜାଭେଦ ହୁସେନ ଓ କେଭିନ ଓ୍ବେକେସୋ ଗୋଟିଲ ଲେଖାଏ ଟ୍ରାଇ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri