୩୪ କୋଟିର ଜିଏସ୍‌ଟି ଠକେଇ ଠାବ

କୋଲକାତା,୧୫ା୧୧: ଜିଏସ୍‌ଟି ଅଧିକାରୀମାନେ ୩୪ କୋଟିର ଇନ୍‌ପୁଟ୍‌ ଟାସ୍କ କ୍ରେଡିଟ ଠକେଇ ଠାବ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଠକେଇରେ ୭ ଫାର୍ମ ଜଡ଼ିତ ରହିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି। ଜାଲ୍‌ ଜିଏସ୍‌ଟି ଇନ୍‌ଭଏସ ଦ୍ୱାରା ଇନ୍‌ପୁଟ ଟାସ୍କ କ୍ରେଡିଟ୍‌ର ଲାଭ ଉଠାଇବାକୁ ଏହି ସଂସ୍ଥାଗୁଡିକ କାରସାଦି କରିଥିଲେ। ସରକାରଙ୍କୁ ଜିଏସ୍‌ଟି ନ ଦେଇ ସଂସ୍ଥାଗୁଡିକ ଟିକସ ଠକେଇରେ ସମ୍ପୃକ୍ତ ରହିଥିଲେ। ସିଜିଏସ୍‌ଟି ଟାସ୍କ କମିଶନରେଟ ନୂଆଦିଲ୍ଲୀର ଅଧିକାରୀମାନେ ଏଭଳି ଠକେଇକୁ ସାମ୍ନାକୁ ଆଣିବାକୁ ସକ୍ଷମ ହୋଇଛନ୍ତି। ୨୨୦ କୋଟି ଟଙ୍କାର ଜାଲ୍‌ ଇନ୍‌ଭଏସ ପ୍ରସ୍ତୁତ କରି ସଂସ୍ଥାଗୁଡିକ ୩୪ କୋଟି ଟଙ୍କା ଟିକସ ଫାଙ୍କିବାକୁ ବସିଥିବା ବେଳେ ଧରା ପଡିଯାଇଛନ୍ତି। ରିଷଭ ଜୈନ ନାମକ ବ୍ୟକ୍ତି ଏହି ର଼୍ୟାକେଟ୍‌ର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ର଼୍ୟାକେଟ୍‌କୁ ଚଳାଇବା ଲାଗି ବିଭିନ୍ନ ଜାଲ୍‌ କମ୍ପାନୀ ମଧ୍ୟ ଗଠନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲାଏନ୍ସ ରିଟେଲରେ ନିବେଶ କରିବ କେକେଆର୍‌

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ପୁଞ୍ଜିନିବେଶକାରୀ କମ୍ପାନୀ କେକେଆର୍‌ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ରେ ୫,୫୦୦ କୋଟି ଟଙ୍କା ନିବେଶ କରିବ। ଏ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ...

୨୦୦୦ ଟଙ୍କିଆ ପ୍ରିଣ୍ଟ ବନ୍ଦ ହେବନି

ନୂଆଦିଲ୍ଲୀ,୨୦।୯:   ୨୦୦୦ ଟଙ୍କିଆ ନୋଟ୍‌ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେବେ ବୋଲି ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଏହି ପ୍ରସଙ୍ଗ ଉପରୁ ସରକାର...

ଡ୍ୟୁକର ନୂଆ ସମର ୨୦୧୯ କଲେକ୍ସନ

ଭୁବନେଶ୍ୱର,୨୬-୫ : ଡ୍ୟୁକ ଫ୍ୟାସନ୍ସ ଲିମିଟେଡ ପକ୍ଷରୁ ନୂଆ ସମର କଲେକ୍ସନ ୨୦୧୯ ଶୁଭାରମ୍ଭ ହୋଇଛି। ବିଭିନ୍ନ ଷ୍ଟାଇଲ ଏବଂ ରଙ୍ଗରେ ଏହି କଲେକ୍ସନଗୁଡିକ ବଜାରରେ...

୧୬ରେ ଡିବିୟୁର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୧୫।୧୦: ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୧୬ ଅକ୍ଟୋବର) ଦେଶର ୭୫ଟି ଜିଲାକୁ ୭୫ଟି ଡିଜିଟାଲ...

ୟୁକୋ ବ୍ୟାଙ୍କର ଋଣ ଜମା ଅନୁପାତ ବୃଦ୍ଧି

ଭୁବନେଶ୍ୱର,୧୮।୮: ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୋମା ଶଙ୍କର ପ୍ରସାଦ ନିକଟରେ ଭୁବନେଶ୍ୱର ଗସ୍ତରେ ଆସିଥିଲେ। ତାଙ୍କର ଗସ୍ତ ସମୟରେ...

ପିଏଫ୍‌ ସୁଧ ହାର ଘୋଷଣା କଲା ଇପିଏଫ୍‌ଓ

ନୂଆଦିଲ୍ଲୀ, ୩ା୬: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ୨୦୨୧-୨୨ ବର୍ଷ ପାଇଁ ଆଧିକାରିକ ଭାବେ ସୁଧ ହାର ଘୋଷଣା କରିଛି। ୨୦୨୧-୨୨ ବର୍ଷ ପାଇଁ ଏବେ...

ଆଂଶିକ ଲକ୍‌ଡାଉନ: ପ୍ରଭାବିତ ହେବ ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ ଦେଶ ମଧ୍ୟରେ କରୋନାର ଦ୍ୱିତୀୟ ଲହର ଆସିଛି। ସଂକ୍ରମଣ ମାମଲା ବଢିଚାଲିଛି। ପୁଣି ଥରେ ହୁଏତ ଲକଡାଉନ ହୋଇପାରେ ଅନେକେ ଆଶଙ୍କା କରୁଛନ୍ତି। ଦେଶ...

ଚାହିଦା ଫେରାଇ ଆଣିବା ଲାଗି ଅଭିଜିତଙ୍କ ମନ୍ତ୍ର

ନୂଆଦିଲ୍ଲୀ,୬।୫: ଚାହିଦା ଫେରାଇ ଆଣିବା ଲାଗି ଭାରତ ପର୍ଯ୍ୟାପ୍ତ ପରିମାଣର ଆର୍ଥତ୍କ ପ୍ୟାକେଜ ପ୍ରଦାନ କରୁ ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଛନ୍ତି।...

Advertisement
Archives

Model This Week