ରୟାଲ ଏନ୍‌ଫିଲ୍ଡର ଅଲ୍‌ ନ୍ୟୁ ହିମାଳୟାନ ଉନ୍ମୋଚିତ: ଆକର୍ଷଣୀୟ ଡିଜାଇନିଂ ସହ ରହିଛି…

ନୂଆଦିଲ୍ଲୀ,୧।୧୨: ରୟାଲ ଏନ୍‌ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ହିମାଳୟାନ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ଅଧିକ ପାୱାର ଓ ଟର୍କ ସହିତ ଉକ୍ତ ମଡେଲ ରୟାଲ ଏନ୍‌ଫିଲ୍ଡର ପ୍ରଥମ ଲିକ୍ୱିଡ-କୁଲ୍‌ଡ ଇଞ୍ଜିନ୍‌ ନୂଆ ୪୫୨ସିସି ସେର୍‌ପା ଇଞ୍ଜିନ୍‌ ସହିତ ଚମତ୍କାର କମ୍‌-ଆର୍‌ପିଏମ୍‌ ପ୍ରଦର୍ଶନ ପ୍ରଦାନ କରୁଛି। ବିଶେଷକରି ଏକ ନୂଆ ୬-ସ୍ପିଡ୍‌ ଗିଅରବକ୍ସ ଓ ଏକ ରାଇଡ୍‌-ବାଏ-ୱାୟାର ଫିଚର ସହିତ ଉନ୍ନତ ପାୱାର, ଆହ୍ବାନପୂର୍ଣ୍ଣ ଭୂଭାଗଗୁଡିକରେ ପାୱାର ଓ ଟେରେନ୍‌ର ଉନ୍ନତ ଡେଲିଭରି ଏହା ପ୍ରଦାନ କରିଥାଏ। ସେହିଭଳି ନୂଆ ହିମାଳୟାନ୍‌ର ସମସ୍ତ ମଡେଲରେ ନୂଆ ଟ୍ରିପର୍‌ଡ୍ୟାଶ ଓ ୩୦ରୁ ଅଧିକ ଉତ୍ସାହଜନକ ନୂଆ ଜେନୁଇନ୍‌ ମୋଟରସାଇକେଲ ଆକ୍‌ସେସରି ସହ ଉକ୍ତ ମଡେଲ ବଜାରକୁ ଆସୁଛି। ସେହିପରି ଅଲ୍‌ ନ୍ୟୁ ହିମାଳୟାନ୍‌କୁ ୩ଟି ସ୍ବତନ୍ତ୍ର ଭାରିଆଣ୍ଟ ଯଥା ବେସ୍‌, ପାସ୍‌ ଓ ସମିଟ୍‌ ଆଦିରେ ଉପଲବ୍ଧ ହେଉଥିବାବେଳେ ଉକ୍ତ ମଡେଲ ୫ଟି ସ୍ବତନ୍ତ୍ର କଲର ଯଥା କାଜା ବ୍ରାଉନ୍‌ (ବେସ୍‌ ଭାରିଆଣ୍ଟ), ପପି ବ୍ଲୁ ଓ ହିମାଳୟାନ୍‌ ସଲ୍ଟ ଅନ୍ତର୍ଭୁକ୍ତ ଥିବା ସ୍ଲେଟ୍‌ ସିରିଜ୍‌ (ପାସ୍‌ ଭାରିଆଣ୍ଟ) ଏବଂ ହାନ୍‌ଲେ ବ୍ଲାକ୍‌ ଓ କାମେଟ୍‌ ହ୍ବାଇଟ୍‌ (ସମିଟ୍‌-ଟପ୍‌ ଭାରିଆଣ୍ଟ) ରଙ୍ଗରେ ଉକ୍ତ ମଡେଲଗୁଡିକୁ ଆକର୍ଷଣୀୟ ଡିଜାଇନିଂ କରାଯାଇଛି।ଏସିଆ-ପାସିଫିକ୍‌ ରିଜିଅନ୍‌ ଓ ଆମେରିକାର ଗ୍ରାହକମାନେ ଖୁବ୍‌ଶୀଘ୍ର ହିମାଳୟାନ୍‌ର ଆଡ୍‌ଭେଞ୍ଜର-ରେଡି ପ୍ରବୃତ୍ତିଗୁଡିକୁ ଅନୁଭବ କରିପାରିବେ, ଯାହା ଅନ୍ତର୍ଜାତୀୟ ରାଇଡରଙ୍କ ପ୍ରତି ରୟାଲ ଏନ୍‌ଫିଲ୍ଡର ପ୍ରତିବଦ୍ଧତାକୁ ସୁଦୃଢ କରୁଛି।

ଏ ସମ୍ପର୍କରେ ରୟାଲ ଏନ୍‌ଫିଲ୍ଡର ସିଇଓ ବି.ଗୋବିନ୍ଦରାଜନ କହିଛନ୍ତି, ଆମେ ନୂଆ ହିମାଳୟାନ୍‌କୁ ଉନ୍ମୋଚନକରି ବେଶ୍‌ ଉତ୍ସାହିତ ଅଛୁ। ଆମେ ନିକଟରେ ଗ୍ଲୋବ୍‌ଟ୍ରୋଟର୍‌, ଏକ୍ସପ୍ଲୋରର ଓ ଆଥ୍‌ଲେଟ୍‌ମାନଙ୍କ ସହ ନିୟୋଜିତ ହୋଇଛୁ। ଏଭଳି ତଥ୍ୟ ଏବଂ ହିମାଳୟରେ ଆମର ନିଜସ୍ବ ଯାତ୍ରା ଦ୍ୱାରା ଅନୁପ୍ରାଣିତ ହୋଇ ଆମେ ଏହାର ଡିଏନ୍‌ଏର ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡିକୁ ବଜାୟ ରଖିଛୁ ଏବଂ ନୂଆ ଓ ବିକଶିତ ହିମାଳୟାନ୍‌ରେ ପରିବର୍ତ୍ତନ ପାଇଁ ବିଭିନ୍ନ କ୍ଷେତ୍ର ଉପରେ କାର୍ଯ୍ୟ କରିଛୁ, ଯାହା ହିମାଳୟ ପାଇଁ ନିର୍ଦ୍ଦିଷ୍ଟ ରୂପେ ଉଦ୍ଦେଶ୍ୟ-ନିର୍ମିତ ବୋଲି ସେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି। ରୟାଲ ଏନ୍‌ଫିଲ୍ଡ ପକ୍ଷରୁ ବ୍ରାଣ୍ଡ୍‌ର ସବୁଠାରୁ ବଡ ମୋଟରସାଇକ୍ଲିଙ୍ଗ୍‌ ଫେଷ୍ଟିଭାଲ ମୋଟୋଭର୍ସ-୨୦୨୩ରେ ଏହାର ଆଡ୍‌ଭେଞ୍ଚର୍‌ ଟୁଅରର୍‌ ଅଲ୍‌-ନ୍ୟୁ ହିମାଳୟାନ୍‌ର ଉନ୍ମୋଚନ କରାଯାଇଛି,ଯାହାକୁ ସମସ୍ତ ପ୍ରକାର ରାସ୍ତା ପାଇଁ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ: ଉତ୍ତେଜିତ ହୋଇ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ସୀମାଞ୍ଚଳ ମହାପାତ୍ର(୨୪) ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।ବୁଧବାର ସକାଳେ ଡ୍ରେନରେ…

ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri