ରୟାଲ ଏନ୍‌ଫିଲ୍ଡର ନୂତନ ଅଭିଯାନ

ନୂଆଦିଲ୍ଲୀ,୨୦।୮: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ତଥା ରୟାଲ ଏନ୍‌ଫିଲ୍ଡର ନୂତନ ଅଭିଯାନ ‘ରିଜିଓନାଲ ଟିଶାର୍ଟ କଲେକ୍ସନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ନୂତନ ଆଞ୍ଚଳିକ/ରିଜିଓନାଲ ଟିସାର୍ଟ କଲେକ୍ସନକୁ ମଧ୍ୟ ସର୍ବଭାରତୀୟସ୍ତରରେ ଉନ୍ମୋଚନ (ଅନାବରଣ) କରାଯାଇଛି। ଅପରପକ୍ଷରେ ମୋଟରସାଇକ୍ଲିଙ୍ଗ୍‌ ପାଇଁ ବିବିଧତା ଓ ମିଳିତ ଆଗ୍ରହର ଏକ ସେଲିବ୍ରେଶନ ଜରିଆରେ ରୟାଲ ଏନ୍‌ଫିଲ୍ଡ ୧୬ଟି ଏକ୍ସକ୍ଲୁସିଭ ଡିଜାଇନ ଉପସ୍ଥାପନ କରିଛି, ପ୍ରତ୍ୟେକ ଡିଜାଇନ ସ୍ବତନ୍ତ୍ର ଐତିହ୍ୟ, ସଂସ୍କୃତି ଓ ଭିନ୍ନ ଭିନ୍ନ ଭାରତୀୟ ରାଜ୍ୟର ଉତ୍ସାହକୁ ଉତ୍ସର୍ଗ କରିଛି (ଶ୍ରଦ୍ଧାଞ୍ଜଳି ଜଣାଉଛି)। ପ୍ରତ୍ୟେକ ଡିଜାଇନ ସମ୍ପୃକ୍ତ ଅଞ୍ଚଳର ମହତ୍ତ୍ୱକୁ ଧାରଣ ସହ ନିଜର ମୂଳତ୍ୱକୁ ନେଇ ଗର୍ବ କରୁଥିବା ରାଇଡରମାନଙ୍କ ସହ ପ୍ରତିଧ୍ୱନିତ୍ୱ କରୁଛି। ସେହିଭଳି ଓଡିଶାର ରାଇଡରମାନେ ‘ବୁଲେଟ୍‌ ଟା କ’ଣ ହେଇଚି ମ’ ଟିସାର୍ଟ ସହିତ ନିଜର ଆଇକନିକ ମୋଟରସାଇକେଲ ପାଇଁ ନିଜର ସ୍ଥାନୀୟ ଗର୍ବ ଓ ଭଲ ପାଇବାକୁ ପ୍ରଦର୍ଶିତ କରିପାରିବେ। ଏପରିକି ଅତ୍ୟନ୍ତ ଯତ୍ନର ସହ ନିର୍ମିତ ଏହି ରାଜ୍ୟ ଅନୁପ୍ରାଣିତ ଟି-ଶାର୍ଟଗୁଡିକ ସ୍ଥାନୀୟ ଗର୍ବ ଓ ଗୌରବକୁ ଧାରଣ କରିଛି, ବିଶାଳ ସ୍ମାରକୀଠାରୁ ଆରମ୍ଭ କରି ଲୋକପ୍ରିୟ ଲ୍ୟାଣ୍ଡମାର୍କଗୁଡିକ ପର୍ଯ୍ୟନ୍ତ, ପ୍ରତ୍ୟେକ ଡିଜାଇନରେ ସୁନ୍ଦର ଭାବେ ବୁଣାଯାଇଥିବା ଆଇକନିକ ବୁଲେଟ୍‌-କ୍ଲାସିକ୍‌ର ତ୍ରୁଟିହୀନ ସିଲ୍‌ହୌଟେ ସହିତ ପ୍ରତ୍ୟେକ ଟିଶାର୍ଟ ନିଜ ଅଞ୍ଚଳର ଅନନ୍ୟ ଆକର୍ଷଣକୁ ହାଇଲାଇଟ୍‌ କରୁଛି। ସେହିପରି ଏହି ଟି-ଶାର୍ଟ କେବଳ କ୍ଲୋଥିଙ୍ଗ୍‌ଠାରୁ ଆଗକୁ ବଢିଛି, ଏହା ରାଜ୍ୟର ସ୍ବତନ୍ତ୍ର ଉତ୍ସାହ ଓ ଏହାର ଲୋକପ୍ରିୟ ଭାଷା ଏବଂ ଚାଳକଙ୍କ ବିଶ୍ୱସନୀୟ ରୟାଲ ଏନ୍‌ଫିଲ୍ଡର ଏକ ସେଲିବ୍ରେଶନ ପାଲଟିଛି, ମାତ୍ର ୯୯୦ ଟଙ୍କା ମୂଲ୍ୟର ଏହି ଟି-ଶାର୍ଟଗୁଡିକୁ ୧୦୦% ବିସିଆଇ କଟନରେ ଡିଜାଇନ କରାଯାଇଛି, ଯାହା ଆରାମ ଓ ଷ୍ଟାଇଲର ପ୍ରତିଶ୍ରୁତି ଦେଉଛି। ଏଗୁଡିକ ବାଧାହୀନ ଭାବେ ଖୋଲା ସଡକରୁ ପ୍ରତିଦିନର ଆଡ୍‌ଭେଞ୍ଚରକୁ ସ୍ଥାନାନ୍ତରିତ ହୋଇଥାଏ, ଯାହା ଏଗୁଡିକୁ ଯେ କୌଣସି ଚାଳକଙ୍କ ୱାର୍ଡରୋବ ପାଇଁ ଏକ ନିଶ୍ଚିତ ପୋଷାକରେ ପରିଣତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?