‘ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର-୨୦୨୩’

ଭୁବନେଶ୍ୱର,୨୬।୩: ରାଜ୍ୟର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ରୁଚି ଫୁଡ୍‌ଲାଇନ ପକ୍ଷରୁ ଶନିବାର ସ୍ଥାନୀୟ ସ୍ବସ୍ତି ପ୍ରିମିୟମଠାରେ ‘ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର-୨୦୨୩’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ବାଦର ସମ୍ପାଦକ ତଥା ବିଧାୟକ ସାୈମ୍ୟରଞ୍ଜନ ପଟ୍ଟନାୟକ ଏବଂ ସମାଜର ସମ୍ପାଦକ ନିରଞ୍ଜନ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ରୁଚି ମସଲା ପକ୍ଷରୁ ୨ଜଣ ଗ୍ରାହକ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବଜାରର ବିଜୟ ଦାସ ଓ ଯାଜପୁର ଜିଲା ବଡ଼ଚଣା ବ୍ଲକ ବାଉଁଶପୁଟ ଗ୍ରାମର ମନୋଜ ସାହୁଙ୍କୁ ଉକ୍ତ ଅଫରର ପ୍ରଥମ ବିଜେତା ଭାବେ ୨ଟି ମାରୁତି ବାଲେନୋ କାର୍‌ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। ଏପରିକି ବିଶିଷ୍ଟ ଚଳଚ୍ଚିତ୍ର ତାରକା ସିଦ୍ଧାନ୍ତ ମହାପାତ୍ର ଉଭୟ ବିଜେତାଙ୍କୁ ଉପହାର ସ୍ବରୂପ ଗାଡ଼ିର ଚାବି ପ୍ରଦାନ କରିଥିଲେ। ସେହିଭଳି ଉକ୍ତ ଅଫରର ୨ୟ ପୁରସ୍କାର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁ୍‌ଣ୍ଡାଇର ବିକାଶ କୁମାର ଦାଶ ଓ ପୁରୀ ଜିଲା କାକଟପୁରର ଅଜୟ କୁମାର ସୁବୁଦ୍ଧିଙ୍କୁ ହୋଣ୍ଡା ଆକ୍ଟିଭା ଗାଡ଼ି ଏବଂ ୩ୟ ପୁରସ୍କାର କଟକ ଶିଖରପୁରର ଅଶୋକ କୁମାର ବିଶ୍ୱାଳ, ଖୋର୍ଦ୍ଧା ବିଡିଓ କଲୋନିର ମୀରାରାଣୀ ରାଉତରାୟ, ଭୁବନେଶ୍ୱରର ପ୍ରତାପ ଚନ୍ଦ୍ର ରାଉଳ, ଖୋର୍ଦ୍ଧା ଗଙ୍ଗାଧରପୁରର ଜ୍ଞାନରଞ୍ଜନ ବେହେରା ଓ ଭଦ୍ରକ ଜିଲା ଚରମ୍ପାର ନାୈନିତି ଲଖାନିଙ୍କୁ ଏଲ୍‌ଇଡି ଟିଭି ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୋଟ ୨୯ ଜଣ ଗ୍ରାହକଙ୍କୁ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏ ସମ୍ପର୍କରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ କହିଥିଲେ, ଓଡ଼ିଶାର ୧ ନମ୍ବର ମସଲା ବ୍ରାଣ୍ଡ୍‌ ଭାବେ ରୁଚି ଅଶେଷ ଲୋକପ୍ରିୟତା ଅର୍ଜନ କରିଛି। ଏପରିକି ରୁଚି ଉଦ୍ୟୋଗ ୪୭ବର୍ଷର ଯାତ୍ରା ମଧ୍ୟରେ କୋଟି କୋଟି ଗ୍ରାହକଙ୍କର ବିଶ୍ୱସନୀୟତାକୁ ପାଥେୟକରି ଅନେକ ସଫଳତା ପାଇଛି ବୋଲି ସାହୁ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଆସନ୍ତା ବର୍ଷ ସର୍ବଭାରତୀୟ ସ୍ତରରେ ଉକ୍ତ ଯୋଜନା ଜରିଆରେ ଗ୍ରାହକମାନଙ୍କୁ ଅନେକ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ ବୋଲି ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ ମତପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ‘ରୁଚି’ର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ସଲିନା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ରୁଚିର ମାର୍କେଟିଂ ହେଡ୍‌ ଦେବବ୍ରତ ପଟ୍ଟନାୟକ ବିଭିନ୍ନ ଗ୍ରାହକ ଅଭିମୁଖୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ରୁଚିର ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ, ମହାପ୍ରବନ୍ଧକ ସୁବ୍ରମଣ୍ୟମ୍‌ ପ୍ରସାଦ, ସେଲ୍‌ସ ହେଡ୍‌ ଦିଲୀପ ସାହୁ, ମାନବ ସମ୍ବଳ ବିଭାଗ ସହକାରୀ ମହାପ୍ରବନ୍ଧକ ଅମ୍ବରୀଶ ପଟ୍ଟନାୟକ, ଲୋକ ସମ୍ପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ରାମଚନ୍ଦ୍ର ବେହେରା, ହେରାଲଡ୍‌ର ମୁଖ୍ୟ ସୂର୍ଯ୍ୟ ରଥ, ରୁଚିର ଉପପ୍ରବନ୍ଧକ ନ୍ୟାୟବ୍ରତ ରାଉତ, ସାଗର ରଞ୍ଜନ ବାରିକ୍‌ ଓ ସୋନାଲି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri