ଅର୍ଥନୀତି ଅଭିବୃଦ୍ଧିରେ ଆଇଟି କମ୍ପାନୀର ଭୂମିକା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ,୨୮ା୧୨: ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଆଇଟି ସେକ୍ଟର କମ୍ପାନୀଗୁଡ଼ିକର ଯୋଗଦାନ ବେଶ୍‌ ଉଲ୍ଲେଖନୀୟ ରହିଛି। ବିଶେଷକରି ଏ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ହୁଅନ୍ତୁ କିମ୍ବା ଅଧିକାରୀ ସମସ୍ତେ ମୋଟା ଅଙ୍କର ଦରମା ମଧ୍ୟ ପାଇଥାନ୍ତି। ଏପରିକି ଗତ ୧୦ବର୍ଷରେ ଆଇଟି କମ୍ପାନୀଗୁଡ଼ିକର ସିଇଓ ଏବଂ ଅନ୍ୟ ବରିଷ୍ଠ କର୍ମଚାରୀ ତଥା ନବାଗତ କର୍ମଚାରୀଙ୍କ ଦରମା ବୃଦ୍ଧି(ଇନ୍‌କ୍ରିମେଣ୍ଟ) ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇଥାଏ। ସେହିଭଳି ବର୍ତ୍ତମାନ ସମୟରେ ଭାରତ ସମେତ ସମଗ୍ର ଦୁନିଆରେ ମଧ୍ୟ ଆଇଟି କମ୍ପାନୀଗୁଡ଼ିକର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଛି। ବିଶେଷକରି ଗତ ୧୦ ବର୍ଷରେ ଅନେକ ଆଇଟି କମ୍ପାନୀ ପ୍ରତିଷ୍ଠା ହୋଇଛି। ଏପରିକି କିଛି ପ୍ରମୁଖ ଆଇଟି କମ୍ପାନୀ ନିଜର ସ୍ଥିତି ମଧ୍ୟ ସୁଦୃଢ କରିପାରିଛନ୍ତି। ସେହିପରି ଆଇଟି ସେକ୍ଟରରେ ୧୦ ବର୍ଷ ପୂର୍ବରୁ ନବାଗତ କର୍ମଚାରୀ (ଫ୍ରେସର) ଯେତିକି ଦରମା ପାଉଥିଲେ ଏବେ ମଧ୍ୟ ସେମାନଙ୍କ ଦରମା ସମାନ ରହିଛି। ବର୍ତ୍ତମାନ ଯେଉଁ ନବାଗତ ବିଭିନ୍ନ ଆଇଟି କମ୍ପାନୀରେ ଯୋଗଦେଉଛନ୍ତି ସେମାନଙ୍କ ଦରମା ୧୦ ବର୍ଷ ପୂର୍ବର ଦରମା ଠାରୁ ସାମାନ୍ୟ ଅଧିକ ରହିଛି, ଯାହା ନଗଣ୍ୟ କହିଲେ ଚଳେ। କିନ୍ତୁ ସେହି ତୁଳନାରେ କମ୍ପାନୀଗୁଡିକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ମାନଙ୍କର ଦରମା ଅହେତୁକ ଭାବେ ବୃଦ୍ଧି ପାଇଛି। ଏପରିକି ପ୍ରମୁଖ ଆଇଟି କମ୍ପାନୀର ସିଇଓଙ୍କ ଦରମା ପାଖାପାଖି ୧୫୦୦%ରୁ ଅଧିକ ବୃଦ୍ଧି ପାଇଥିବା ଏକ ସର୍ଭେରୁ ଜଣାପଡିଛି। ଉକ୍ତ ସର୍ଭେ ରିପୋର୍ଟ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ସିଇଓମାନଙ୍କ ଦରମା ୧୫୦୦% (୧୪୯୨.୨୭%) ବୃଦ୍ଧି ପାଇଥିବା ବେଳେ ନବାଗତଙ୍କ ଦରମା ସେହି ତୁଳନାରେ ମାତ୍ର ୪୭% (୪୬.୯୪ %) ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri