Posted inଜାତୀୟ

ଏତିକି ଟଙ୍କା ପାଇଁ ସ୍ବାମୀଙ୍କୁ ମାରି ଦେଲେ ସ୍ତ୍ରୀ: ଆଉ ତା’ପରେ ମୃତଦେହ ନେଇ..

ବେଙ୍ଗାଲୁରୁ ,୨୮ା୧୦:କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ଏକ କଫି ବଗିଚାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ୩ ସପ୍ତାହ ପୂର୍ବରୁ ମିଳିଥିଲା। ପୋଲିସ ଏହା ଉପରେ ତଦନ୍ତ କରିବା ପରେ ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି। ୮ କୋଟି ଟଙ୍କା ପାଇଁ ତେଲଙ୍ଗାନାର ୫୪ ବର୍ଷୀୟ ବ୍ୟବସାୟୀଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଲାଗି ମୃତଦେହକୁ ପୋଡ଼ିବା ସହ ୮୦୦ କିଲୋମିଟର ଦୂର କୋଡାଗୁ ଜିଲାରେ ନେଇ ଫିଙ୍ଗିଦେଇଥିଲେ।
ବ୍ୟବସାୟୀ ରମେଶ କିଛି ସପ୍ତାହ ହେଲା ନିଖୋଜ ଥିଲେ। ସେ ୮ କୋଟି ଟଙ୍କା ଦେବାକୁ ମନା କରିଦେବାରୁ ତାଙ୍କ ସ୍ତ୍ରୀ ନୀହାରିକା ନିଜ ପ୍ରେମିକ ନିଖିଲ ଓ ଅନ୍ୟ ଅଭିଯୁକ୍ତ ଅଙ୍କୁରଙ୍କ ସହ ମିଶି ତାଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। କୋଡାଗୁ ଜିଲାରୁ ବ୍ୟବସାୟୀଙ୍କ ପୋଡ଼ିଯାଇଥିବା ମୃତଦେହ ମିଳିବା ପରେ ୨୯ ବର୍ଷୀୟା ନୀହାରିକାଙ୍କ ସମେତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଅକ୍ଟୋବର ୮ରେ କୋଡାଗୁର ସୁନ୍ତିକୋପା ନିକଟ କଫି ବଗିଚାରୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା। ମୃତକଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରି ପୋଲିସ ବିଫଳ ହେବା ପରେ ସିସିଟିଭି ଫୁଟେଜ୍‌ରୁ ସେହି ଅଞ୍ଚଳ ଦେଇ ଯାଇଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲା। ଏହି ସମୟରେ ଏକ ନାଲି ମର୍ସିଡିସ୍‌ ବେଞ୍ଜ୍‌ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲା। କାର୍‌ଟି ରମେଶଙ୍କ ନାଁରେ ଥିଲା। କର୍ନାଟକ ପୋଲିସ ଗାଡ଼ି ପଞ୍ଜୀକୃତ ହୋଇଥିବା ତେଲଙ୍ଗାନା ପୋଲିସ ସହ ଯୋଗାଯୋଗ କରିଥିଲା। ସ୍ବାମୀ ରମେଶ ନିଖୋଜ ଥିବା ନେଇ ସ୍ତ୍ରୀ ନିହାରିକା ଏତଲା ଦେଇଥିବାରୁ ତାଙ୍କ ଉପରେ ପୋଲିସର ସନ୍ଦେହ କେନ୍ଦ୍ରୀଭୂତ ହୋଇଥିଲା। ହାଜତକୁ ନେଇ ପଚରାଉଚରା କରିବା ପରେ ନୀହାରିକା ତାଙ୍କ ପ୍ରେମିକ ତଥା ପ୍ରାଣୀ ଚିକିତ୍ସକ ନିଖିଲ ଏବଂ ଅଙ୍କୁରଙ୍କ ସହ ମିଶି ରମେଶଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ।
ସୂଚନା ଅନୁଯାୟୀ, ନୀହାରିକାଙ୍କୁ ୧୬ ବର୍ଷ ହୋଇଥିବାବେଳେ ତାଙ୍କ ବାପାଙ୍କ ପରଲୋକ ହୋଇଥିଲା। ଶିକ୍ଷା ଶେଷ ପରେ କମ୍‌ ବର୍ଷ ବୟସରେ ନୀହାରିକାଙ୍କୁ ବିବାହ କରିଦିଆଯାଇଥିବାବେଳେ ସେ ମାଆ ହେବା ପରେ ଛାଡ଼ପତ୍ର ହୋଇଯାଇଥିଲା। ସେ ହରିୟାଣାରେ ଥିବାବେଳେ ଆର୍ଥତ୍କ ଜାଲିଆତିରେ ସମ୍ପୃକ୍ତ ରହି ଜେଲ ଯାଇଥିଲେ। ଜେଲରେ ତାଙ୍କର ଅଙ୍କୁରଙ୍କ ସହ ଭେଟ ହୋଇଥିଲା। ଜେଲରୁ ବାହାରିବା ପରେ ନୀହାରିକା ରମେଶଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସେ ମାଗିଥିବା ୮ କୋଟି ଟଙ୍କା ଦେବାକୁ ରମେଶ ମନା କରିଦେବାରୁ କ୍ଷୁବ୍ଧ ହୋଇଥିଲେ। ଇତିମଧ୍ୟରେ ତାଙ୍କର ନିଖିଲଙ୍କ ସହ ସମ୍ପର୍କ ଗଢ଼ିଉଠିଥିଲା। ସେମାନେ ମିଶି ରମେଶଙ୍କ ସମ୍ପତ୍ତି ହାତେଇବା ପାଇଁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ଅକ୍ଟୋବର ୧ରେ ହାଇଦ୍ରାବାଦର ଉପ୍ପଲଠାରେ ରମେଶଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ଅଭିଯୁକ୍ତମାନେ ତାଙ୍କ ଘରୁ ଟଙ୍କା ନେଇଯାଇ ମୃତଦେହ ସହ ବେଙ୍ଗାଲୁରୁ ଯାଇଥିଲେ। ସେଠାରୁ କୋଡାଗୁ ଯାଇ ମୃତଦେହକୁ କଫି ଇଷ୍ଟେଟ୍‌ରେ ଫିଙ୍ଗିବା ସହ କମ୍ବଳ ଘୋଡ଼ାଇ ନିଆଁ ଲଗାଇ ଦେଇଥିଲେ। ହାଇଦ୍ରାବାଦ ଫେରିବା ପରେ ରମେଶ ନିଖୋଜ ଥିବା ନେଇ ନୀହାରିକା ଥାନାରେ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri