୧୮ ପରିବାର ପାଇଁ ରୁଫ୍‌ ଟପ୍‌ ସୋଲାର ବ୍ୟବସ୍ଥା

ଭୁବନେଶ୍ୱର,୨୪।୧୦: ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌), ପିଏମ୍‌ ସୂର୍ଯ୍ୟଘର: ମୁଫ୍‌ତ ବିଜ୍‌ଲି ଯୋଜନାର ୟୁଟିଲିଟି ଲେଡ୍‌ ଏଗ୍ରିଗେଶନ (ୟୁଏଲ୍‌ଏ) ମଡେଲ ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନକୁ ତ୍ୱରାନ୍ବିତ କରିଛି। ଗ୍ରାମୀଣ ପରିବାରମାନଙ୍କୁ ସ୍ବଚ୍ଛ, ଭରସାଯୋଗ୍ୟ ଓ ଶସ୍ତା ଶକ୍ତି ଯୋଗାଇବା ସହ ଉଚ୍ଚ ଗୁଣମାନ ଓ ସୁରକ୍ଷିତ ସ୍ଥାପନ ଏହାର ଲକ୍ଷ୍ୟ ରହିଛି। ଏହି ପଦକ୍ଷେପର ଅଂଶ ସ୍ବରୂପ ସାଲେପୁର ଡିଭିଜନ ଅନ୍ତର୍ଗତ କୁରୁଜଙ୍ଗ ପ୍ରଥମ ଗ୍ରାମ ଭାବେ ଉପକୃତ ହୋଇଛି, ଯେଉଁଠାରେ ୧୮ଟି ପରିବାର ପ୍ରତ୍ୟେକ ୮୭୬୪ ଟଙ୍କା ମୂଲ୍ୟରେ ରୁଫ୍‌ଟପ୍‌ ସୋଲାର ବ୍ୟବସ୍ଥା ସ୍ଥାପନ କରିଛନ୍ତି। ଏଥିରେ ୧ କିଲୋୱାଟର ସଂଯୋଗ ପାଇଁ ୫୦୦୦ ଟଙ୍କା ଓ ୩୭୬୪ ଟଙ୍କାର ଏକ ଅତିରିକ୍ତ ସୋଲାର ମିଟର ଚାର୍ଜ ଓ ମାଗଣାରେ ନେଟ୍‌ ମିଟର ସ୍ଥାପନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ଗାଁର ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ; ହେବା ସହ ପାୱାର ଗ୍ରୀଡ୍‌ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ବିଦ୍ୟୁତ୍‌ ଖର୍ଚ୍ଚ କମ୍‌ କରିବାରେ ସାହାଯ୍ୟ କରିଛି। ୧ କିଲୋୱାଟର ସୌର ପ୍ଲାଣ୍ଟ ପ୍ରତି ମାସରେ ପ୍ରାୟ ୧୦୦ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରିପାରିବ, ଯାହା ପରିବାରକୁ ବାର୍ଷିକ ପ୍ରାୟ ୫୦୦୦ ଟଙ୍କାର ସଞ୍ଚୟ କରିବାକୁ ସକ୍ଷମ କରିବ। ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍‌ ସିଂହ କହିଛନ୍ତି , ୟୁଏଲ୍‌ଏ ମଡେଲ ମାଧ୍ୟମରେ, ଆମେ ଗ୍ରାମୀଣ ପରିବାରଗୁଡ଼ିକୁ ଦୀର୍ଘସ୍ଥାୟୀ ଏବଂ କମ୍‌ ଖର୍ଚ୍ଚରେ ସୌରଶକ୍ତି ସମାଧାନ ଗ୍ରହଣ କରିବାକୁ ସକ୍ଷମ କରୁଛୁ। ପିଏମ୍‌ ସୂର୍ଯ୍ୟଘର: ମୁଫ୍‌ତ ବିଜ୍‌ଲି ଯୋଜନା ଅଧୀନରେ କୁରୁଜଙ୍ଗ ଗ୍ରାମର ସଫଳତା ସବୁଜ ଶକ୍ତିର ବର୍ଦ୍ଧିତ ଗ୍ରହଣୀୟତା ଏବଂ ଏକ ଆତ୍ମନିର୍ଭରଶୀଳ ଏବଂ ଦୀର୍ଘସ୍ଥାୟୀ ଓଡ଼ିଶା ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri