ଏଚ୍‌ସିଏଲ୍‌ ସାମ୍ରାଜ୍ୟ ସମ୍ଭାଳିବେ ରୋଶନୀ ନାଦାର ମାଲହୋତ୍ରା

ନୂଆଦିଲ୍ଲୀ,୧୭।୭: ଦେଶର ପ୍ରମୁଖ ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ନୂଆ ଅଧ୍ୟକ୍ଷ ଭାବେ ରୋଶନୀ ନାଦାର ମାଲହୋତ୍ରା ଅବସ୍ଥାପିତ ହୋଇଛନ୍ତି। ଭାରତର ସବୁଠାରୁ ଧନୀଶାଳୀ ମହିଳା ଭାବେ ବିବେଚିତ ୩୮ ବର୍ଷୀୟ ରୋଶନୀ ତାଙ୍କ ବାପା ଶିବ ନାଦାରଙ୍କ ପରେ କମ୍ପାନୀର ଅଧ୍ୟକ୍ଷ ଭାର ସମ୍ଭାଳିବେ। ଶିବ ନାଦାର ଏହି ପଦବୀରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ରୋଶନୀ ବର୍ତ୍ତମାନ ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ନୂଆ ପଦବୀରେ ନିଯୁକ୍ତ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ରେଗୁଲେଟୋରି ଫାଇଲିଂରେ ସୂଚନା ଦିଆଯାଇଛି। ଶିବ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ଷ୍ଟ୍ରାଟେଜି ଅଧିକାରୀ ପଦବୀରେ ରହିବେ।
ନୂଆଦିଲ୍ଲୀରେ ଜନ୍ମିତ ରୋଶନୀ ବସନ୍ତ ଭ୍ୟାଲି ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଆମେରିକାର ଇଲିନଏସ୍‌ ସ୍ଥିତ ନର୍ଥ ଓ୍ବେଷ୍ଟର୍ନ ୟୁନିଭର୍ସିଟିରୁ ମିଡିଆ ଷ୍ଟଡିଜ୍‌ରେ ସ୍ନାତକ ଡିଗ୍ରୀ, ନର୍ଥ ଇଷ୍ଟନ ୟୁନିଭର୍ସିଟି କେଲଗ୍‌ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟରୁ ବିଜ୍‌ନେସ ଆଡ୍‌ମିନିଷ୍ଟ୍ରେଶନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ସିଏନ୍‌ବିସି ଚ୍ୟାନେଲରେ ଇଣ୍ଟର୍ନ ସହ ଓ୍ବାର୍ଲଡ ଇକୋନୋମିକ ଫୋରମ୍‌ର ‘ଫୋରମ ଅଫ୍‌ ୟଙ୍ଗ୍‌ ଗ୍ଲୋବାଲ ଲିଡର୍ସ’ର ଛାତ୍ରୀ ଥିଲେ। ଗ୍ରାଜୁଏଶନ ପରେ ସ୍କାଏ ନ୍ୟୁଜର ଲଣ୍ଡନ ଅଫିସରେ ମଧ୍ୟ ସେ କିଛି ସମୟ କାର୍ଯ୍ୟ କରିଛନ୍ତି। ତାଙ୍କ ବାପାଙ୍କ ପରାମର୍ଶକ୍ରମେ ସେଠାରୁ ଚାକିରି ଛାଡି ୨୦୦୮ରେ ରୋଶନୀ ଭାରତ ଫେରି ଆସିଥିଲେ। ଏହା ପରେ ଏଚ୍‌ସିଏଲ୍‌ରେ ତାଙ୍କର ଯାତ୍ରା ଆରମ୍ଭ ହେଲା। ରୋଶନୀ ଶିଖର ମାଲହୋତ୍ରାଙ୍କୁ ବିବାହ କରିଛନ୍ତି। ତାଙ୍କର ଏକ ପୁଅ ଥିବା ବେଳେ ସ୍ବାମୀ ଶିଖର ଶିବ ନାଦାର ଫାଉଣ୍ଡେଶନ କାର୍ଯ୍ୟରେ ତାଙ୍କ ସହାୟତା କରୁଛନ୍ତି। ଫୋର୍ବସ ପକ୍ଷରୁ ୨୦୧୯ରେ ପ୍ରକାଶିତ ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ରୋଶନୀ ସାମିଲ ଥିଲେ। ଏହାବାଦ ଆଇଆଇଏଫ୍‌ଏଲ୍‌ ‘ଓ୍ବେଲ୍‌ଥ ହୁରୁନ ଇଣ୍ଡିଆ’ ତାଲିକାରେ ୩୬,୮୦୦ କୋଟି ଟଙ୍କାର ସମ୍ପତ୍ତି ସହ ସେ ଦେଶର ସବୁଠାରୁ ଧନୀଶାଳୀ ମହିଳା ବିବେଚିତ ହୋଇଛନ୍ତି। ସେ ଶିବ ନାଦାରଙ୍କର ଏକ ମାତ୍ର ସନ୍ତାନ ହୋଇଥିବା ବେଳେ ଏଚ୍‌ସିଏଲ୍‌ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ୨୮ ବର୍ଷରେ ସେ ଏହି କମ୍ପାନୀରେ ସିଇଓ ହୋଇଥିଲେ। ଏହାବାଦ ଶିବ ନାଦାର ଫାଉଣ୍ଡେଶନର ଶିକ୍ଷା ବିକାଶ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ରହିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ସଂରକ୍ଷଣରେ ତାଙ୍କର ରୁଚି ରହିଛି। ଏଥିଲାଗି ସେ ୨୦୧୮ରେ ହାବିଟାଟ୍‌ ଟ୍ରଷ୍ଟ ମଧ୍ୟ ଗଠନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆ ପହଞ୍ଚି ନାହିଁ, ହେଲେ ମ୍ୟାଚ୍‌ର ୨ ଦିନ ପୂର୍ବରୁ ଏମିତି କଲା ପାକିସ୍ତାନ  

କଲମ୍ବୋ,୧୩।୨: କ୍ରିକେଟର ଆଉ ଏକ ମହାଲଢ଼େଇ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଆସନ୍ତା ରବିବାର, ୧୫ ଫେବୃଆରୀରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ…

ଫେବୃଆରୀ ୧୦ରେ ଘରକୁ ଆସିବାକୁ କାଟିଥିଲେ ଟିକେଟ: ଗାଁରେ ମୃତଦେହ

ଆଳି,୧୩ା୨(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା କଣ୍ଟିପୁର ଗ୍ରାମର ମାନସ ସାହୁଙ୍କ ପୁଅ ଅନନ୍ତ(୩୭)ଦୁବାଇରେ ପାଣି ପାଇପ ମିସ୍ତ୍ରି କାମ କରୁଥିବା ବେଳେ ଫେବୃଆରୀ…

ଯଦି ସେ ଶଙ୍କରାଚାର୍ଯ୍ୟ ଥିଲେ ତେବେ ଆପଣ କାହିଁକି ଲାଠିଚାର୍ଜ କରିଥିଲେ? ସମାଜବାଦୀ ପାର୍ଟି ଉପରେ ବର୍ଷିଲେ ଯୋଗୀ…

ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶ ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି (SP) କୁ କଡ଼ା ସମାଲୋଚନା କରିଛନ୍ତି। ମାଘ ମେଳାରେ ଘଟିଥିବା ଘଟଣାକୁ ନେଇ ସେ…

ସାଇବର ଅପରାଧରୁ କିପରି ଦୂରେଇ ରହିବେ

କେସିଙ୍ଗା,୧୩।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବାଳସି ଗ୍ରାମସ୍ଥିତ ଜାହାର ଉଚ୍ଚ ବିଦ୍ୟାପୀଠଠାରେ ଶ୍ରୀ କମ୍ପ୍ୟୁଟର୍‌ ଏଜୁକେଶନ (ଶ୍ରୀ ରାମ ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର୍‌…

ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ, ପୁଣି ଦଳକୁ ବାହୁଡିଲେ  ପୂର୍ବରୁ ବିଷମକଟକ ବ୍ଲକରେ…

ରାୟଗଡ଼ା,୧୩।୨(ରଞ୍ଜନ ପଣ୍ଡା): ନୂତନ ଗଠିତ ଜିଲା ବିଜେଡି କମିଟିରେ ଉପସଭାପତି ପଦ ପାଇଥିବା କାଶୀପୁର ବ୍ଲକ ବରିଷ୍ଠ ବିଜେଡି ନେତା ଗଣେଶ ସାଉଁତା ବୁଧବାର ନିଜ ପଦବୀରୁ…

ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ।…

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଲେଙ୍କାଙ୍କ ବିୟୋଗରେ ଶୋକ

ଦିଗପହଣ୍ଡି, ୧୩।୨(ଅଶେଷ ନାଥ ମିଶ୍ର): ପୂର୍ବତନ କେନ୍ଦ୍ର କୃଷି ଏବଂ ରେଳ ବିଭାଗ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ଦିଗପହଣ୍ଡି କଂଗ୍ରେସ ଦଳ ପକ୍ଷରୁ ଗଭୀର…

ମୋବାଇଲ ସିଡିଆର ପକେଇଲା ଧରା: ଫେରାର ଅଭିଯୁକ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା କଡ଼ରେ ଥିବା ଗଣେଶ ରାଇସ୍‌ ମିଲ ନିକଟରୁ ମୁମ୍ବାଇ ସମତାନଗର ଥାନା ପୋଲିସ ଜଣେ ଫେରାର ଅଭିଯୁକ୍ତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri