ଜନମତ ଜାଗ୍ରତ କରାଇବାରେ ଗଣମାଧ୍ୟମର ଭୂମିକା ଅନନ୍ୟ

ଯାଜପୁର ଅଫିସ/ଯାଜପୁର ରୋଡ୍‌(ଡି.ଏନ୍‌.ଏ.),୧୩ା୬: ଗଣମାଧ୍ୟମ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଯୁବପିଢ଼ିକୁ ଉଚିତ ମାର୍ଗଦର୍ଶନ କରିପାରିବ। କେବଳ ଗଣତନ୍ତ୍ର ନୁହେଁ, ଦୁନିଆକୁ ଆଗକୁ ନେବାରେ ଜନସାଧାରଣଙ୍କ ମଧ୍ୟରେ ମତ ଜାଗ୍ରତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ଓଡ଼ିଶା ସରକାରଙ୍କ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ କହିଛନ୍ତି। ଆସନ୍ତା ନଭେମ୍ବର ୨୪ରେ ଧରିତ୍ରୀ ୫୦ ବର୍ଷରେ ପଦାର୍ପଣ କରିବା ପରିପ୍ରେକ୍ଷୀରେ ସୋମବାର ଯାଜପୁର ଜିଲା ବ୍ୟାସନଗର ସହରରେ ଅନୁଷ୍ଠିତ ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ କହିଛନ୍ତି, ଆଜି ଗଣମାଧ୍ୟମ କେବଳ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇ ରହିନାହିଁ, ମତକୁ ଜଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀ ଉଠାଇଥିବା ସ୍ବର ଏବଂ ଭିଏଟ୍‌ନାମ୍‌ ଉପରେ ଆମେରିକାର ବର୍ବରତା ବନ୍ଦ ହେବା ପଛରେ ଗଣମାଧ୍ୟମ କିଭଳି ବଡ଼ ଭୂମିକା ନେଇଥିଲା ତାହା ଉପରେ ସେ ଆଲୋକପାତ କରିଛନ୍ତି।

ଆଜିର ସ୍ଥିତିରେ ଯୁବପିଢ଼ି ନିଜଶକ୍ତି ଜାଣିବା ଦରକାର। ଉଚିତ ମାର୍ଗରେ ଯୁବଶକ୍ତି ପରିଚାଳିତ ହେଲେ ସାମାଜିକ ପରିବର୍ତ୍ତନ ଆସିପାରିବ ବୋଲି ନାୟକ କହିଛନ୍ତି। ଖବରକାଗଜକୁ ସମ୍ପୂର୍ଣ୍ଣ ମୂଲ୍ୟ ଦେଇ କିଣିପାରିଲେ ଜଣେ ନିରପେକ୍ଷ ଖବର ପାଇବ ବୋଲି ସେ କହିଛନ୍ତି। ଗଣତନ୍ତ୍ର ସମ୍ପର୍କରେ କହିବାକୁ ଯାଇ ସେ କହିଛନ୍ତି, ଆଜିର ସମୟରେ ଏହା ଆଘାତପ୍ରାପ୍ତ, ବିକ୍ଷିପ୍ତ। ଅନେକ ଭାବନ୍ତି ଭୋଟ ଦେଇଦେଲେ ଦାୟିତ୍ୱ ସରିଗଲା, ଭୋଟ ଦେବାକୁ ଅନେକେ ମଧ୍ୟ ଯାଆନ୍ତିନାହିଁ। ସେହିଦିନଟିକୁ ଛୁଟିଦିନ ବୋଲି ଭାବିଥାନ୍ତି। ସୁସ୍ଥ ଗଣତନ୍ତ୍ର ପାଇଁ ନାଗରିକ ଦାୟିତ୍ୱବାନ ହେବା ଦରକାର ଏବଂ ଭୋଟ ନ ଦେଲେ ସେହି ବ୍ୟକ୍ତିଙ୍କର ସମାଲୋଚନା କରିବାର ଅଧିକାର ନାହିଁ ବୋଲି ନାୟକ କହିଛନ୍ତି।

ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ୍‌ର ସମ୍ପାଦକ ତଥାଗତ ସତପଥୀ ସ୍ବାଗତ ଭାଷଣ ଦେଇ କହିଛନ୍ତି, ଆସନ୍ତା ନଭେମ୍ବର ୨୪ରେ ଧରିତ୍ରୀ ତା’ର ୫୦ ବର୍ଷ ଆରମ୍ଭ କରିବ। ସେଥିପାଇଁ ଆମେ ଧରିତ୍ରୀ ତରଫରୁ ଓଡ଼ିଶାର ପ୍ରତ୍ୟେକ ଜିଲାରେ ଯୁବପିଢ଼ିଙ୍କୁ ସାମିଲ କରି ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ବିଷୟରେ ଆଲୋଚନା କରିବାକୁ ଚାହୁଁଛୁ, ଯାହାଦ୍ୱାରା ଏ ଦେଶର ଭବିଷ୍ୟତକୁ କିଭଳି ଭାବେ ଗଢ଼ିବେ ସେନେଇ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ। ଧରିତ୍ରୀ ୫୦ ବର୍ଷ ଖାଲି ତିଷ୍ଠିକରି ରହିନି, ବରଂ ଗୋଟିଏ ଶକ୍ତିଶାଳୀ ସ୍ବର ଭାବେ ରହିଛି ବୋଲି ସମ୍ପାଦକ ସତପଥୀ କହିଛନ୍ତି। ସେହିପରି ଖବରଦାତା ବନ୍ଧୁମାନଙ୍କ ନିଷ୍ଠା, ସଂଯମ ଆଚରଣ, ସାଧୁତା, ନିରପେକ୍ଷତା ଓ ସାମାଜିକ ପ୍ରତିବଦ୍ଧତା ରହିଲେ ଗଣମାଧ୍ୟମ ଲୋକମାନଙ୍କ ବିଶ୍ୱାସଭାଜନ ହୋଇପାରିବ ବୋଲି ସେ କହିଛନ୍ତି। ବ୍ୟାସନଗର ସ୍ବୟଂଶାସିତ କଲେଜର ଇଂଲିଶ ବିଭାଗ ଅଧ୍ୟାପିକା ପ୍ରଜ୍ଞାପ୍ରବର୍ତ୍ତିକା ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଣତନ୍ତ୍ରର ଐତିହାସିକ ପୃଷ୍ଠଭୂମି, ଗଣମାଧ୍ୟମ ଓ ଯୁବଶକ୍ତି ଉପରେ ଆଲୋଚନା କରିଛନ୍ତି।
ଧରିତ୍ରୀର ଯାଜପୁର ଜିଲା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରାଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୁତିମୟୀ ଲତାଶା ମାଝି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ଅତିଥିମାନଙ୍କ ସହ ଧରିତ୍ରୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ମା’ବିରଜା ଏବଂ ଶ୍ରୀମା, ଶ୍ରୀଅରବିନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଧରିତ୍ରୀର ଉପବାର୍ତ୍ତା ସମ୍ପାଦକ ଜିତେନ୍ଦ୍ର କୁମାର ନାୟକଙ୍କ ପରିଚାଳନାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗତ ମେ’ ୨୩ରେ ରଗଡ଼ି ସରକାରୀ ପଲିଟେକ୍‌ନିକ କଲେଜରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ମେକାନିକାଲ ବିଭାଗର ୪ର୍ଥ ସେମିଷ୍ଟର ଛାତ୍ର ସୂର୍ଯ୍ୟକାନ୍ତ ଖିଲାର ପ୍ରଥମ, ମାଇନିଂ ବିଭାଗର ୬ଷ୍ଠ ସେମିଷ୍ଟର ଛାତ୍ର ପ୍ରିୟାଂଶୁ ରଞ୍ଜନ ନାଗ ଦ୍ୱିତୀୟ ଓ ମେଟେରୋଲୋଜି ବିଭାଗର ଚତୁର୍ଥ ସେମିଷ୍ଟର ଛାତ୍ର ବିକାଶ ପରିଡ଼ା ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା।ସେହିପରି ଗତ ଜୁନ୍‌ ୬ରେ ବିଞ୍ଝାରପୁର ବରୁଣେଶ୍ୱର ମହାବିଦ୍ୟାଳୟରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ଛାତ୍ରୀ ଶାନ୍ତା କୁମାରୀ ନନ୍ଦ ପ୍ରଥମ, ଏନ୍‌ସି କଲେଜର ଛାତ୍ରୀ କବିତା ରଣା ଓ ବରୁଣେଶ୍ୱର କଲେଜର ଛାତ୍ରୀ ସୌଭାଗ୍ୟଲକ୍ଷ୍ମୀ କର ଯୁଗ୍ମ ଭାବେ ଦ୍ୱିତୀୟ ଏବଂ ଏନ୍‌ସି କଲେଜର ଛାତ୍ର ଦେବରାଜ ନାୟକ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। ସେହିପରି ଧରିତ୍ରୀର ଚଣ୍ଡିଖୋଲ ଖବରଦାତା ପ୍ରଦୀପ୍ତି ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବ୍ୟାସନଗରବାସୀଙ୍କ ପକ୍ଷରୁ ଶ୍ରମିକ ନେତା ମାୟାଧର ନାୟକ, ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ବିବେକାନନ୍ଦ ମହାନ୍ତି, ପ୍ରଫୁଲ୍ଲ ନାୟକ, ସଂଯୁକ୍ତା ମହାପାତ୍ର, ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ ପ୍ରମୁଖ ଧରିତ୍ରୀର ସମ୍ପାଦକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ରାଘୁଜୀ ଗୋସାଇଁଙ୍କ ଏକ ଫଟୋଚିତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ନାଗରିକ ସମ୍ବର୍ଦ୍ଧନା ଦେଇଥିଲେ। ଉପବାର୍ତ୍ତା ସମ୍ପାଦକ ଲାଲା ସୁନୀଲ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri