Posted inଜାତୀୟ

ଆର୍‌ଏସ୍‌ଏସ୍‌@୧୦୦: କାର୍ଯ୍ୟକ୍ରମରେ ଯୋଗଦେଲେ ୫୦ କୂଟନୀତିଜ୍ଞ

ନୂଆଦିଲ୍ଲୀ,୨୮ା୮(ପି.ଟି.): ୧୯୨୫ ସେପ୍ଟେମ୍ବର ୨୭ରେ ପ୍ରତିଷ୍ଠାଲାଭ କରିଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ଚଳିତବର୍ଷ ୧୦୦ ପୂରୁଛି। ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନରେ ମଙ୍ଗଳବାରଠାରୁ ଏକ ତିନିଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ‘ଆର୍‌ଏସ୍‌ଏସ୍‌ର ୧୦୦ ବର୍ଷର ଯାତ୍ରା: ନୂଆ ଦିଗ୍‌ବଳୟ’ ଶୀର୍ଷକ କାର୍ଯ୍ୟକ୍ରମର ପ୍ରଥମ ଦିନରେ ସରସଂଘଚାଳକ ମୋହନ ଭାଗବତ ଯୋଗଦେଇଥିଲେ। ଭବିଷ୍ୟତ ଭାରତ ଓ ସ୍ବୟଂସେବକମାନଙ୍କ ଭୂମିକା ଉପରେ ଭାଗବତ ନିଜ ଆଭିମୁଖ୍ୟ ସମ୍ପର୍କରେ ଅବତାରଣା କରିଥିଲେ। ଗୁରୁବାର ତୃତୀୟ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏହି ଉତ୍ସବରେ ବୁଧବାର ପ୍ରାୟ ୨ ଡଜନ ଦୂତାବାସର ୫୦ରୁ ଊର୍ଦ୍ଧ୍ୱ କୂଟନୀତିଜ୍ଞ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି, ଆମେରିକାର ଫାଷ୍ଟ ସେକ୍ରେଟାରି ଗେରି ଆପଲଗର୍ଥ, ଆମେରିକାର ମିନିଷ୍ଟର-କାଉନ୍ସେଲର ରାଜନୈତିକ ବ୍ୟାପାର ଆରୋନ୍‌ କୋପ୍‌, ଚାଇନାର ମିନିଷ୍ଟର କାଉନ୍ସେଲର ଝୌ ଗୁଓହୁଇ, ରୁଷିଆର ଫାଷ୍ଟ ସେକ୍ରେଟାରି ମିଖାଇଲ ଜୟଟ୍ସେଭ୍‌, ଶ୍ରୀଲଙ୍କା ହାଇକମିଶନର ପ୍ରଦୀପ ମୋହସିନି ଓ ମାଲେସିଆ ହାଇକମିଶନର ଦାତୋ ମୁଜାଫର। ୧୦୦ ବର୍ଷ ପୂର୍ତ୍ତି ଅବସରରେ ଅକ୍ଟୋବର ୨ ବିଜୟାଦଶମୀ ଦିନ ନାଗପୁରସ୍ଥିତ ସଂଘ ମୁଖ୍ୟାଳୟରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଲକ୍ଷାଧିକ ହିନ୍ଦୁଙ୍କୁ ଆର୍‌ଏସ୍‌ଏସ୍‌ ମୁଖ୍ୟ ଭାଗବତ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri