ଅର୍ଥନୀତି ଅଭିବୃଦ୍ଧିରେ ଆଇଟି କମ୍ପାନୀର ଭୂମିକା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ,୨୮ା୧୨: ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଆଇଟି ସେକ୍ଟର କମ୍ପାନୀଗୁଡ଼ିକର ଯୋଗଦାନ ବେଶ୍‌ ଉଲ୍ଲେଖନୀୟ ରହିଛି। ବିଶେଷକରି ଏ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ହୁଅନ୍ତୁ କିମ୍ବା ଅଧିକାରୀ ସମସ୍ତେ ମୋଟା ଅଙ୍କର ଦରମା ମଧ୍ୟ ପାଇଥାନ୍ତି। ଏପରିକି ଗତ ୧୦ବର୍ଷରେ ଆଇଟି କମ୍ପାନୀଗୁଡ଼ିକର ସିଇଓ ଏବଂ ଅନ୍ୟ ବରିଷ୍ଠ କର୍ମଚାରୀ ତଥା ନବାଗତ କର୍ମଚାରୀଙ୍କ ଦରମା ବୃଦ୍ଧି(ଇନ୍‌କ୍ରିମେଣ୍ଟ) ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇଥାଏ। ସେହିଭଳି ବର୍ତ୍ତମାନ ସମୟରେ ଭାରତ ସମେତ ସମଗ୍ର ଦୁନିଆରେ ମଧ୍ୟ ଆଇଟି କମ୍ପାନୀଗୁଡ଼ିକର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଛି। ବିଶେଷକରି ଗତ ୧୦ ବର୍ଷରେ ଅନେକ ଆଇଟି କମ୍ପାନୀ ପ୍ରତିଷ୍ଠା ହୋଇଛି। ଏପରିକି କିଛି ପ୍ରମୁଖ ଆଇଟି କମ୍ପାନୀ ନିଜର ସ୍ଥିତି ମଧ୍ୟ ସୁଦୃଢ କରିପାରିଛନ୍ତି। ସେହିପରି ଆଇଟି ସେକ୍ଟରରେ ୧୦ ବର୍ଷ ପୂର୍ବରୁ ନବାଗତ କର୍ମଚାରୀ (ଫ୍ରେସର) ଯେତିକି ଦରମା ପାଉଥିଲେ ଏବେ ମଧ୍ୟ ସେମାନଙ୍କ ଦରମା ସମାନ ରହିଛି। ବର୍ତ୍ତମାନ ଯେଉଁ ନବାଗତ ବିଭିନ୍ନ ଆଇଟି କମ୍ପାନୀରେ ଯୋଗଦେଉଛନ୍ତି ସେମାନଙ୍କ ଦରମା ୧୦ ବର୍ଷ ପୂର୍ବର ଦରମା ଠାରୁ ସାମାନ୍ୟ ଅଧିକ ରହିଛି, ଯାହା ନଗଣ୍ୟ କହିଲେ ଚଳେ। କିନ୍ତୁ ସେହି ତୁଳନାରେ କମ୍ପାନୀଗୁଡିକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ମାନଙ୍କର ଦରମା ଅହେତୁକ ଭାବେ ବୃଦ୍ଧି ପାଇଛି। ଏପରିକି ପ୍ରମୁଖ ଆଇଟି କମ୍ପାନୀର ସିଇଓଙ୍କ ଦରମା ପାଖାପାଖି ୧୫୦୦%ରୁ ଅଧିକ ବୃଦ୍ଧି ପାଇଥିବା ଏକ ସର୍ଭେରୁ ଜଣାପଡିଛି। ଉକ୍ତ ସର୍ଭେ ରିପୋର୍ଟ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ସିଇଓମାନଙ୍କ ଦରମା ୧୫୦୦% (୧୪୯୨.୨୭%) ବୃଦ୍ଧି ପାଇଥିବା ବେଳେ ନବାଗତଙ୍କ ଦରମା ସେହି ତୁଳନାରେ ମାତ୍ର ୪୭% (୪୬.୯୪ %) ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri