ଉହାନ୍‌ ଲ୍ୟାବ୍‌ରୁ ଜାଣିଶୁଣି ଲିକ୍‌ କରାଯାଇଛି କରୋନା ଭୂତାଣୁ: ଭାରତୀୟ ବୈଜ୍ଞାନିକ ଦମ୍ପତି…

ପୁଣେ,୬।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ଭୁତାଣୁର ଉତ୍ପତ୍ତି ଚାଇନାର ଉହାନ୍‌ ଲ୍ୟାବ୍‌ ଅବା ସମୁଦ୍ରଜାତ ଖାଦ୍ୟପଦାର୍ଥ ବଜାର ସେ ନେଇ ନାନା ତର୍କ ଜାରି ରହିଛି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକ ଦମ୍ପତି କରୋନା ଭୂତାଣୁ ଉହାନ୍‌ ଲ୍ୟାବ୍‌ରୁ ଲିକ୍‌ ହୋଇଥିବା ନେଇ ଦାବି କରିଛନ୍ତି। ପୁଣେରେ ବାସ କରୁଥିବା ବୈଜ୍ଞାନିକ ଦମ୍ପତି ଡ. ରାହୁଲ ବାହୁଲିକର ଏବଂ ଡ. ମୋନାଲୀ ରାହାଲକର ଏନେଇ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ବୈଜ୍ଞାନିକ ଦମ୍ପତିଙ୍କ ପ୍ରକ୍ଷରୁ ପ୍ରସ୍ତୁତ ହୋଇଥିବା ଡିସେଣ୍ଟ୍ରାଲାଇଜ୍‌ ରେଡିକାଲ ଅଟୋମୋନସ୍‌ ସର୍ଚ୍ଚ ଟିମ୍‌ ଇନଭେଷ୍ଟିଗେଟିଙ୍ଗ୍‌ କୋଭିଡ୍‌-୧୯ରେ କରୋନା ଭୂତାଣୁ ଉହାଲ୍ୟାବ୍‌ରୁ ଲିକ୍‌ ହୋଇଥିବା ଦର୍ଶାଯାଇଥିଲା। ତେବେ ପ୍ରଥମେ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କୁହାଯାଇଥିଲା। ମାତ୍ର ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କର ଚାଇନାର ଉହାନ୍‌ ଲ୍ୟାବ୍‌ ପ୍ରତି ଥିବା କଡ଼ା ଆଭିମୁଖ୍ୟ ପ୍ରକାଶ ପାଇବା ପରେ ଭାରତୀୟ ବୈଜ୍ଞାନିକ ଦମ୍ପତିଙ୍କ ରିପୋର୍ଟ ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ଉହାନ୍‌ ଲ୍ୟାବ୍‌ରୁ ଜାଣିଶୁଣି କରୋନା ଭତାଣୁର ଲିକ୍‌ କରାଯାଇଛି କି ନାହିଁ ତାହା ଉପରେ କୌଣସି ସଠିକ୍‌ ଭାବେ କୁହାଯାଇ ନ ପାରିଲେ ବି ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ଏଭଳି କରାଯାଇଥିବା ଅନୁମାନ କରାଯାଉଛି ବୋଲି ସେମାନେ କହିଛନ୍ତି। ଭାରତୀୟ ବୈଜ୍ଞାନିକ ଦମ୍ପତିଙ୍କ କହିବାନୁସାରେ, ଏପ୍ରିଲ ୨୦୨୦ରେ, ସେମାନେ ଗବେଷଣା ଆରମ୍ଭ କରିଥିଲେ। ଝଣାପଡ଼ିଥିଲା ଯେ, ଦକ୍ଷିଣ ଚାଇନାର ୟୁନାନ ପ୍ରଦେଶର ମୋଜିୟାଙ୍ଗ ମାଇନିଂରୁ ଉହାନ ଲ୍ୟାବ ଦ୍ୱାରା ସାର୍ସ-କୋଭ୍‌-୨- ଆର୍‌ଏଟିଜି-୧୩ ଅର୍ଥାତ, କରୋନା ଭାଇରସ ସଂଗ୍ରହ କରାଯାଇଥିଲା। ଖଣି ଖନନ ସମୟରେ ବାଦୁଡ଼ି ବସା ସଫା କରିବା ପାଇଁ ୬ ଜଣ ଶ୍ରମିକଙ୍କୁ ନିୟୋଜିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ନିମୋନିଆ ଭଳି ରୋଗର ଶିକାର ହୋଇଥିଲେ। ବୈଜ୍ଞାନିକ ଦମ୍ପତି କହିଛନ୍ତି ଯେ, ଚାଇନାର ଡକ୍ୟୁମେଣ୍ଟକୁ ଅନୁବାଦ କରି ଏହା ଉପରେ ଅନୁସନ୍ଧାନ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri