୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର,୫ା୫(ବ୍ୟୁରୋ): ରାଜଧାନୀରୁ ୨୦୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ସାଲିଆସାହିର ଆଦିବାସୀ ସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏହି ବ୍ରାଉନସୁଗାର ଜବତ ହୋଇଛି। ତେବେ ଏହି କାରବାରରେ ସଂପୃକ୍ତ କିଙ୍ଗ୍‌ପିନଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି।