ରାଉରକେଲା NIT’ର କୃତିତ୍ୱ: ଲ୍ୟାଣ୍ଡ୍‌ ମ୍ୟାପିଂ ପାଇଁ ସ୍ବୟଂଚାଳିତ ଡ୍ରୋନ୍‌

ରାଉରକେଲା, ୨୧।୧୧(ସଙ୍ଗୀତା ଜେନା): ରାଉରକେଲାର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଭାରତର ପ୍ରଥମ ସ୍ବୟଂଚାଳିତ ଡ୍ରୋନ ସିଷ୍ଟମ ବିକଶିତ କରାଯାଇଛି, ଯାହା ନିର୍ଭୂଲ ଭାବେ ଲ୍ୟାଣ୍ଡ୍‌ ମ୍ୟାପିଂ (ଭୂମାନଚିତ୍ର) କରିପାରିବ। ଏହାର ପେଟେଣ୍ଟ କରାଯାଇପାରିଛି। ଏହା ପାରମ୍ପରିକ ମଡେଲଠାରୁ ଭିନ୍ନ ଏବଂ ରିଅଲ୍‌ ଟାଇମ୍‌ ଭୂମି ବୈଶିଷ୍ଟ୍ୟଗୁଡ଼ିକ ଚିହ୍ନଟ କରିବା ପାଇଁ ସକ୍ଷମ କରାଇଥାଏ। ଯଥା ଚାଷଜମି, ଜଙ୍ଗଲ, ଉଦ୍ଭିଦ ଓ ସହରାଞ୍ଚଳ ଇତ୍ୟାଦି ଚିହ୍ନଟ କରିଥାଏ।

ସହରୀ ଯୋଜନା, ବିପର୍ଯ୍ୟସ୍ତ ପରିଚାଳନା, ପ୍ରାକୃତିକ ସମ୍ବଳ ପରିଚାଳନା ଏବଂ କୃଷି ଭୂମି ସର୍ଭେ ଉଦ୍ଦେଶ୍ୟରେ ରିଅଲ୍‌ ଟାଇମ୍‌ ମ୍ୟାପିଂ ବ୍ୟବସ୍ଥାରେ ଏହା ବ୍ୟବହାର କରାଯାଇପାରିବ। ଏହି ବିକଶିତ ଡ୍ରୋନ୍‌ ସିଷ୍ଟମ ଇଣ୍ଟରନେଟ୍‌ ସଂଯୋଗ, ବାହ୍ୟ କମ୍ପ୍ୟୁଟର କିମ୍ବା ମାନୁଆଲ୍‌ ହସ୍ତକ୍ଷେପ ବିନା ସ୍ବୟଂଚାଳିତ ଭାବରେ ଭୂମି ମାନଚିତ୍ର ସୃ୍‌ଷ୍ଟି କରିବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଏବଂ ମାନବବିହୀନ ବାୟୁଯାନ ବା ଅନ୍‌ମ୍ୟାନଡ୍‌ ଏରିଏଲ୍‌ ଭେଇକିଲ୍‌(ୟୁଭି) ବା ଡ୍ରୋନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥାଏ।
ଏନ୍‌ଆଇଟି କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ସହଯୋଗୀ ପ୍ରାଧ୍ୟାପକ ପ୍ରଫେସର ସମ୍ବିତ ବକ୍ସିଙ୍କ ନେତୃତ୍ୱରେ ରିସର୍ଚ୍ଚ ଗ୍ରାଜୁଏଟ୍‌ ଡ. ତନ୍ମୟ କୁମାର ବେହେରା, ଡ. ଦେବବ୍ରତ ପାଲ୍‌ ଚୌଧୁରୀ ଏବଂ ରିସର୍ଚ୍ଚ ସ୍କଲାର୍‌ କାମେଲିଆ ରାୟ ପ୍ରମୁଖ ଏହାକୁ ବିକଶିତ କରିଛନ୍ତି। ଭାରତରେ ଭୂମି ମାନଚିତ୍ର ମାନୁଆଲ୍‌ ସର୍ଭେ ଉପରେ ବହୁତ ନିର୍ଭର କରିଥାଏ।

ପ୍ରାତଃ ଆନୁମାନିକ ମାନଚିତ୍ର ପ୍ରସ୍ତୁତ କରିବାରେ ସପ୍ତାହ ବା ମାସରୁ ଊର୍ଦ୍ଧ୍ୱ ସମୟ ଲାଗିଥାଏ। ସାମ୍ପ୍ରତିକ ସମୟରେ ଦୂରବର୍ତ୍ତୀ ଭୂଖଣ୍ଡର ଚିତ୍ର ପାଇଁ ଡ୍ରୋନଗୁଡ଼ିକୁ ଗ୍ରହଣ କରାଯାଇଛି। ଏକ ପଠନୀୟ ମାନଚିତ୍ର ପାଇଁ କ୍ୟାପଚର ହୋଇଥିବା ଭୂଚିତ୍ରଗୁଡ଼ିକର ଲ୍ୟାବ୍‌ ପ୍ରକ୍ରିୟାକରଣ ଭାବେ ବ୍ୟୟବହୁଳ ୱାର୍କଷ୍ଟେଶନରେ ଏବେ ବି ଏକ ସମୟସାପେକ୍ଷ ପ୍ରକ୍ରିୟା। ସାରାବିଶ୍ୱରେ ଡିପ୍‌ ଲର୍ନିଂ ବା ଗଭୀର ଅଧ୍ୟୟନ ମଡେଲଗୁଡ଼ିକ ବିକଶିତ ହେଉଛି। କିନ୍ତୁ ଅନେକ ସମୟରେ ଗହଳି ଯଥା ଭିଡ଼ ଟ୍ରାଫିକ ଯୋଗୁ ମଡେଲଗୁଡ଼ିକ ରିଅଲ୍‌ ଟାଇମ୍‌ ମ୍ୟାପିଂ କରିବାରେ ଅସମର୍ଥ ବା ଅସ୍ଥିର ମାନଚିତ୍ର ସୃଷ୍ଟି କରିଥାନ୍ତି।

ଏହି ସୀମାବଦ୍ଧତାକୁ ଦୂର କରିବା ପାଇଁ ରାଉରକେଲା ଏନ୍‌ଆଇଟି ଗବେଷକ ଦଳ ଏକ ଡିପ୍‌ ଲର୍ନିଂ ମଡେଲ ବିକଶିତ କରିଛନ୍ତି, ଯାହା ଡ୍ରୋନକୁ ରିଅଲ୍‌ ଟାଇମ୍‌ରେ ଭୂମି ବୈଶିଷ୍ଟ୍ୟକୁ ଚିହ୍ନଟ କରିଥାଏ। ପାରମ୍ପରିକ ଡ୍ରୋନଗୁଡ଼ିକ କେବଳ ପରବର୍ତ୍ତୀ ବିଶ୍ଳେଷଣ ପାଇଁ ଚିତ୍ର ସଂଗ୍ରହ କରେ। ଭୂମାନଚିତ୍ର ସମସ୍ତ ପ୍ରକ୍ରିୟାକରଣ ସ୍ବୟଂ ଏକକାଳୀନ କରିଥାଏ। ଏହି ପ୍ରକ୍ରିୟା ଯୋଗାଯୋଗ ଅଭାବ, ନେଟ୍‌ୱାର୍କ ନ ଥିବା ଅଞ୍ଚଳରେ କାର୍ଯ୍ୟକାରୀ ହୋଇଥାଏ। ଉକ୍ତ ମଡେଲ ଦ୍ୱାରା ସରକାରୀ ଏଜେନ୍ସିଗୁଡ଼ିକ କମ୍‌ ବ୍ୟୟରେ ଭୂମି ରେକର୍ଡ ଆଧୁନିକୀକରଣ, ସହରାଞ୍ଚଳ ଯୋଜନା ଓ ସ୍ମାର୍ଟସିଟି ବିକାଶରେ ପ୍ରୟୋଗ, କୃଷି ବିଭାଗରେ ଫସଲ ଅବସ୍ଥା, ମୃତ୍ତିକା ସ୍ବାସ୍ଥ୍ୟ ଓ ଜଳସେଚନ ଆବଶ୍ୟକତାକୁ ତୁରନ୍ତ ମୂଲ୍ୟାଙ୍କନ କରିପାରିବ।

ସେହିପରି ବନ୍ୟା, ଭୂସ୍ଖଳନ, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ବ୍ୟବସ୍ଥା ତୁରନ୍ତ ଭୂଖଣ୍ଡର ସୂଚନା ପ୍ରଦାନ କରିପାରିବ। ଅନୁରୂପ ଭାବେ ପରିବେଶ ଓ ଜଙ୍ଗଲ ବିଭାଗ ଏହାକୁ ଜଙ୍ଗଲ କ୍ଷୟ ଜବରଦଖଲ ଏବଂ ଜୈବ ବିବିଧତା ପରିବର୍ତ୍ତନ ନିରୀକ୍ଷଣ କରିବା ପାଇଁ ବ୍ୟବହାର କରିପାରିବ। ଏହି ମଡେଲକୁ ନେଇ ଏନ୍‌ଆଇଟି ରାଉରକେଲା ଏବଂ ଆଇଆଇଟି ପାଟନା ବିଶ୍ଳେଷଣ ଆଇ-ହବ୍‌ ଫାଉଣ୍ଡେଶନ(ଟିଆଇଏଚ୍‌ ଆଇଆଇଟି ପାଟନା)କୁ ମିଳିତ ଭାବରେ ଏକ ଭାରତୀୟ ପେଟେଣ୍ଟ ପ୍ରଦାନ କରାଯାଇଛି। କାରଣ ଟିଆଇଏଚ୍‌ ଆଇଆଇଟି ପାଟନା ଭାରତ ସରକାରଙ୍କ ଡିଏସ୍‌ଟିର ନ୍ୟାଶନାଲ୍‌ ମିଶନ୍‌ ଅନ୍‌ ଇଣ୍ଟରଡିସିପ୍ଲିନାରୀ ସାଇବର ଫିଜିକାଲ ସିଷ୍ଟମ(ଏନ୍‌ଏମ୍‌-ଆଇସିପିଏସ୍‌) ମାଧ୍ୟମରେ ଏହି ଗବେଷଣାକୁ ପ୍ରୋତ୍ସାହନ ଦେଇଛି।

ଏ ସମ୍ପର୍କରେ ଅଧିକ ଆଲୋକପାତ କରି ଗବେଷକ ପ୍ରଫେସର ବକ୍ସି କହିଛନ୍ତି, ୨.୪୧ ନିୟୁତ ପାରାମିଟର ସହିତ ଏକ ହାଲୁକା ଏଆଇ ମଡେଲ ବ୍ୟବହାର କରାଯାଇଛି। ଯାହାଦ୍ୱାରା ଲମ୍ବା ଉଡାଣ ସମୟ ପାଇଁ ହାଲୁକା ଡିଜାଇନ ହୋଇଥିବା ଡ୍ରୋନ୍‌ । ଏହା ଯଥେଷ୍ଟ କ୍ଷୁଦ୍ର ପ୍ରୋସେସର ବହନ କରି ଠିକ୍‌ ମାନଚିତ୍ର ପ୍ରସ୍ତୁତ କରିଥାଏ ବୋଲି ପ୍ରଫେସର ବକ୍ସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri