ଅନ୍ତଃ ନଦୀ ଜଳାଶୟ ଯୋଜନା ପାଇଁ ୧୯,୯୪୧ କୋଟି ମଞ୍ଜୁର

ଭୁବନେଶ୍ୱର,୧୦।୧୦: ରାଜ୍ୟରେ ଜଳ ଚାହିଦା ପୂରଣ ଓ ଭୂପୃଷ୍ଠ ଜଳ ସଂରକ୍ଷଣ ପାଇଁ “ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ଯୋଜନା”ର ଅବଧି ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ବୃଦ୍ଧି କରି ୧୯,୯୪୧ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହି ଯୋଜନା ପୂର୍ବରୁ ୧୧,୭୦୦ କୋଟି ଟଙ୍କାରେ ଆରମ୍ଭ ହୋଇଥିଲା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୨୮ତମ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବ ମଧ୍ୟରେ ଏହି ଯୋଜନା ସମେତ ସପ୍ତଦଶ ଓଡ଼ିଶା ବିଧାନସଭାର ୪ର୍ଥ ଅଧିବେଶନର ସତ୍ରାବସାନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ଏହି ପ୍ରକଳ୍ପ ବର୍ଷସାରା ଜଳପ୍ରବାହ ସଂରକ୍ଷଣ, ଭୂତଳ ଜଳସ୍ତରର ଋତୁକାଳୀନ ପରିବର୍ତ୍ତନ ହ୍ରାସ, ପାନୀୟ ଓ ଘରୋଇ ଜଳ ଚାହିଦା, ମତ୍ସ୍ୟ ବିକାଶ, ପଶୁପାଳନ, ଜଳସେଚନ, ଶିଳ୍ପ ଓ ବିନୋଦନ ଆବଶ୍ୟକତା ପୂରଣ କରିବ। ଏହା ମଧ୍ୟମ ଆକାରର ବନ୍ୟା ତୀବ୍ରତା ହ୍ରାସ ଓ ବନ୍ୟା ନିୟନ୍ତ୍ରଣରେ ମଧ୍ୟ ସହାୟକ ହେବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily