ହାଲୋଲ,୬ା୯: ଗୁଜରାଟର ପଞ୍ଚମହଲ ଜିଲା ଅଧୀନ ପଭଗଡ଼ ହିଲ୍ରେ ଶନିବାର ଏକ ଅଘଟଣ ଘଟିଛି। ଏକ କାର୍ଗୋ ରୋପ୍ଓ୍ବେର କେବୁଲ ତାର ଛିଣ୍ଡିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ପୋଲିସ ଏବଂ ଅଗ୍ନିଶମ ବାହୀନି ନିୟୋଜିତ ହୋଇଛନ୍ତି। ମହାକାଳିକା ମନ୍ଦିର ପାଇଁ ପଭଗଡ଼ ହିଲ୍ ପ୍ରସିଦ୍ଧ। ଉକ୍ତ ମନ୍ଦିରକୁ ଯିବା ପାଇଁ ଶ୍ରଦ୍ଧାଳୁମାନେ କେବୁଲ କାର୍ର ସହାୟତା ନେଇଥାନ୍ତି ନଚେତ୍ ୨,୦୦୦ ଫୁଟ୍ ପାହାଚ ଚଢ଼ିଥାନ୍ତି।
ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଉଦ୍ଦିଷ୍ଟ ଉକ୍ତ ରୋପ୍ଓ୍ବେରେ ୬ ଜଣ ଥିବାବେଳେ ଏହା ଛିଡ଼ିପଡ଼ିଥିଲା ବୋଲି ପଞ୍ଚମହଲା ଜିଲାପାଳ ଅଜୟ ଦହିୟା କହିଛନ୍ତି। ମୃତକଙ୍କ ମଧ୍ୟରୁ ୨ ଜଣ ଲିଫ୍ଟ ଅପରେଟର ହୋଇଥିବା ବେଳେ ୨ ଶ୍ରମିକ ଓ ଅନ୍ୟ ୨ ଜଣ ଥିଲେ ବୋଲି ଜଣାପଡିଛି। ଖରାପ ପାଗ ଯୋଗୁ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ମୁଖ୍ୟ ରୋପ୍ଓ୍ବେ ୨ ଦିନ ହେଲା ବନ୍ଦ ରହିଛି।


