ଏଚ୍‌ସିଏଲ୍‌ ସାମ୍ରାଜ୍ୟ ସମ୍ଭାଳିବେ ରୋଶନୀ ନାଦାର ମାଲହୋତ୍ରା

ନୂଆଦିଲ୍ଲୀ,୧୭।୭: ଦେଶର ପ୍ରମୁଖ ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ନୂଆ ଅଧ୍ୟକ୍ଷ ଭାବେ ରୋଶନୀ ନାଦାର ମାଲହୋତ୍ରା ଅବସ୍ଥାପିତ ହୋଇଛନ୍ତି। ଭାରତର ସବୁଠାରୁ ଧନୀଶାଳୀ ମହିଳା ଭାବେ ବିବେଚିତ ୩୮ ବର୍ଷୀୟ ରୋଶନୀ ତାଙ୍କ ବାପା ଶିବ ନାଦାରଙ୍କ ପରେ କମ୍ପାନୀର ଅଧ୍ୟକ୍ଷ ଭାର ସମ୍ଭାଳିବେ। ଶିବ ନାଦାର ଏହି ପଦବୀରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ରୋଶନୀ ବର୍ତ୍ତମାନ ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ନୂଆ ପଦବୀରେ ନିଯୁକ୍ତ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ରେଗୁଲେଟୋରି ଫାଇଲିଂରେ ସୂଚନା ଦିଆଯାଇଛି। ଶିବ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ଷ୍ଟ୍ରାଟେଜି ଅଧିକାରୀ ପଦବୀରେ ରହିବେ।
ନୂଆଦିଲ୍ଲୀରେ ଜନ୍ମିତ ରୋଶନୀ ବସନ୍ତ ଭ୍ୟାଲି ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଆମେରିକାର ଇଲିନଏସ୍‌ ସ୍ଥିତ ନର୍ଥ ଓ୍ବେଷ୍ଟର୍ନ ୟୁନିଭର୍ସିଟିରୁ ମିଡିଆ ଷ୍ଟଡିଜ୍‌ରେ ସ୍ନାତକ ଡିଗ୍ରୀ, ନର୍ଥ ଇଷ୍ଟନ ୟୁନିଭର୍ସିଟି କେଲଗ୍‌ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟରୁ ବିଜ୍‌ନେସ ଆଡ୍‌ମିନିଷ୍ଟ୍ରେଶନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ସିଏନ୍‌ବିସି ଚ୍ୟାନେଲରେ ଇଣ୍ଟର୍ନ ସହ ଓ୍ବାର୍ଲଡ ଇକୋନୋମିକ ଫୋରମ୍‌ର ‘ଫୋରମ ଅଫ୍‌ ୟଙ୍ଗ୍‌ ଗ୍ଲୋବାଲ ଲିଡର୍ସ’ର ଛାତ୍ରୀ ଥିଲେ। ଗ୍ରାଜୁଏଶନ ପରେ ସ୍କାଏ ନ୍ୟୁଜର ଲଣ୍ଡନ ଅଫିସରେ ମଧ୍ୟ ସେ କିଛି ସମୟ କାର୍ଯ୍ୟ କରିଛନ୍ତି। ତାଙ୍କ ବାପାଙ୍କ ପରାମର୍ଶକ୍ରମେ ସେଠାରୁ ଚାକିରି ଛାଡି ୨୦୦୮ରେ ରୋଶନୀ ଭାରତ ଫେରି ଆସିଥିଲେ। ଏହା ପରେ ଏଚ୍‌ସିଏଲ୍‌ରେ ତାଙ୍କର ଯାତ୍ରା ଆରମ୍ଭ ହେଲା। ରୋଶନୀ ଶିଖର ମାଲହୋତ୍ରାଙ୍କୁ ବିବାହ କରିଛନ୍ତି। ତାଙ୍କର ଏକ ପୁଅ ଥିବା ବେଳେ ସ୍ବାମୀ ଶିଖର ଶିବ ନାଦାର ଫାଉଣ୍ଡେଶନ କାର୍ଯ୍ୟରେ ତାଙ୍କ ସହାୟତା କରୁଛନ୍ତି। ଫୋର୍ବସ ପକ୍ଷରୁ ୨୦୧୯ରେ ପ୍ରକାଶିତ ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ରୋଶନୀ ସାମିଲ ଥିଲେ। ଏହାବାଦ ଆଇଆଇଏଫ୍‌ଏଲ୍‌ ‘ଓ୍ବେଲ୍‌ଥ ହୁରୁନ ଇଣ୍ଡିଆ’ ତାଲିକାରେ ୩୬,୮୦୦ କୋଟି ଟଙ୍କାର ସମ୍ପତ୍ତି ସହ ସେ ଦେଶର ସବୁଠାରୁ ଧନୀଶାଳୀ ମହିଳା ବିବେଚିତ ହୋଇଛନ୍ତି। ସେ ଶିବ ନାଦାରଙ୍କର ଏକ ମାତ୍ର ସନ୍ତାନ ହୋଇଥିବା ବେଳେ ଏଚ୍‌ସିଏଲ୍‌ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ୨୮ ବର୍ଷରେ ସେ ଏହି କମ୍ପାନୀରେ ସିଇଓ ହୋଇଥିଲେ। ଏହାବାଦ ଶିବ ନାଦାର ଫାଉଣ୍ଡେଶନର ଶିକ୍ଷା ବିକାଶ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ରହିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ସଂରକ୍ଷଣରେ ତାଙ୍କର ରୁଚି ରହିଛି। ଏଥିଲାଗି ସେ ୨୦୧୮ରେ ହାବିଟାଟ୍‌ ଟ୍ରଷ୍ଟ ମଧ୍ୟ ଗଠନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri