ରେଷ୍ଟୁରାଣ୍ଟ ଭାଙ୍ଗିଲା ଆର୍‌ଏସ୍‌ପି

ରାଉରକେଲା,୩ା୭(ସଙ୍ଗୀତା ଜେନା): ରାଉରକେଲା ୪ ନମ୍ବର ସେକ୍ଟରଠାରେ ଥିବା ଲିଲା ରେଷ୍ଟୁରାଣ୍ଟର ଅନଧିକୃତ ନିର୍ମାଣକୁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଗୁରୁବାର ଭଙ୍ଗାଯିବା ସହ ରେଷ୍ଟୁରାଣ୍ଟକୁ ସିଲ୍‌ କରି ଦିଆଯାଇଛି। ୧୯୯୯ରେ ଏହି କ୍ୟାଣ୍ଟିନ୍‌ ନମ୍ବର ୧ ଅରୁଣ କୁମାର ସିଂଙ୍କୁ ଆଲର୍ଟ କରାଯାଇଥିଲା। ମାତ୍ର ଆର୍‌ଏସ୍‌ପିର ବିନା ଅନୁମତିରେ ଏହି କ୍ୟାଣ୍ଟିନ ଅନ୍ୟ ଜଣଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ମାମଲାରେ ଆର୍‌ଏସପି ରେଷ୍ଟୁରାଣ୍ଟ ଖାଲି କରିବାକୁ ନୋଟିସ୍‌ ଦେଇଥିବା ବେଳେ ମାମଲା କୋର୍ଟକୁ ଯାଇଥିଲା। ପରେ କୋର୍ଟ ଉକ୍ତ ମାମଲାକୁ ଖାରଜ କରିବା ପରେ ଆଜି ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଅବୈଧ ନିର୍ମାଣକୁ ଭଙ୍ଗା ଯିବା ସହ ରେଷ୍ଟୁରାଣ୍ଟକୁ ସିଲ୍‌ କରି ଦିଆଯାଇଛି।