ଗାଲେରୀ ମେଡିକାଲର ବିକାଶରେ ଖର୍ଚ୍ଚ ହେବ ୧୬ କୋଟି ଟଙ୍କା, ଶିଳାନ୍ୟାସ କରି ବିଧାୟକ କହିଲେ ଅଞ୍ଚଳର ଲୋକଙ୍କ ପାଇଁ…

ଭଞ୍ଜନଗର,୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅଧିନସ୍ଥ ଗାଲେରୀ ମେଡ଼ିକାଲର ବିକାଶ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବ। ତେଣୁ ରବିବାର ନୂତନ କୋଠାର ଶିଳାନ୍ୟାସ ଉତ୍ସବ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ କୋଠାର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଡବଲ ଇଞ୍ଜିନ ସରକାର ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ ଭିତ୍ତିଭୂମି କିଭଳି ସୁଦୃଢ଼ ହୋଇପାରିବ ସେଥିପାଇଁ ପଦକ୍ଷେପ ନେଇଛନ୍ତି। ଗାଲେରୀ ଏକ ଉପାନ୍ତ ଅଞ୍ଚଳ। ଏଠାକୁ କର୍ମଚାରୀମାନେ ବଦଳି ହୋଇ ଆସିବାକୁ ଭୟ କରୁଥିଲେ। କିନ୍ତୁ ଗାଲେରୀର ନକ୍ସା ବର୍ତ୍ତମାନ ଧିରେ ଧିରେ ବଦଳୁଛି। ଏହି ଉପାନ୍ତ ଅଞ୍ଚଳର ବିକାଶ ପାଇଁ ବର୍ତ୍ତମାନ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ମେଡିକାଲ ସମ୍ପ୍ରସାରଣ ପାଇଁ ୧୫ କୋଟି ୩୯ ଲକ୍ଷ ଟଙ୍କା ବ୍ୟୟ ହେବ। ଏଥିସହ ଅନ୍ୟାନ୍ୟ ଉନ୍ନତି ପାଇଁ ଅନେକ ଟଙ୍କା ଖର୍ଚ୍ଚ ହେବ। ମେଡିକାଲ କାର୍ଯ୍ୟ ୧୮ ମାସରେ ସରିବ। ଏହାପରେ ଅଞ୍ଚଳବାସୀ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇପାରିବେ ବୋଲି ବିଧାୟକ ନାୟକ କହିଥିଲେ। ଭଞ୍ଜନଗର ନିର୍ବାଚନମଣ୍ଡଳୀର ୧୧ଟି ମେଡିକାଲର ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି।

୧୯୮୦ରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ସୋମନାଥ ରଥ ଏହି ମେଡିକାଲ ନିର୍ମାଣ କରିଥିଲେ। ଏହାପରେ ବିଗତ ଦିନର ନେତା ଏହି ମେଡିକାଲର ଉନ୍ନତି ପାଇଁ ପଦକ୍ଷେପ ନେଇ ନ ଥିଲେ। ବର୍ତ୍ତମାନ ମେଡିକାଲର ଆଧୁନିକୀକରଣ କରିବା ପାଇଁ ପଦକ୍ଷେପ ନେଇଛି ବୋଲି ବିଧାୟକ କହିଥିଲେ। ଶିକ୍ଷା, ସାସ୍ଥ୍ୟ, ଗମନାଗମନର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି। ଗୁଣ୍ଡିରିବାଡି, ମୁଦୁଲିପଲ୍ଲୀ ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନାହିଁ। ଆଗାମୀ ଦିନରେ ସେଠାର ନୂତନ ହାଇ ସ୍କୁଲ ନିର୍ମାଣ ହେବ। ଘୁମୁସର ଇତିହାସକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ
ପଦକ୍ଷେପ ନିଆଯାଇଛି। ଯେଉଁମାନଙ୍କର ପକ୍କା ଘର ନାହିଁ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ପୂର୍ତ୍ତ ବିଭାଗ ଅଧିକ୍ଷଣ ସତ୍ୟ ରଞ୍ଜନ ପରିଡ଼ା, ଭଞ୍ଜନଗର ମେଡିକାଲ ଅଧୀକ୍ଷକ ଡ. ଶୀତାଂଶୁ ଶେଖର ଶତପଥୀ, ଗାଲେରୀ ମେଡିକାଲ ଅଫିସର୍‌ ଡ ଭଗବାନ ସାହୁ, ନିର୍ବାହୀଯନ୍ତ୍ରୀ  ପ୍ରତାପ ଚନ୍ଦ୍ର ନାୟକ, ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡ଼ି, ଜିଲ୍ଲାପରିଷଦ ଏମ୍‌ପି ପ୍ରତିନିଧି ଶିବଶଙ୍କର ପ୍ରଧାନ, ରବୀନ୍ଦ୍ର ଗୌଡ଼, ସରପଞ୍ଚ ସୁମିତ୍ରା ଗୌଡ଼, ସମିତିସଭ୍ୟା ମାମାଜିନି ଗୌଡ଼, ରବୀନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ , ହାଇକୋର୍ଟ ଆଇନଜୀବୀ ନିରଞ୍ଜନ ସ୍ବାଇଁ , ସୁବାସ ବରାଡ଼, ମନୋଜ ପ୍ରଧାନ , ମନୋଜ ପଣ୍ଡା, ଧବଳେଶ୍ବର ମାଝୀ, ଧୋବା ଗୌଡ଼, ଗୋଲା, ମାନସ ଜେନା , ଟୁନା ବେହେରା, ସୁବାସ ପ୍ରଧାନ, ସୁନୀଲ ନାୟକ, ଶ୍ରୀନିବାସ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଏମ୍‌ପି ପ୍ରତିନିଧି ରବୀନ୍ଦ୍ର ଗୌଡ଼ ସଭାକୁ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri