Posted inଖେଳ

ଯାହା କୋହଲି କରିପାରି ନ ଥିଲେ, ତାହା କରି ଦେଖାଇଲେ ରୋହିତ ଶର୍ମା

କୋଲକତା,୨୦।୨: ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଭାରତ ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ୧୯ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଅଧିକାର କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ ଦଳ ଗତ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିବାରେ ସଫଳ ହୋଇଛି। ଫଳରେ ବିରାଟ କୋହଲି ତାଙ୍କ ଅଧିନାୟକତ୍ୱରେ ଯାହା କରିପାରି ନ ଥିଲେ, ରୋହିତ ତାହା କରିଦେଖାଇଛନ୍ତି। ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏକ ନମ୍ବର ମାନ୍ୟତା ହାସଲ କରିବାରେ ସଫଳ ହୋଇଥିଲା। ଟିମ ଇଣ୍ଡିଆକୁ ଶୀର୍ଷ ସ୍ଥାନକୁ ନେଇଥିବା ରୋହିତ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି।
ଓ୍ବେଷ୍ଟଇଣ୍ଡଜ୍‌ ବିପକ୍ଷରେ କ୍ଲିନ୍‌ସ୍ବିପ୍‌ କରିବାପରେ ଟିମ ଇଣ୍ଡିଆ ର଼୍ୟାଙ୍କିଙ୍ଗରେ ୨୭୦ ପଏଣ୍ଟ ପାଇଛି। ୩୯ଟି ମ୍ୟାଚରୁ ୨୬୯ ପଏଣ୍ଟ ସହ ଇଂଲଣ୍ଡ ଦଳ ଶୀର୍ଷରେ ଥିଲା। ଶେଷ ଥର ପାଇଁ ଭାରତୀୟ ଦଳ ଶୀର୍ଷରେ ଥିବାବେଳେ ମେହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ମେ ୩, ୨୦୧୬ରେ ରହିଥିଲେ। ଫେବୃଆରୀ ୧୨ରୁ ମେ ୩ପର୍ଯ୍ୟନ୍ତ ଟିମ ଇଣ୍ଡିଆ ଏହି ସ୍ଥାନରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି…

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri